ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଧାଡ଼ି ବୁଣା ଧାନଚାଷ ତାଲିମ ଶିବିର

ଭବାନୀପାଟଣା/ନର୍ଲା (ମନିସ)କୃଷି ଓ କୃଷକମାନଙ୍କର ଉନ୍ନତି ପାଇଁ ବିଶ୍ଵ ବ୍ୟାଙ୍କ ଓ ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଆନୁକୁଲ୍ୟରେ ଆଇ. ଆର୍. ଡି. ଏମ୍. ଏସ ସ୍ଵେଚ୍ଛାସେବୀ ସଂଘଠନର ସହଯୋଗରେ ଓଡ଼ିଶା ସମନ୍ୱିତ ଜଳ ସେଚନ ପ୍ରକଳ୍ପ ଓ ଜଳବାୟୁ ସହନଶୀଳ କୃଷି କାର୍ଯ୍ୟକାରୀ ଚାଲିଛି। ତେଣୁ ଏହି ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ଭବାନୀପାଟଣା ସହର ଟାଉନ୍ ହଲ୍ ଠାରେ ଏକ ଦିବସୀୟ ଜିଲ୍ଲା ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ ବ୍ଲକରୁ ନିଆଯାଇଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଥିବା ପାଣିପଞ୍ଚାୟତର ସଦସ୍ୟ/ସଦସ୍ୟା ସମେତ ଅଗ୍ରଣୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ , ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କଳାହାଣ୍ଡି, ନିବେଦକ ଯନ୍ତ୍ରୀ(କୃଷି) ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ବୈଜ୍ଞାନିକ, ଏ.ଡି. ଆର୍, ଆର୍. ଆର୍. ଟି. ଟି. ଏସ. ଭବାନୀପାଟଣା , କୀଟତତ୍ଵ ବିଭାଗ ଅଧ୍ୟାପକ ଓୟୁଏଟି ଭବାନୀପାଟଣା , ବ୍ଲକ ସ୍ତରୀୟ କୃଷି ଅଧିକାରୀ ଓ ଜଳ ସମ୍ପଦ ବିଭାଗର ଅଧକାରୀ ଉପସ୍ଥିତ ଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ । ଓଡ଼ିଶା ଜଳ ସେଚନ ପ୍ରକଳ୍ପ ଓ ଜଳବାୟୁ ସହନଶିଳ କୃଷି ବିଷୟରେ ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଗ ଅସିତ୍ ବରନ୍ ଚକ୍ରବର୍ତ୍ତୀ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମାନଙ୍କୁ ବୁଝାଇଥିଲେ । ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଦିଲୀପ କୁମାର ରାଉତ ଶୁଷ୍କ ଧାନ ବୁଣା ଉପରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ। ଉଚ୍ଚା ଜମିରେ ରବି ଋତୁରେ ଧାନଚାଷ ପରିବର୍ତ୍ତେ ଅଣଧାନ ଫସଲ ଡାଲି ଓ ତୈଳବୀଜ ଜାତୀୟ ଫସଲ କରି ଅଧିକ ଲାଭବାନ ହୋଇପାରିବ ବୋଲି ଏଡିଆର, ଆରଆରଟିଟିଏସ ଭବାନୀପାଟଣା ଆଲୋକପାତ କରିଥିଲେ। ଏଥି ସହ ଧାଡ଼ି ବୁଣା ଧାନରେ ଲାଗୁଥିଲା କ୍ଷତିକାରକ କୀଟ ଓ ଏହାର ପରିଚାଳନା ବିଷୟରେ ଓୟୁଏଟି ଭବାନୀପାଟଣାର ଅଧ୍ୟାପକ ସନ୍ଦିପ୍ତ କୁମାର ନାୟକ ଚାଷୀ ମାନଙ୍କୁ ବୁଝାଇଥିଲେ। ସହକାରୀ କୃଷି ଯନ୍ତ୍ରୀ ନର୍ଲା ଧାନ ରୁଆ ଓ ଧାନବୁଣା ସମ୍ପର୍କରେ ଏକ ତୁଳନାତ୍ମକ ଆଲୋଚନା କରି ବର୍ତ୍ତମାନର ପରିବର୍ତ୍ତିତ ଜଳବାୟୁ ପରିପ୍ରେକ୍ଷୀରେ ଉଚ୍ଚା ଓ ମଧ୍ୟମ ଜମିରେ ଟ୍ରାକଟର ଓ ହାତଟଣା ଯନ୍ତ୍ର ବ୍ୟବହାର କରିବା , ଧାନର ଅମଳ ସମୟ କୁ ୧୦ ରୁ ୧୫ ଦିନ କମ କରିବା, ଜଳ ସଂରକ୍ଷଣତା ସହିତ ସମୟ, ଶକ୍ତି ସଞ୍ଚୟ କରି ହେବ ବୋଲି କହିଥିଲେ। ପରିଶେଷରେ ତାଲିମକୁ ଆସିଥିବା ଚାଷୀ ଭାଇ ଓ ପାଣି ପଞ୍ଚାୟତର ସଦସ୍ୟ ମାନଙ୍କ ସହିତ ପ୍ରଶ୍ନୋତ୍ତର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ତାଲିମ ଶିବିରକୁ ସହଯୋଗୀ ଅନୁଷ୍ଠାନ ଆଇଆରଡିଏମଏସର ଟିମ ଲିଡର ବିଭୁ ପ୍ରସାଦ ମିଶ୍ର, କୃଷି ବିଶେଷଜ୍ଞ ଦିବ୍ୟ ପ୍ରସାଦ ନାୟକ , ସାମାଜିକ ବିଶେଷଜ୍ଞ ସନ୍ତୋଷ ପ୍ରସାଦ ମାରାଣ୍ଡି, ଦିଲୀପ କୁମାର ଷଡଙ୍ଗୀ ଓ କ୍ଲଷ୍ଟର ଫେସିଲେଟ ଟିମ୍ କେସିଙ୍ଗା ଓ ଜୁନାଗଡର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଜିଲ୍ଲା କୃଷି ଅଧିକାରୀ ଧର୍ମଗଡ ସମସ୍ତଙ୍କୁ ଧନ୍ୟବାଦ ଦେଇ ଉକ୍ତ ତାମିଲ ଶିବିରକୁ ସମାପନ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଯୁବ ଶିକ୍ଷକଙ୍କ ଅକାଳ ବିୟୋଗ, ଶିକ୍ଷକଙ୍କ ମହଲରେ ଶୋକ, ଗାଁରେ ଶୋକର ଛାୟା

masiha

ଗୁହାଳଡାଙ୍ଗିରୀ ପଞ୍ଚାୟତ ! ରୁଆଁସି – ସୁରିଆଗଡା -ରୁଆଁସି ର କୁମାରସାହି ପୋଲ ବର୍ଷାରେ ଧୋଇଗଲା; ଶିଘ୍ର ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦାବି

Sunil Chandra Nayak

ବାଣପୁର ଗମ୍ଭାରୀମୁଣ୍ଡା ପତିତପାବନ ବାଣୀମନ୍ଦିର ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁମିଳନ !!!

Sunil Chandra Nayak

Leave a Comment

error: Content is protected !!