ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମସ୍ୟା ଘେରରେ ପ୍ରାଣୀ ସ୍ୱାସ୍ଥ୍ୟ ସହାୟକ କେନ୍ଦ୍ର : ସମାଧାନ ପାଇଁ ସରକାରଙ୍କୁ ନିବେଦନ କଲେ ବରିଷ୍ଠ ନାଗରିକ ବୁଲେଇ ବେହେରା

କଟକ : କଟକ ସଦର ୪୨ମୌଜା ଦଧିବାମନପୁର ପ୍ରାଣୀ ସ୍ୱାସ୍ଥ୍ୟ ସହାୟକ କେନ୍ଦ୍ର ଅଧୀନରେ ଦଧିବାମନପୁର ଓ ବ୍ରହ୍ମପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ସମୂହର ହିତାଧିକାରୀ ମାନେ ସେମାନଙ୍କ ଗୃହ ପାଳିତ ପଶୁ ପକ୍ଷୀ ମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ଓ ଚିକିତ୍ସା ଆଦି ପାଇଁ ଏହି କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ୨୦୧୯ମସିହାରୁ ଏସ୍.କେ.ଇଝାର୍ ଏହି କେନ୍ଦ୍ରରେ ଏଲ୍.ଆଇ ଭାବେ କାର୍ଯ୍ୟରତ। ଦୁଇ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ବିଭିନ୍ନ ଗ୍ରାମକୁ ଯାଇଁ ଲୋକମାନଙ୍କର ଗାଈ, ମଇଁଷି, ବାଛୁରୀ, ମେଣ୍ଢା, ଛେଳି ଇତ୍ୟାଦିଙ୍କୁ ଆବଶ୍ୟକୀୟ ଚିକିତ୍ସା ଓ ଟୀକାକରଣ କରିବା ନିମନ୍ତେ ଏଲ.ଆଇଙ୍କ ସହ ଏକ ସହକାରୀ କର୍ମଚାରୀଙ୍କ ବିଶେଷ ଆବଶ୍ୟକତା ଅଛି। ମାତ୍ର ଦୀର୍ଘ ବର୍ଷ ହେବ ଏଠାରେ ସହକାରୀ କିମ୍ବା ରାତ୍ର ଜଗୁଆଳ କେହି ନାହାନ୍ତି। ଗତ ସପ୍ତାହରେ ଏହି କେନ୍ଦ୍ରର ଅଫିସ୍ ପଛ ଲୁହା ଗେଟ୍ କୁ ଭାଙ୍ଗି କେହି ଚୋରି କରିନେଇ ଥିବାରୁ ଉକ୍ତ ଅଫିସ୍ ପକ୍ଷରୁ ଥାନାରେ ଏତଲା ହୋଇଥଲା। ଏପରିକି ଦୀର୍ଘ ବର୍ଷ ହେବ ଏହି କେନ୍ଦ୍ରକୁ ବିଦ୍ୟୁତ୍ ସଂଯୋଗ ଓ ପିଇବା ପାଣିର ସୁବିଧା ନାହିଁ। ଚଳିତ ବର୍ଷ ଦଧିବାମନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁମିତ୍ରା ଗୋଛୟତଙ୍କ ଉଦ୍ୟମରେ ଏହି କେନ୍ଦ୍ରକୁ ପିଇବା ପାଣି ସଂଯୋଗ ହୋଇଅଛି। କିନ୍ତୁ ବିଦ୍ୟୁତ୍ ସଂଯୋଗ ପାଇଁ ବିଭାଗୀୟ ଅଧିକାରୀଙ୍କ ବିହିତ ମଞ୍ଜୁର ଆବଶ୍ୟକ। ଏଣୁ ଉପରୋକ୍ତ ବିଷୟକୁ ଗୁରୁତର ସହ ବିଚାରକୁ ନେଇ ଏହି କେନ୍ଦ୍ରକୁ ସ୍ଥାୟୀ ବିଦ୍ୟୁତ୍ ସଂଯୋଗ କରାଇବା ସହ ଜଣେ ରାତ୍ର ଜଗୁଆଳ ଓ ଜଣେ ସହକାରୀ କର୍ମଚାରୀଙ୍କୁ ଏଠାରେ ନିୟୋଜିତ କଲେ ଦୁଇ ଗ୍ରାମ ପଞ୍ଚାୟତର ଗ୍ରାମବାସୀ ମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ୪୨ମୌଜା ଯାଦବ ମହାସଭା ସଭାପତି ତଥା ୪୨ମୌଜା ବିକାଶ ପରିଷଦ ଉପଦେଷ୍ଟା ବରିଷ୍ଠ ସମାଜସେବୀ ବୁଲେଇ ବେହେରା ସରକାରଙ୍କ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ପ୍ରେସ୍ ବିବୃତିରେ ଅନୁରୋଧ କରିଛନ୍ତି।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଢେ଼ଙ୍କାନାଳ ଜିଲ୍ଲା କମଳାଙ୍ଗ ଠାରେ ମାଲ୍ ବୋଝେଇ ଟ୍ରେନ ଲାଇନଚ୍ୟୁତ

masiha

ଆଦିବାସୀ ହୋ ସଂସ୍କୃତି ଭବନ’ ‘ସିଦାହାରା ସୁସୁର ଆକଳା’ ରେ ବିଶ୍ଵ ଆଦିବାସୀ ଦିବସ ପାଳିତ

Sunil Chandra Nayak

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମ ମୃତ୍ୟୁପ୍ରମାଣପତ୍ର ପାଇବା ବିଳମ୍ବ ନେଇ ଜନ ଅସନ୍ତୋଷ 

Sunil Chandra Nayak

Leave a Comment

error: Content is protected !!