ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ଶିଶୁ କ୍ରୀଡ଼ା ଉତ୍ସବ ‘ଉତ୍ସାହ-୨୦୨୬’ ଅନୁଷ୍ଠିତ 

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ଶିଶୁ କ୍ରୀଡ଼ା ଉତ୍ସବ ‘ଉତ୍ସାହ-୨୦୨୬’ ଅନୁଷ୍ଠିତ 

ନବରଙ୍ଗପୁର:(୨୨|୧୦)(ରବି ନାରାୟଣ ମହାନ୍ତି)ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ନବରଙ୍ଗପୁର ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ କ୍ରୀଡ଼ା ଉତ୍ସବ ‘ଉତ୍ସାହ-୨୦୨୬’ ନବରଙ୍ଗପୁର ମହାବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଥିବା ଛଅଟି ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ଏବଂ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଶୃଙ୍ଖଳା ଓ ସହଯୋଗର ମନୋଭାବ ବୃଦ୍ଧି କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଉତ୍ସବର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଶ୍ୱଜିତ୍ ଚନ୍ଦ୍ର ବର୍ମନ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁରେଶ କୁମାର ପଟ୍ଟନାୟକ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଅନ୍ନପୂର୍ଣ୍ଣା ପାତ୍ର, ସଦସ୍ୟା ଶ୍ରୀମତୀ ଅନୁପମା ମଲ୍ଲିକ, ସଦସ୍ୟ ଶ୍ରୀ ସିଦ୍ଧାର୍ଥ ଶଙ୍କର ବେହେରା, ଶ୍ରୀ ସାନୁଜ କୁମାର ପାତ୍ର ଓ ଶ୍ରୀମତୀ ସ୍ନେହଲତା ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପାଲକା ରବୀନ୍ଦ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ତନୁଶ୍ରୀ ମିଶ୍ର, ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ସତ୍ୟଜିତ୍ ଗାହାଣ ଏବଂ ନବରଙ୍ଗପୁର ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତା ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଏହି କ୍ରୀଡ଼ା ଉତ୍ସବରେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ ମଧ୍ୟରେ ୧୦୦ ମିଟର ଦୌଡ଼, ୨୦୦ ମିଟର ଦୌଡ଼, ଉଚ୍ଚଡିଆଁ, ଲମ୍ବଡିଆଁ, କ୍ୟାରମ୍, ଚେସ୍ ଓ ଫୁଟବଲ୍ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗୀମାନେ ଉତ୍ସାହ ଓ ଆଗ୍ରହର ସହ ଏଥିରେ ଅଂଶଗ୍ରହଣ କରି ନିଜ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ। ଫୁଟବଲ୍ ପ୍ରତିଯୋଗିତାରେ ଶ୍ରୀ ଶ୍ରୀ ରାଇରାମ ଦାସ ଶିଶୁ ଯତ୍ନ ଅନୁଷ୍ଠାନ ବିଜୟୀ ହୋଇଥିଲା କାର୍ଯ୍ୟକ୍ରମର ପରିଚାଳନାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରୀ ଶ୍ରୀ କିଶୋର ଚନ୍ଦ୍ର ମାର୍ଥା, ଅନୁଷ୍ଠାନିକ ଯତ୍ନ ଅଧିକାରୀ ଶ୍ରୀମତୀ କୁନିମଣି ସ୍ୱାଇଁ, ତଥ୍ୟ ବିଶ୍ଳେଷକ ଶ୍ରୀ କିଷାନ ପଟ୍ଟନାୟକ, ହିସାବ ରକ୍ଷକ ଶ୍ରୀ ମହେନ୍ଦ୍ର ଚାଲାଣ, ସାମାଜିକ କର୍ମୀ ଶ୍ରୀ ସମରେନ୍ଦ୍ର ପରିଡ଼ା, ଅଣ-ଅନୁଷ୍ଠାନିକ ଯତ୍ନ ଅଧିକାରୀ ଶ୍ରୀ ବିଶ୍ୱଜିତ୍ ନାୟକ, ଆଉଟ୍‌ରିଚ୍ କର୍ମୀ ଶ୍ରୀ ମୋହନ ମାଳି, ଶିଶୁ ମଙ୍ଗଳ ସମିତିର ଡାଟା ଏଣ୍ଟ୍ରି ଅପରେଟର ଶ୍ରୀ ସନ୍ତୋଷ କୁମାର ଜେନା ଏବଂ ଚାଇଲ୍ଡଲାଇନ୍‌ର କେସ୍ କର୍ମୀ ଶ୍ରୀ ଚତୁର୍ଭୁଜ ନାୟକ ସହଯୋଗ କରିଥିଲେ। ଏଥିରେ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀମାନେ ମଧ୍ୟ ସକ୍ରିୟ ସହଯୋଗ କରିଥିଲେ। ଏହି ଉତ୍ସବ ଶିଶୁମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ଓ ସାମଗ୍ରିକ ବିକାଶ ପାଇଁ ଏକ ଉତ୍ତମ ମଞ୍ଚ ପ୍ରଦାନ କରିଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଦୁର୍ଗାପ୍ରଶନ୍ନ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ର ଶ୍ରେଣୀଗୃହ ଓ ଗ୍ରନ୍ଥାଗାର ଉଦଘାଟନ ଉତ୍ସବ

Sunil Chandra Nayak

ବିଷମକଟକ:୧୩ ରେ ଅବକାରୀ କାର୍ଯ୍ୟାଳୟ ଘେରିବ ବସପା 

Sunil Chandra Nayak

ଏକତ୍ର ର ନାଟ୍ଯ ଆଲୋଚନାଚକ୍ର , କାବ୍ୟ ଭିତରେ ନାଟକ ଶ୍ରେଷ୍ଠ କାବ୍ୟ: ନବୀନ ପରିଡା 

Leave a Comment

error: Content is protected !!