ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପାଣିରେ କଳାବୈଶାଖୀ ଜଣଙ୍କର ମୃତ୍ୟୁ

କାମାକ୍ଷାନଗର(ମନିସ )9/6/23 // ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୁଆଁପାଣି ଗ୍ରାମରେ ଗୁରୁବାର ଅପରାହ୍ନ ରେ କଳାବୈଶାଖୀ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବାର ଶୁକ୍ରବାର ଜଣାଯାଇଛି l ନୂଆପାଣି ଗ୍ରାମର ଅଚ୍ୟୁତ ଦିଆଣୀ ଗୁରୁବାର ଅପରାହ୍ନରେ ଟୋଲ ଗୋଟାଇବାକୁ ଯାଇଥିଲେ l ଅପରାହ୍ନରେ କଳାବୈଶାଖୀ ହେବାରୁ ସେ ଅଞ୍ଚଳରେ ଥିବା ପ୍ରକାଶ ସାମଳଙ୍କ କୁକୁଡ଼ା ଫାର୍ମର ଆଜବେଷ୍ଟ ଉଡେଇ ନେଇଥିବା ବେଳେ ଅଚ୍ୟୁତଙ୍କର କୌଣସି ସନ୍ଧାନ ମିଳି ପାରି ନଥିଲା l ବହୁ ଖୋଜାଖୋଜି ପରେ ଆଜି ଶୁକ୍ରବାର ଭୋର ସମୟରେ କୁକୁଡ଼ା ଫାର୍ମ ନିକଟରେ ଅଚ୍ୟୁତଙ୍କର ମୃତଦେହ ପଡିଥିବାର ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ପୋଲିସ କୁ ଖବର ଦେଇଥିଲେ l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଛେଦ ର ବ୍ୟବସ୍ଥା କରି ଅଧିକ ତଦନ୍ତ ଚଲାଇଛି l ତେବେ ଗ୍ରାମର କେତେକ ଲୋକ କାନ୍ଥ ପଡି ଅଚ୍ୟୁତ ଙ୍କର ମୃତ୍ୟୁ ହୋଇଥିବାର କହୁଥିବା ବେଳେ ଆଉ କେତେକ ବଜ୍ରାଘାତରେ ମୃତ୍ୟୁ ହୋଥିବାର କହୁଛନ୍ତି l ତେବେ ଶବ ବ୍ୟବଛେଦ ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଓଡ଼ିଆ ଭାଷା ବିକାଶ ମଂଚ – ସ୍ଵଭାବକବି ଗଙ୍ଗାଧର ମେହେରଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି 

Sunil Chandra Nayak

ଶ୍ରାବଣୀ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଅଗଷ୍ଟ ୨ରୁ ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଆରମ୍ଭ ହେବ ଶ୍ରାବଣୀ ମେଳା 

Sunil Chandra Nayak

ଆଳତୁମା ହାଇସ୍କୁଲ 2000 ମାଟ୍ରିକ ବ୍ୟାଚର ସିଲଭର ଜୁବଲି ପାଳିତ

masiha

Leave a Comment

error: Content is protected !!