ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁଷ୍ଠିତ ହେଲା ସିଦ୍ଧି ବିନାୟକ ଆଦର୍ଶ ପବ୍ଲିକ ସ୍କୁଲର ୭ମ ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ

ଅନୁଷ୍ଠିତ ହେଲା ସିଦ୍ଧି ବିନାୟକ ଆଦର୍ଶ ପବ୍ଲିକ ସ୍କୁଲର ୭ମ ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ

ଖଇରା,୦୬/୩/୨୫ – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୋଚିଆକୋଲି ସ୍ଥିତ ସିଦ୍ଧି ବିନାୟକ ଆଦର୍ଶ ପବ୍ଲିକ ସ୍କୁଲର ୭ମ ବାର୍ଷିକୋତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପ୍ରତିଷ୍ଠାତା ଧର୍ମେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଇଓ ଗଦାଧର ଦାସ ଓ ମୁଖ୍ୟକବ୍ତା ଭାବେ ଖଇରା କଲେଜ ଅଧ୍ଯକ୍ଷ ନିରଞ୍ଜନ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲେଶ୍ବର ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ଏମ. ଡ଼ି ସୁରେଶ କୁମାର ପଣ୍ଡା, ଖଇରା ଆଇଆଇସି ସୁଚନ୍ଦ୍ର ମାହାଳିକ, ଖଇରା କଲେଜ ପ୍ରାଧ୍ୟାପକ ଶଶିକାନ୍ତ ପଣ୍ଡା, ସୋର କଲେଜ ଅଧ୍ଯାପକ ରାମଚନ୍ଦ୍ର ଉପାଧ୍ୟାୟ, କୁପାରି କଲେଜ ଓଡ଼ିଆ ଅଧ୍ଯାପିକା ଡ଼. ଆଭାରାଣୀ ବଳ, ଅବସରପ୍ରାପ୍ତ ଶିକ୍ଷକ ବୁଦ୍ଧିରାମ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ହୋଇ ଚରିତ୍ର ଗଠନ, ସମୟାନୁବର୍ତ୍ତିତା, ଶିକ୍ଷା, ସାଧନା, ସେବାମନୋଭାବ ଇତ୍ୟାଦି ଉପରେ ପିଲାମାନଙ୍କୁ ଆଲୋଚନା ମାଧ୍ୟମରେ ଖୁବ୍ ସୁନ୍ଦର ଉପଦେଶାତ୍ମକ ମୂଳକ ପରାମର୍ଶ ପ୍ରଦାନ କରିଥିଲେ । 

               ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା । ପ୍ରତ୍ୟେକ ଶିକ୍ଷକ, ଶିକ୍ଷୟିତ୍ରୀ, ଗୁରୁଜୀ ଓ ଗୁରୁମା ଜଣେ ଜଣେ ଶ୍ରମିକ । ଯେଉଁଦିନ ଛାତ୍ର କିମ୍ବା ଛାତ୍ରୀଟି ବହୁ ଶୀର୍ଷ ସ୍ଥାନରେ ପହଞ୍ଚେ ସେତେବେଳେ ଶ୍ରମିକର ଶ୍ରମ ସାର୍ଥକ ହୋଇଥାଏ ବୋଲି ବିଦ୍ୟାଳୟ ଅନୁଭବ କରିଥାଏ, ପିତାମାତା ପିଲାର ପ୍ରଥମ ଗୁରୁ ହେଲେ ବିଦ୍ୟାଳୟ ଦ୍ବିତୀୟ ଗୁରୁ । ପ୍ରଥମ ବିଦ୍ୟାଳୟର ଗରୁ ପିତାମାତା ହେଲେ ଦ୍ବିତୀୟ ବିଦ୍ୟାଳୟର ଗୁରୁ ଶିକ୍ଷକ, ଶିକ୍ଷୟିତ୍ରୀ । ବିଦ୍ୟାଳୟର ଆଶୀର୍ବାଦ ହିଁ ପିଲା ମାନଙ୍କୁ ଉଚ୍ଚକୁ ନେଇଥାଏ । ତେଣୁ ବିଦ୍ୟାଳୟ ରୂପକ ମନ୍ଦିର ପୂଜକଙ୍କୁ ସମ୍ମାନ ଦେବା ସମସ୍ତଙ୍କର କର୍ତ୍ତବ୍ୟ । ପିଲାମାନଙ୍କୁ ସୁପରାମର୍ଶ ପ୍ରଦାନ ଦିଗରେ ପିତାମାତା ମାନଙ୍କୁ ମଧ୍ୟ ଅତିଥି ମାନେ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପ୍ରତିଷ୍ଠାତା ଶ୍ରୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷା ସସ୍ମିତା ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରଦୀପ ପ୍ରଜ୍ଜ୍ବଳନ କାର୍ଯ୍ୟରେ ଅତିଥି ମାନଙ୍କୁ ସହଯୋଗ କରିଥିଲେ ଗାୟତ୍ରୀ ମହାପାତ୍ର । ଦିବସବ୍ଯାପୀ କାର୍ଯ୍ୟକ୍ରମରେ ପିଲାମାନେ ନାଚ, ଗୀତ, କୁଇଜ୍ ଓ ପ୍ରତିଯୋଗିତା ଇତ୍ୟାଦି କାର୍ଯ୍ୟକ୍ରମରେ ନିମଗ୍ନ ରହି ନିଜକୁ ଧନ୍ୟ ମନେକରିଥିଲେ । ନିରାକାର ସାହୁଙ୍କ ଦ୍ବାରା ପିଲାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଉକ୍ତ ସଭା ମଞ୍ଚରେ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ଆଲୋକମୟ ପଣ୍ଡା ଓ ପଦ୍ମଲୋଚନ ଦାସଙ୍କୁ ଉତ୍ତରୀୟ, ଫଲତୋଡ଼ା, ଖାତା ଓ କଲମ ଦେଇ ସମ୍ବର୍ଦ୍ଧିତ କରିଥିଲା ବିଦ୍ୟାଳୟ । ଶେଷରେ ବିଦ୍ଯାଳୟ ଉପାଧ୍ୟକ୍ଷ ପ୍ରହ୍ଲାଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ବର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବି ନେଇ ଏପ୍ରିଲ ୧୦ରେ ବାମନଘାଟୀ ବନ୍ଦ

Sunil Chandra Nayak

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ବିଭିର୍ନ୍ନ ସମସ୍ୟା ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ସହିତ ଆଲୋଚନା 

masiha

ଆଠ ଫୁଟର ଅଜଗର ସାପ ଉଦ୍ଧାର

masiha

Leave a Comment

error: Content is protected !!