ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ମିଳେଟ୍ ଶକ୍ତି ଆଉଟଲେଟ ର ଉଦଘାଟନ

ଭବାନୀପାଟଣା ତା ୨୪.୫.୨୦୨୩:ବଦଳୁଛି ମିଲ୍ଲେଟ୍ସ ରୁ ପ୍ରସ୍ତୁତ ଖାଦ୍ୟ କୁ ପରସିବାର ଏବଂ ଅପଣେଇବାର ଢାଞ୍ଚା। ୨୦୨୩ ମସିହା କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରାଯାଇଛି। କିନ୍ତୁ ୫ ବର୍ଷ ପୂର୍ବରୁ ଓଡିଶା ସରକାର ଓଡିଶା ମିଲକେଟ ମିଶନ ଜ଼ରିଆରେ ଖ୍ୟୁଦ୍ରଶସ୍ୟ ବା ମିଲେଟ କୁ ପ୍ରୋତ୍ସାହନ ଦେବା ଏବଂ ଏହାର ବ୍ୟବହାର ବୃଦ୍ଧି ନିମନ୍ତେ ଅବିରତ କାର୍ଯ୍ୟ କରି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଓଡିଶା ମିଲ୍ଲେଟ୍ସ ମିଶନ ସହାୟତା ରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବିଭିନ୍ନ ସହାୟତା ଜ଼ରିଆରେ ସମୃଦ୍ଧ କରି ଆସୁଅଛି। ଏହି ଅବସର ରେ ସଂପ୍ରତ୍ତି ଜିଲ୍ଲା ପରିଷଦ ପରିସରରେ ଏକ ମିଲେଟ ଶକ୍ତି ଆଉଟ୍ଲେଟ ର ଶୁଭ ଉଦ୍ଘାଟନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ ଙ୍କ କରକମଳରେ ସମ୍ପନ୍ନ କରା ଯାଇ ଅଛି। ଏହି ମିଲେଟ ଶକ୍ତି ଆଉଟ୍ଟଲେଟ ର ପରିଚାଳନା କଲ୍ୟାଣି ସ୍ୱୟଂ ସହୟକ ଗୋଷ୍ଠୀ ଦ୍ୱାରା କରାଯିବାର ବ୍ୟବସ୍ଥା କରା ଯାଇ ଅଛି। ଏହି ଅବସର ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ମୂଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସଚିନ୍ ପାୱାର,ଭବାନୀପାଟଣା ପୌରପାଳିକା ଅଧକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କଳାହାଣ୍ଡି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ପ୍ରକଳ୍ପ ପରିଚାଳକ, ଓଡିଶା ଜୀବିକା ମିଶନ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଡେପୁଟି କାର୍ଯ୍ୟ ନିର୍ବାହୀ ଅଧିକାରୀ, ଅରମାସ ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରମୁଖ ଯୋଗ ଦେଇଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

177ତମ ଉତ୍କଳ ଗୌରବ ମଧୁସୂଦନ ଦାସ ଜୟନ୍ତୀ – ଆଇନଜୀବି ଦିବସ – 2025 ପାଳିତ 

masiha

ଗାଇସିଲେଟ ପଞ୍ଚସ୍ତରୀତମ ସାଧାରଣତନ୍ତ୍ର ଦିବସରେ ଶାସନ ଓ ପ୍ରଶାସନଙ୍କ ଭୂମିକା 

masiha

ଢେଙ୍କାନାଳ ଜିଲ୍ଲାସ୍ତରୀୟ ଇନସ୍ପାୟାର-ମାନକ ପ୍ରକଳ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗିତା ୨୦୨୧-୨୨ ଉଦ୍ ଯାପିତ

Sunil Chandra Nayak

Leave a Comment

error: Content is protected !!