ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପାଣିରେ କଳାବୈଶାଖୀ ଜଣଙ୍କର ମୃତ୍ୟୁ

କାମାକ୍ଷାନଗର(ମନିସ )9/6/23 // ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୁଆଁପାଣି ଗ୍ରାମରେ ଗୁରୁବାର ଅପରାହ୍ନ ରେ କଳାବୈଶାଖୀ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବାର ଶୁକ୍ରବାର ଜଣାଯାଇଛି l ନୂଆପାଣି ଗ୍ରାମର ଅଚ୍ୟୁତ ଦିଆଣୀ ଗୁରୁବାର ଅପରାହ୍ନରେ ଟୋଲ ଗୋଟାଇବାକୁ ଯାଇଥିଲେ l ଅପରାହ୍ନରେ କଳାବୈଶାଖୀ ହେବାରୁ ସେ ଅଞ୍ଚଳରେ ଥିବା ପ୍ରକାଶ ସାମଳଙ୍କ କୁକୁଡ଼ା ଫାର୍ମର ଆଜବେଷ୍ଟ ଉଡେଇ ନେଇଥିବା ବେଳେ ଅଚ୍ୟୁତଙ୍କର କୌଣସି ସନ୍ଧାନ ମିଳି ପାରି ନଥିଲା l ବହୁ ଖୋଜାଖୋଜି ପରେ ଆଜି ଶୁକ୍ରବାର ଭୋର ସମୟରେ କୁକୁଡ଼ା ଫାର୍ମ ନିକଟରେ ଅଚ୍ୟୁତଙ୍କର ମୃତଦେହ ପଡିଥିବାର ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ପୋଲିସ କୁ ଖବର ଦେଇଥିଲେ l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଛେଦ ର ବ୍ୟବସ୍ଥା କରି ଅଧିକ ତଦନ୍ତ ଚଲାଇଛି l ତେବେ ଗ୍ରାମର କେତେକ ଲୋକ କାନ୍ଥ ପଡି ଅଚ୍ୟୁତ ଙ୍କର ମୃତ୍ୟୁ ହୋଇଥିବାର କହୁଥିବା ବେଳେ ଆଉ କେତେକ ବଜ୍ରାଘାତରେ ମୃତ୍ୟୁ ହୋଥିବାର କହୁଛନ୍ତି l ତେବେ ଶବ ବ୍ୟବଛେଦ ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାୟଗଡ଼ ଠାରେ ଜିଲ୍ଲାପାଳଙ୍କର ଯୁଗ୍ମଅଭିଯୋଗ ଶୁଣାଣି

Sunil Chandra Nayak

ଜାତିଗତ ପ୍ରମାଣପତ୍ର ବାତିଲ କରିବା ନେଇ ଭତରା ବିକାଶ ପରିଷଦ ତରଫରୁ ଦାବିପତ୍ର ପ୍ରଦାନ 

masiha

ମହାସମାରୋହର ସହ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!