ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁ ପଟ୍ଟନାୟକ ଥିଲେ ଧର୍ମୀୟ ତଥା ଆଞ୍ଚଳିକ ସଂକୀର୍ଣ୍ଣତାର ବହୁ ଊର୍ଦ୍ଧ୍ବରେ , ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ

ବିଜୁ ପଟ୍ଟନାୟକ ଥିଲେ ଧର୍ମୀୟ ତଥା ଆଞ୍ଚଳିକ ସଂକୀର୍ଣ୍ଣତାର ବହୁ ଊର୍ଦ୍ଧ୍ବରେ ,

ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ

ରାଉରକେଲା:ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବ ଥିଲା ହିମାଳୟ ପରି ଉତ୍ତୁଙ୍ଗ। ସଂକୀର୍ଣ୍ଣ ଧର୍ମାନ୍ଧତା କିମ୍ବା ଆଞ୍ଚଳିକତା ଠାରୁ ସେ ଥିଲେ ବହୁ ଊର୍ଦ୍ଧ୍ବରେ। ସାରା ଓଡ଼ିଶାକୁ ସେ ନିଜର ଘର ବୋଲି ଭାବୁଥିଲେ। ସେ ଥିଲେ ଓଡ଼ିଶାରେ ଶିଳ୍ପାୟନର ପ୍ରଥମ ପ୍ରବର୍ତ୍ତକ, ସାରା ଭାରତରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ସେ ପ୍ରଥମେ ଓଡ଼ିଶାରେ ଆରମ୍ଭ କରିଥିଲେ। ତାଙ୍କ ଯୋଗୁ କଳିଙ୍ଗ ସାରା ବିଶ୍ବରେ ପରିଚିତି ପାଇଥିଲା। ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଆୟୋଜିତ ବିଜୁବାବୁଙ୍କ ଜୟନ୍ତୀରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଇତିହାସ ବିଭାଗର ପ୍ରାଧ୍ୟାପକ ଡ. ପ୍ରଭାତ କୁମାର ମଲ୍ଲିକ ଉପରୋକ୍ତ ମନ୍ତବ୍ୟ ପ୍ରକାଶ କରିଥିଲେ। ସଂଘର ସଭାପତି ପ୍ରତାପ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ‌ହି ସଭା ପ୍ରାରମ୍ଭରେ ଅତିଥି ମାନେ ପ୍ରଥମେ ବିଜୁବାବୁଙ୍କ ତୈଳ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଂଘର ଉପଦେଷ୍ଟା ଭାରତ ଭୂଷଣ ମହାନ୍ତି ତାଙ୍କ ବ୍ୟକ୍ତିଗତ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ଘନଶ୍ୟାମ ଧଳ ଧନ୍ୟବାଦ ଅର୍ପଣ କରିଥିଲେ।

ଦ୍ବିତୀୟ ପର୍ଯ୍ୟାୟରେ ବିଜୟିନୀ ଜେନାଙ୍କ ସଭାପତିତ୍ବରେ ତଥା ତ୍ରିଲୋଚନ ସ୍ବାଇଁ ଏବଂ ସ୍ମିତା ମିଶ୍ରଙ୍କ ସଂଯୋଜନାରେ କ୍ଷୁଦ୍ର ଗଳ୍ପ ଏବଂ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଗୀତାରାଣୀ ବେହେରା ଗଳ୍ପ ପାଠ କରିଥିବାବେଳେ ସତ୍ୟନାରାୟଣ ଦାଶ, ସୁନୀଲ କୁମାର ଦାଶ, ଉପେନ୍ଦ୍ର ବସ୍ତିଆ, ଅଜୟ କୁମାର ମହାନ୍ତି, ଅଶୋକ କୁମାର ପଟ୍ଟନାୟକ,ପ୍ରତାପ କୁମାର ପଣ୍ଡା, ଚାରୁଲତା ପ୍ରଧାନ, ବ୍ରଜେନ୍ଦ୍ର କୁମାର ଦାଶ, ସଂଜୀବ ଭୋଇ, ସ୍ମିତା ମିଶ୍ର, ତ୍ରିଲୋଚନ ସ୍ବାଇଁ ଏବଂ ବିଜୟିନୀ ଜେନା ପ୍ରମୁଖ ସ୍ବରଚିତ କବିତାମାନ ପାଠ କରିଥିଲେ। 

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଉପ ସଭାପତି ରଶ୍ମି ରଞ୍ଜନ ବୋଇତାଇ, ସମ୍ପାଦକ ରାଧାମୋହନ ନାୟକ, ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ, ପାଠାଗାର ସମ୍ପାଦକ ଇନ୍ଦ୍ରମଣି ମହାପାତ୍ର, ଧରଣୀଧର ସାମଲ, ଅରବିନ୍ଦ ପାତ୍ର, ପ୍ରସନ୍ନ କୁମାର ମହାନ୍ତି, ଡ. ନଗେନ କୁମାର ଦାସ ପ୍ରମୁଖ ସହାୟତା କରିଥିବା ବେଳେ, ଆଲୋକ ବୋଷ, ଡାକ୍ତର କୃପାସିନ୍ଧୁ ନାୟକ, ରବୀନ୍ଦ୍ର ନାଥ ପଣ୍ଡା, ପ୍ରଦୀପ କୁମାର ପଟ୍ଟନାୟକ, ଅକ୍ଷୟ କୁମାର ସାମଲ, ଜଗନ୍ନାଥ ରାଉତ, ଦିବାକର ଦାସ, ଅବନି କୁମାର ମହାନ୍ତି, ଭବାନୀ ପ୍ରସାଦ ଦାସ, ନାରାୟଣ ଗୌଡ଼ , କୈଳାସ ଚନ୍ଦ୍ର ମହାଳିକ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, କୁଳମଣି ଦାସ, ଭାଗ୍ୟଧର ଜେନା, ପ୍ରବୀର କୁମାର ଦୁବେ, ଅମରେନ୍ଦ୍ର କୁମାର ପାଢୀ, ବିଜୟ ରାୟ, ପ୍ରମୁଖ ବହୁ ସାହିତ୍ୟିକ ଯୋଗ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ପୋଷାକ, ବ୍ଲାଜର ପାଇଁ ଟଙ୍କା ସହିତ ଓ଼ ସୁଧ ଫେରସ୍ତ କଲେ l ବିନା ସୁଧରେ ୧୦ଲକ୍ଷ ଟଙ୍କାର ଶୁଭାରମ୍ଭ କଲେ l

masiha

ରାଇଘର ବ୍ଲକରେ ସ୍ବତନ୍ତ୍ର ପଞ୍ଚାୟତ ସମିତି ବୈଠକ , ଲୋକ ଯୋଜନା ଅଭିଯାନ ସଂପର୍କରେ ଆଲୋଚନା 

Sunil Chandra Nayak

ଵହଳଦା: ଗମ୍ଭାରିଆରୁ – ଜଗନ୍ନାଥ ପୁର ସ୍ଥାୟୀ ୩ କିମି ସ୍ଥାୟୀ ରାସ୍ତା ନିର୍ମାଣ ନିମନ୍ତେ ଦାବି ନେଇ ୩ ଖଣ୍ଡ ଗ୍ରାମବାସୀଙ୍କ ଉପଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀଙ୍କ ଦ୍ଵାରସ୍ଥ

masiha

Leave a Comment

error: Content is protected !!