ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଇପ ଲାଇନ ବିଛାଇ ଖାତିଗୁଡା ରାସ୍ତା ର ଉଭୟ ପାର୍ଶ୍ଵ ନଷ୍ଟ ,ରଥଯାତ୍ରା ପୂର୍ବରୁ ମରାମତି ପାଇଁ ଦାବୀ

 ତେନ୍ତୁଳିଖୁଣ୍ଟି ୧୪/୦୬/୨୩ -ପାଇପ ଲାଇନ ବିଛାଇ ଖାତିଗୁଡା ମୁଖ୍ୟ ରାସ୍ତା କୁ ନଷ୍ଟ ବିନଷ୍ କରି ଛାଡି ଦେଇ ଛନ୍ତି ଉଭୟ ଜେ ଏମ ସି ଓ ଜେ ଭି ପି ଆର କମ୍ପାନୀ। କେବଳ ପାଣି ଟିକିଏ ଦେବେ ଯେ ବ୍ଲକ ର ପ୍ରତ୍ୟେକ ଗ୍ରାମ ରାସ୍ତା ମଧ୍ୟ ପାଇପ ବିଛାଇ ନଷ୍ଟ କରି ଦେଇଛନ୍ତି। ମରାମତି କରିବା ନାଁ ଧରୁ ନାହାନ୍ତି। ସେମାନଙ୍କ ଟେଣ୍ଡର ରାଜ୍ୟ କ୍ୟାବିନେଟ ସ୍ୱୀକୃତ ହୋଇପାଇ ଥିବାରୁ କାହାରି କୁ ମାନୁ ନାହାନ୍ତି । ଖାତିଗୁଡା ମୁଖ୍ୟ ରାସ୍ତା ରେ ରଥ ଯାତ୍ରା ବେଳେ ରଥ ଗଡିବ ଏଣୁ ପାଇପ ବିଛାଇବା ପରେ ଉପଯୁକ୍ତ ପଦକ୍ଷେପ ନେଇ ରାସ୍ତା ପୂର୍ବଭଳି ଭାରି ଯାନ ଚଳାଚଳ ଉପଯୋଗୀ କରିବାକୁ ପ୍ରତ୍ୟେକ ସ୍ତରରେ ଅନୁରୋଧ କରାଯାଇଥିଲା। ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଙ୍କୁ ଭେଟି ଖାତିଗୁଡା ମୁଖ୍ୟ ରାସ୍ତା ରେ ପାଇପ ବିଛାଇବା ବେଳେ ରଥଯାତ୍ରା କୁ ଧ୍ୟାନ ଦେଇ ଉଚିତ ବ୍ୟବସ୍ଥା ପାଇଁ ଖାତିଗୁଡା ବ୍ୟବସାୟ ସଂଘ ଅନୁରୋଧ କରିଥିଲେ। ସେତେବେଳେ ଜିଲ୍ଲାପାଳ ମିଶ୍ର ଙ୍କ ନିର୍ଦେଶ ରେ କମ୍ପାନୀ ର ଅଧିକାରୀ ଆସିଲେ କିନ୍ତୁ କୌଣସି ଠୋସ ପଦକ୍ଷେପ ଏ ଯାବତ ନେଇ ନାହାନ୍ତି। ଆଉ ସପ୍ତାହ ରହିଲା ଯାତ୍ରା କୁ ଲୌହ ନିର୍ମିତ ତିରିଶ ଟନ ଓଜନ ବିଶିଷ୍ଟ ରଥ ପାଇପ ବିଛାଇ ନାମକୁ ମାତ୍ର ମାଟି ବଜରି ପକାଇ ଛାଡି ଦେଇଥିବା ରାସ୍ତାରେ ଗଲେ ରଥ ଚକ ଦବି ଯିବା ସମ୍ଭାବନା ରହିଛି। ଆହୁରି ମଧ୍ୟ ରଥ ଟଣା ବେଳେ ବର୍ଷା ଦିନ ହୋଇ ଥିବାରୁ ଉକ୍ତ ପାଇପ ବିଛା ଯାଇଥିବା ସ୍ଥାନରେ କାହାର ଗୋଡ଼ ଫସି ଯିବ ସେହି ସମୟରେ ରଥ ଉକ୍ତ ବ୍ୟକ୍ତି ଉପରେ ମାଡି ଯିବା ସମ୍ଭାବନା ରହିପାରେ ନଚେତ ଲୋକ ଭିଡ଼ ଯୋଗୁଁ ଜଣେ ଆଉ ଜଣେ ଉକ୍ତ ଫସି ଯାଇଥିବା ବ୍ୟକ୍ତି ଉପରେ ଚଢ଼ି ଯାଇ ପାରନ୍ତି। ଏ ସବୁ ବିପଦ ଆଶଙ୍କା କରି ଆଜି ହିନ୍ଦୁ ଏକତା ବାହିନୀ ର ଆବାହକ ସୁରେନ୍ଦ୍ର ରାଉତ ଖାତିଗୁଡା ଗୋପାଳ ଶ୍ରୀକ୍ଷେତ୍ର ପରିଚାଳନା କମିଟି ସଭାପତି ଗୋପାଳକୃଷ୍ଣ ଭଞ୍ଜ ସମେତ ଅକ୍ଷୟ ଜେନା , ମୁନା ଦଳେଇ ବୁଲୁ ଦଳେଇ ,ପ୍ରଶାନ୍ତ ନାୟକ ,ବିଶ୍ଵନାଥ ସିଂ ସମେତ ବହୁ ବ୍ୟକ୍ତି ଖାତିଗୁଡା ଥାନା ଆଇ ଆଇ ସି ଦୀପକ ଲେଙ୍କା ଙ୍କୁ ଏକ ଦାବୀ ପତ୍ର ଦେଇଛନ୍ତି। ଉକ୍ତ ପାଇପ କାମ ନେଇଥିବା କମ୍ପାନୀ କୁ ରାସ୍ତା ଠିକ କରିବାକୁ ନିର୍ଦେଶ ଦେବା ଓ ଯଦି କୌଣସି ଅଘଟଣ ହୁଏ ଉକ୍ତ ଦୁଇ ସଂସ୍ଥା ଦାୟୀ ରହିବେ ବୋଲି ଉଲ୍ଲେଖ ଅଛି। ଆଇ ଆଇ ସି କମ୍ପାନୀ ର ମ୍ୟାନେଜର ଙ୍କ ସହ ଆଲୋଚନା କରିଛନ୍ତି ,ସେ ସନ୍ଧ୍ୟାରେ ଆସିବେ ଓ କଣ କରିହେବ ଦେଖିବେ କହିଥିଲେ କିନ୍ତୁ ଖବର ପ୍ରକାଶ ପର୍ଯ୍ୟନ୍ତ କାହାର ଦେଖା ନଥିବା ଜଣା ପଡ଼ିଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଜିଲ୍ଲା ସମବାୟ ଉନ୍ନୟନ ପରିଷଦ ବୈଠକ ଅନୁଷ୍ଠିତ

masiha

ଧରାକୋଟ ରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା 

Sunil Chandra Nayak

କୃଷି ବିଭାଗର ଦାୟିତ୍ୱ ଗ୍ରହଣ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ

masiha

Leave a Comment

error: Content is protected !!