ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲା ଜନସ୍ୱାସ୍ଥ୍ୟ ବିଭାଗ ର ବିଭିନ୍ନ ଦୋକାନରେ ଚଢାଉ

ଡାବୁଗାଁ,୯/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ବଜାରରେ ଥିବା ବିଭିନ୍ନ ଦୋକାନ ଉପରେ ଜିଲା ଜନସ୍ୱାସ୍ଥ୍ୟ ବିଭାଗ ଶୁକ୍ରବାର ଚଢାଉ କରିଛି | ବଜାର ରେ ଥିବା ପାନ ଦୋକାନ, ତେଜରାତି ଦୋକାନ, ବେକେରୀ, ଫଳ ଦୋକାନ ଓ ଲସି ଓ ଜୁସ ଦୋକାନ ଗୁଡିକ ଉପରେ ଚଢାଉ କରିଥିଲେ | ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ମାନ, ଗୁଟୁଖା, ତମାଖୁ ଆଦି ଯାଞ୍ଚ କରିଥିଲେ | ପ୍ରାୟ ୧୭ ଟି ଦୋକାନରେ ଚଢାଉ କରି ମୋଟ ୩୪୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା | ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ତମାଖୁ ମୁକ୍ତ ଅଭିଯାନ ଚାଲଇଥିବାରୁ ତମାଖୁ ବିରୋଧରେ ଲଢିବା ପାଇଁ ତମାଖୁ ବିକ୍ରି ଓ ତମାଖୁ ଖାଇବା ଲୋକଙ୍କୁ ମଧ୍ୟ ଯାଞ୍ଚ କରି ତାଙ୍କ ଠାରୁ ମଧ୍ୟ ଜୋରିମାନା ଆଦାୟ କରାଯିବ | ଏହି ଚଢାଉରେ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନବ କିଶୋର ବେହେରା, ଜିଲା ମହାମାରୀ ବିଶେଷଜ୍ଞ ଡା. ଶିଳ୍ପୀ ଦାଶ ଓ ଜିଲା ଅଣ ସଂକ୍ରାମକ ରୋଗ ପରାମର୍ଶଦାତା ତରୁଣ କୁମାର ସାହୁ ଙ୍କ ସମେତ ଥାନା ଏଏସଆଇ ପୁଷ୍ପଲତା ସୁନାନୀ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଇନ୍ଦ୍ରାବତୀ ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ ସ୍ଥାଣୁତା :ପୋଡ଼ାଗଡ଼ ଡ୍ୟାମ ପାଚେରୀ ଭିତରେ ଚାଷ 

Sunil Chandra Nayak

ବିଦ୍ୟାଭାରତୀ ବିଦ୍ୟାଳୟରେ “ଜାତୀୟ ଶିକ୍ଷାନୀତି -2020 ” ର ଆଲୋଚନା ଚକ୍ର

Sunil Chandra Nayak

ଅଗ୍ନିରେ ଦଗ୍ଧ ହୋଇଗଲା ଗୁହାଳ ସହ ବାଛୁରୀ, ଦୁଇଟି ଗାଈ ଅର୍ଦ୍ଧଦଗ୍ଧ

Sunil Chandra Nayak

Leave a Comment

error: Content is protected !!