ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଂଚଳିକ ସାଧନ କେନ୍ଦ୍ର ସେମଳା ପ୍ରୟାସ ରେ G20 ଜନଭାଗିଦାରୀରେ କାର୍ଯ୍ୟକ୍ରମ l           

ନବରଙ୍ଗପୁର–(ମସିହା) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ନିର୍ଦ୍ଦେଶନାରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ,ଆଂଚଳିକ ସାଧନ କେନ୍ଦ୍ର ସେମଳା ପ୍ରୟାସ ରେ G20 ଜନଭାଗିଦାରୀରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉସିଗାଆରେଛାତ୍ର ଛାତ୍ରୀ, ମାତା ପିତା ଅଭିଭାବକ, ଶିକ୍ଷକ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ସଦସ୍ୟମାନେ, ପୁରୁଣା ଛାତ୍ରଛାତ୍ରୀମାନଙ୍କ ଯୋଗଦାନ ରେ ମୌଳିକ ସଂଖ୍ୟା ଓ ଭାଷା ଶିକ୍ଷା ରେ ପିଲାମାନଙ୍କ ଆନନ୍ଦ ଦାୟକ ପରିବେଶ ରେ ପାଠ ପଢିବା, ଶିକ୍ଷା କାର୍ଯ୍ୟକ୍ରମ ରେ ବାପାଙ୍କ ଦାୟିତ୍ଵ, ମାତା ର ଦାୟିତ୍ଵ, ଶିକ୍ଷକ ର ଦାୟିତ୍ଵ ଓ କର୍ତ୍ତବ୍ୟ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ର ଦାୟିତ୍ଵ, CRCC ର ଦାୟିତ୍ଵ ବାବଦରେ ଆଲୋଚନା ରେ ଜନଭାଗିଦାରୀରେ ନିଶ୍ଚିତ କଲେ FLN କାର୍ଯ୍ୟକ୍ରମ ସଫଳତା ହେବା CRCC ଆଲୋଚନା କରିଥିଲେ। ଗାଁ ରେ ସ୍ଲୋଗାନ ସହ ଲୋକଙ୍କ ସଚେତନତା ର ବାର୍ତ୍ତା ପହଞ୍ଚାଇବା ନିଶ୍ଚିତ ହୋଇଥିଲା। FLN ସଚେତନତା କାର୍ଯ୍ୟକ୍ରମରେ ଶିକ୍ଷକ ଗୋକୁଳ ମାଝୀ, ହୃଷିକେଶ ବିଷୋୟୀ, ଛାତ୍ର ଛାତ୍ରୀ , ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଅଂଶ ଗ୍ରହଣ କରିଥିଲେ।ଶପଥ ପାଠ କରାଯାଇଥଲା ଓ ପିଲାମାନଙ୍କୁ ସୁ ଶିକ୍ଷା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ସହ ଆଲୋଚନା କରି ସର୍ବନିମ୍ନ ଶିକ୍ଷା ହାସଲ ପାଇଁ ସହଯୋଗ ର ହାତ ବଢ଼ାଇବା ସହ ଶିକ୍ଷା ବିଭାଗର କାର୍ଯ୍ୟାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ CRCC କୁ ସମସ୍ତେ ଧନ୍ୟବାଦ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାସ୍ତାରେ ଫେବରବ୍ଲକ ପଡିବା କାମକୁ ଲାଗିଲାନି, ଟିକକ ବର୍ଷାରେ ଘର ଆଗରେ ପାଣି ଜମା,ସାହିବାସୀ ହିନସ୍ଥା

masiha

ହାତୀ ଉଜାଡି ଦେଲା ଚାଷୀର ସୁନାର ଫସଲ

masiha

ବିଭିନ୍ନ ସ୍ଥାନରେ ୭୮ତମ ସ୍ବାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!