ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେବା କାର୍ଯ୍ୟ କରି ନିଆରା ଢଙ୍ଗରେ ଜନ୍ମ ଦିନ ପାଳିଲେ ରକ୍ତଦାତା ଶଶୀ ଭୂଷଣ ଦାଶ 

ସେବା କାର୍ଯ୍ୟ କରି ନିଆରା ଢଙ୍ଗରେ ଜନ୍ମ ଦିନ ପାଳିଲେ ରକ୍ତଦାତା ଶଶୀ ଭୂଷଣ ଦାଶ 

କଟକ : ବିଶ୍ଵ ଭିନ୍ନକ୍ଷମ ଦିବସରେ ନିଆରା ଢ଼ଙ୍ଗରେ ଦିବ୍ୟାଙ୍ଗ ମାନଙ୍କ ସହ ଜନ୍ମ ଦିନ ପାଳିଲେ ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତ ଅନ୍ତର୍ଗତ ଅରଡ଼ିଆପଦା ଗ୍ରାମର ଯୁବ ସଂଗଠକ ତଥା ରାଜନୀତିଜ୍ଞ ଶଶୀଭୂଷଣ ଦାଶ । ୩୧ ତମ ଜନ୍ମଦିନରେ ଶଶୀ ଭୂଷଣ ଦାଶ ପ୍ରଥମେ ମେଡ଼ିକାଲରେ ଜଣେ ରୋଗୀଙ୍କୁ ରକ୍ତଦାନ କଲାପରେ କଟକ ସିଡ଼ିଏ ଚିଦାନନ୍ଦ ସରସ୍ଵତୀ ଟ୍ରଷ୍ଟ ଦ୍ଵାରା ପରିଚାଳିତ ଭିନ୍ନକ୍ଷମ ବିଦ୍ୟାଳୟରେ ପିଲାମାନଙ୍କ ସହ କେକ କାଟି ଓ ଖାଦ୍ୟର ବ୍ୟବସ୍ଥା କରି ଖୁବ୍ ଖୁସି ଅନୁଭବ କରିଥିଲେ । ଅଜିତ କୁମାର ଦାସ,ନିରଂଜନ ମହାନ୍ତି,ଦୀପକ ରଂଜନ ନାଥ,ଚନ୍ଦନ ଭଗତ, ଚିରଂଜନ ସାହୁ, ଅନୁପମ ପୃଷ୍ଟି,ଶକ୍ତି ପ୍ରସାଦ ମହାପାତ୍ର, ଆନନ୍ଦିମୟୀ ବାରିକ,ଐଶ୍ୱରୀୟ ରଥ,ପ୍ରତୁଷ ଶତପଥୀ,ପିଙ୍କୁ ପୃଷ୍ଟି ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲାବେଳେ ବରିଷ୍ଠ ସାମ୍ବାଦିକ ଲଳିତ କୁମାର ଦାଶ,ଅଜୟ କୁମାର ଦାଶ,କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସମାଜସେବୀ ଅରୁଣ କୁମାର ସାହୁ, ପଣ୍ଡିତ ଅଜୟ କୁମାର ପତି, ଉପେନ୍ଦ୍ରନାଥ ତ୍ରିପାଠୀ, ଅଜୟ କୁମାର ବେଉରା,ବରଦା ପ୍ରସାଦ ବେଉରା, ଧୂରେନ୍ଦ୍ର ନାଥ,ଦିଲ୍ଲିପ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଶଶୀଭୂଷଣଙ୍କର ଜନ୍ମ ଦିନକୁ ଭିନ୍ନକ୍ଷମ ପିଲାମାନଙ୍କ ସହ ପାଳନ କରିଥିବାରୁ ତାଙ୍କୁ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିବା ସହ ଯୁବ ବର୍ଗଙ୍କ ପାଇଁ ଉଦାହରଣ ହୋଇଛନ୍ତି ବୋଲି କହିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପୁରୁଷ ହକି ବିଶ୍ଵ କପ୍ ଟ୍ରଫି-୨୦୨୩ କୁ ନବରଙ୍ଗପୁର ଜିଲ୍ଲାରେ ଭବ୍ୟ ସ୍ଵାଗତ ପାଇଁ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି

Sunil Chandra Nayak

କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ,ପ୍ରଥମ ସ୍ଥାନରେ ବାଲେଶ୍ଵର

masiha

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଯାତ୍ରା 

Sunil Chandra Nayak

Leave a Comment

error: Content is protected !!