ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ଥର ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ମୃତ ଶିକ୍ଷକଙ୍କ ପତ୍ନୀଙ୍କୁ ଗ୍ରାଚ୍ୟୁଇଟି ଏବଂ ଫ୍ୟାମିଲି ପେନସନ ପ୍ରଦାନ

ପ୍ରଥମ ଥର ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ମୃତ ଶିକ୍ଷକଙ୍କ ପତ୍ନୀଙ୍କୁ ଗ୍ରାଚ୍ୟୁଇଟି ଏବଂ ଫ୍ୟାମିଲି ପେନସନ ପ୍ରଦାନ

ବେଲଗୁଣ୍ଠା,୧୮/୦୬, ବେଲଗୁଣ୍ଠା ବ୍ଳକ୍ ରେ ଗୁଣାତ୍ମକ ଶିକ୍ଷାର ପ୍ରଚାର ପ୍ରସାର ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ୍ବାର୍ଥ ରକ୍ଷା ଦିଗରେ ନିଜର ନିଆରା କାର୍ଯ୍ୟକ୍ରମ ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଇଓ ଶ୍ରୀମତୀ ରଥଙ୍କ ପ୍ରଚେଷ୍ଟାରେ ଆଜି ବେଲଗୁଣ୍ଠା ବ୍ଳକ୍ ରେ ପ୍ରଥମ ଥର ପାଇଁ ନୂତନ ପେନସନ ଯୋଜନା ଭିତ୍ତିକ ଜଣେ ମୃତ ଶିକ୍ଷକଙ୍କ ପତ୍ନୀଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ତରଫରୁ ଯଥୋଚିତ ଗ୍ରାଚ୍ୟୁଇଟି ଏବଂ ଫ୍ୟାମିଲୀ ପେନସନ ପ୍ରଦାନ କରାଯାଇଛି। ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଇନ୍ଦନପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ନୂତନ ପେନସନ ଯୋଜନା ଭିତ୍ତିକ ଶିକ୍ଷକ ଚାଲକ୍ ନାଇକ କିଛି ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ। ଆଜି ସ୍ବର୍ଗତ ଶିକ୍ଷକ ଚାଲକ୍ ନାଇକଙ୍କ ଧର୍ମ ପତ୍ନୀ ଝିଲ୍ଲି ନାଇକଙ୍କୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଗ୍ରାଚ୍ୟୁଇଟି ଏବଂ ଫ୍ୟାମିଲି ପେନସନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବିଇଓ ଲୋପାମୁଦ୍ରା ରଥ,ଏବିଇଓ ସିମlଞ୍ଚଳ ଜାନି,ଭାରପ୍ରାପ୍ତ ଏବିଇଓ ସନ୍ତୋଷ କୁମାର ପାତ୍ର,କିରାଣୀ ଦନାର୍ଦ୍ଦନ ପରିଚ୍ଛା,ପ୍ରଶାନ୍ତ କୁମାର ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଝିଲିଙ୍କୁ ଗ୍ରାଚ୍ୟୁଇଟି ଏବଂ ଫ୍ୟାମିଲି ପେନସନ ପ୍ରଦାନ କରିଥିଲେ। ବେଲଗୁଣ୍ଠା ବ୍ଳକ୍ ରେ ଏହା ପ୍ରଥମ କାର୍ଯ୍ୟକ୍ରମ ହୋଇଥିବାରୁ ବିଇଓ ଶ୍ରୀମତୀ ରଥଙ୍କ କାର୍ଯ୍ୟଧାରାକୁ ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

Related posts

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର 

Sunil Chandra Nayak

ରାଇରଙ୍ଗପୁରରେ “ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ”ରେ ଜିଲ୍ଲାପାଳଙ୍କ ଦ୍ବାରା ରୋଗୀଙ୍କୁ ପୋଷଣଖାଦ୍ୟ ପକେଟ ବଣ୍ଟନ

Sunil Chandra Nayak

ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ 

Sunil Chandra Nayak

Leave a Comment

error: Content is protected !!