ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ ଗ୍ରୀନ୍ ଫିଲଡ଼ କଟକ ପକ୍ଷରୁ ଅର୍ଣ୍ଣପୂର୍ଣ୍ଣା ଦିବସ ପାଳନ

କଟକ : ରୋଟାରୀ କ୍ଲବ ଅଫ କଟକ ଗ୍ରୀନ ଫିଲଡ଼ ଆଜି ୨୦୨୩-୨୪ ରୋଟାରୀ ବର୍ଷର ପ୍ରଥମ କାର୍ଯ୍ୟକ୍ରମ ରୂପେ ଅର୍ଣ୍ଣପୂର୍ଣ୍ଣା ଦିବସ ପାଳନ ୪୨ ମୋୖଜା ଏରଞ୍ଚ ଉତ୍କଳମଣୀ ଗୋପବନ୍ଧୁ ପ୍ରୌଢ ନିବାସରେ ଅନ୍ତେବାସୀ ମାନଙ୍କ ପାଇଁ ଖାଦ୍ୟର ଆୟୋଜନ କରିଥିଲେ । ପ୍ରୌଢ ନିବାସର ମୁଖ୍ୟ ପରିଚାଳକ ଇଂଜିନିଅର ମନମୋହନ ପତିଙ୍କ ଉପସ୍ଥିତରେ ସଭାପତି ନିରୋଦ କୁମାର ସ୍ବାଇଁ ଉପସଭାପତି ଜୀବନନ୍ଦ ଦାସ,ଡ଼ ପୁର୍ନା ନନ୍ଦ ମିଶ୍ର,ପୂର୍ବତନ ସଭାପତି ସଂଯୁକ୍ତା ଦାସ,ତୁଷାର ରଞ୍ଜନ ଦାଶ ,ମେଜର ପୂର୍ଣ ଚନ୍ଦ୍ର ସାହୁ ଡ଼ ନିକିତ ଲେଙ୍କା,ସୁଜାତା ପତି,ସୌଦା ମିନି ମହାରଣା ଓ ପରିଚାଳନା କମିଟି ର ସଭ୍ୟ ଅଭୟ ସ୍ୱାଇଁ,ଅନୁପମ ପାଟି ନବଘନ ପରିଡା,ମୋନାଲିଶା ପତି,ଭଞ୍ଜ କିଶୋର ବେହେରା,ଚନ୍ଦନ ମହାନ୍ତି,ସମ୍ବାଦ ର ପ୍ରତିନିଧି ଉପସ୍ଥିତି ରେ କାର୍ଯ୍ୟକ୍ରମ ହୋଇଥିଲା।

ସଭ୍ୟମାନେ ଅନ୍ତେବାସୀ ମାନକ ସହ ଖାଦ୍ୟ,ରହିବା ଓ ସ୍ବାସ୍ଥ୍ୟ ବିଷୟରେ ବିଶଦ ଭାବେ ଆଲୋଚନା କରି ପରିଚାଳନା କମିଟି କୁ ଧନ୍ୟବାଦ ଓ ମୁଖ୍ ପରିଚାଳଙ୍କୁ ଧନ୍ୟବାଦ ଜଣାଇଥିଲେ।ଆଗାମୀ ଦିନରେ ଆହୁରି କାର୍ଯ୍ୟ କର୍ମ ଗ୍ରହଣ କରାଯିବ।

ଆଜିକା କାର୍ଯ୍ୟକ୍ରମ ପରେ ଆହୁରି ଅନେକ କାର୍ଯ୍ୟ କରାଯିବାର ସୂଚନା ଦେଇଥିଲେ । ତୁଷାର ଦାସଙ୍କ ବିଶେଷ ଅବଦନ ନେଇ ତାଙ୍କୁ ଧନ୍ୟବାଦ ଦିଆଯାଇଥିଲା । ସମସ୍ତଙ୍କୁ ବେଡ଼ କଭାର ଦିଆଯିବା ସହ ଆସନ୍ତା ୩୧ ତାରିଖ ଜୁଲାଇ ଦିନ ବେଣ୍ଟକାର ଡାକ୍ତରଖାନାରେ ହୁଇଲି ଚେଆର ଓ ବିଶୁଦ୍ଧ ପାଣିର ମେସିନ ରୋଗୀ ମାନଙ୍କ ପାଇଁ ଦିଆଯିବାକୁ ସ୍ଥିର କରଯାଇଛି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ବିଶିଷ୍ଟ ସମାଜସେବୀ ନୃସିଂହ ଚରଣ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ କୁଇଜ ପ୍ରତିଯୋଗିତା 

masiha

ସାମ୍ବାଦିକଙ୍କ ମାତୃ ବିୟୋଗ

Sunil Chandra Nayak

ଆନ୍ଧ୍ର ରୁ ଅଯୋଧ୍ୟା ବାହାରିଲେ ୭୫ ବର୍ଷୀୟ ବାବାଜୀ ଏବଂ ତାଙ୍କ ସହଯୋଗୀ

masiha

Leave a Comment

error: Content is protected !!