ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିକ୍ରମା ତରଫରୁ ମେଧା ସମ୍ବର୍ଦ୍ଧନା ସମାରୋହ

ମୟୂରଭଞ୍ଜ ୯|୦୬- (ମସିହା) ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପରିକ୍ରମା ଟ୍ରଷ୍ଟ ତରଫରୁ ସ୍ଥାନୀୟ ପି.ସି.ଏମ୍.କଲ୍ଯାଣ ମଣ୍ଡପ ଠାରେ “ମେଧା ସମ୍ବର୍ଦ୍ଧନା” ସମାରୋହ ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ସାମ୍ବାଦିକ ତଥା ପରିକ୍ରମାର ମୁଖ୍ଯ କାର୍ଯ୍ୟ ନିର୍ବାହୀ ମନୋଜ ଦାସ ଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାମନଘାଟୀ ଉପଖଣ୍ଡର ଉପଜିଲ୍ଲାପାଳ ସରୋଜ କୁମାର ଦାଶ ,ସମ୍ମାନୀତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଗୋକୁଳାନନ୍ଦ ସାହୁ, ପରିକ୍ରମା ଟ୍ରଷ୍ଟର ଅଧ୍ୟକ୍ଷ ସମାଜସେବୀ ଈଷାନ୍ ମିଶ୍ର, ସମ୍ପାଦକ ସମାଜସେବୀ ସୁବାଷ ମଣ୍ଡଳ ପ୍ରମୁଖ ଯୋଗଦେଇ ଥିଲେ । ଆବାହକ ମନୋଜ ଦାସଙ୍କ ସ୍ବାଗତ ଭାଷଣ ପ୍ରଦାନ ପରେ ପରିକ୍ରମା ର ସଂଯୋଜକ ରଞ୍ଜନ କୁମାର ନନ୍ଦ ପରିକ୍ରମାର ଆଭିମୁଖ୍ଯ ଉପସ୍ଥାପନ କରିବାସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।ସମସ୍ତ ଅତିଥି ମାନେ ପ୍ରେରଣାଦାୟୀ ବକ୍ତବ୍ଯ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ ।ଚଳିତ ବର୍ଷ ମ୍ଯାଟ୍ରିକ ପରୀକ୍ଷାରେ ଵାମନଘାଟୀରେ ସିଵିଏସ୍ ସିରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଆର୍ଯ୍ୟମାନ ନନ୍ଦ,ଏଚ୍. ଏ ସ୍ .ସି .ଇ ରେ ତନ୍ମୟ ମହାନ୍ତ, ଆଇ.ସି.ଏସ୍.ଇରେ  ସି . ନିମିର୍ ତିରିଆଙ୍କ ସମେତ ୯୦ ଶତକଡ଼ା ରୁ ଉର୍ଦ୍ଧ୍ବ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ଥିବା ୪୩ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟ ମହୁଲଡିହା- ରାଇରଙ୍ଗପୁର,ଓଡିଶା ଆଦର୍ଶ ବିଦ୍ୟାଳୟ – ଜାମିରଡିହା (ବିଶୋଇ), ପାସନା(ଜାମଦା),ବହଳଦାର ଛାତ୍ର ଛାତ୍ରୀଙ୍କ ସହିତ ରାଇରଙ୍ଗପୁରର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଲିଟିଲ୍ ଫ୍ଲାୱାର୍ ସ୍କୁଲ , କେରଳା ପବ୍ଲିକ୍ ସ୍କୁଲ୍, ସୀମାନ୍ତ ହାଇସ୍କୁଲ ଯଦୁନାଥପୁର , ହାଟଵାଦଡା ହାଇସ୍କୁଲ ,ଜନତା ହାଇସ୍କୁଲ ଜୟପୁର, ଏବଂ ଫାତୁ ମେମୋରିଆଲ ଏକାଡେମୀ -ତାରଣାର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସମ୍ବର୍ଦ୍ଧନାରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର , ସ୍ମୃତି ଫଳକ ସହ ବନବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ପ୍ରଜାତିର ଚାରାଗଛ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବହୁ ମେଧାବୀ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ, ଅଭିଭାବିକା ଏବଂ ଶିକ୍ଷାପ୍ରେମୀ ଗଣ ଉପସ୍ଥିତ ଥିଲେ । ।କାର୍ଯ୍ୟକ୍ରମ ଶେଷରେ ପରିକ୍ରମାର ବରିଷ୍ଠ ସଦସ୍ୟ ଅଧ୍ଯାପକ ବିଜୟ ରାମ୍ ସମସ୍ତଙ୍କୁ ଧନ୍ଯବାଦ୍ ଅର୍ପଣ କରିଥିଲେ ।ଉକ୍ତ ମେଧା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନାରେ ପରିକ୍ରମାର ସଦସ୍ୟ ଶିକ୍ଷାବିତ୍ ଦିଲ୍ଲୀପ ମହାନ୍ତି , ସାହିତ୍ୟିକ ତିମିର ରଞ୍ଜନପଣ୍ଡା, ଡଃ ଦିଗମ୍ବର ଗିରି ଏବଂ ବସନ୍ତ ଦାସ,ନାଟୁ ଦାସ,ବାବୁ ମହାନ୍ତି , ଠେଙ୍ଗୁ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ । 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନୂଆପଡାରେ ଜିଲ୍ଲାସ୍ତରୀୟ “ଜନ ଭାଗିଦାରୀ : ସବସେ ଦୂର, ସବସେ ପହେଲେ” ଅଭିଯାନର ଶୁଭାରମ୍ଭ କଲେ ଜିଲ୍ଲାପାଳ

ପଞ୍ଚାୟତ ସ୍ତରୀୟ ଅନ୍ତର୍ଜାତିୟ ଯୋଗଦିବସ ପାଳିତ 

masiha

ଜିଲ୍ଲା ନିୟେ।ଜନ କାର୍ଯ୍ୟାଳୟ / ମଡେଲ କ୍ୟାରିୟର ସେଣ୍ଟର ତରଫରୁ ପ୍ଲେସମେଣ୍ଟ ଡ୍ରାଇଭ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!