ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଏନ ଏସ ଏସ ବ୍ୟୁରୋର ସଫଳତା

ଭବାନୀପାଟଣା, ୨୫/୦୫ – କଳାହାଣ୍ଡି ବିଶ୍ଵବିଦ୍ୟାଳୟ ରାଜ୍ୟ ଓ ଜାତୀୟ ସ୍ତରର ପ୍ରତିଯୋଗୀତା ଗୁଡିକରେ ସଫଳ ହେବା ଓ କୃତିତ୍ଵ ଆଣିବା ବିଶ୍ଵବିଦ୍ୟାଳୟ ଓ ଏହି ଅଞ୍ଚଳ ପ୍ରତି ଏକ ଗର୍ବ ଓ ଗୌରବ । ଦୀର୍ଘ ଦଶନ୍ଧି ହେଲା ସରକାରୀ ମହାବିଦ୍ୟାଳୟ ଥିବା ସମୟରେ ଓ ଅନ୍ୟାନ୍ୟ ମହାବିଦ୍ୟାଳୟ ରୁ ଏନ ଏସ ଏସ କ୍ଷେତ୍ରରେ ଯେଉଁ ସଫଳତା ଆଣିପାରୁନଥିଲା, ବିଶ୍ଵବିଦ୍ୟାଳୟ ହେବା ପରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ. ସଞ୍ଜୟ କୁମାର ଶତପଥୀଙ୍କ ନୀରନ୍ତର ପ୍ରଚେଷ୍ଟା ଦ୍ୱାରା ଅତିଶିଘ୍ର ଏନ ଏସ ଏସ ବ୍ୟୁରୋ ଆରମ୍ଭ ହେବା ଏବଂ ଏକ ନୂତନ ବିଶ୍ଵବିଦ୍ୟାଳୟ ହୋଇମଧ୍ୟ ୩୫୦୦ ଛାତ୍ର ଛାତ୍ରୀ ସ୍ଵେଚ୍ଛାସେବୀର ଅନୁମୋଦନ ଆଣିବା ବିଶ୍ଵବିଦ୍ୟାଳୟର ସଫଳତାର ଏକ କାହାଣୀ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗୀତା, ଶିବିର ଓ କନଭେନସନ କୁ ନିଜର ସ୍ଵେଚ୍ଛାସେବୀ ଓ ପ୍ରୋଗ୍ରାମ ଅଫିସର ମାନଙ୍କୁ ପ୍ରେରଣ କରି ଅନେକ ସଫଳତା ଆଣିଛି । ଏହାଦ୍ଵାରା ବିଶ୍ଵବିଦ୍ୟାଳୟ ଏନ ଏସ ଏସ ସେବାକୁ ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କ ପାଖରେ ପହଞ୍ଚାଇବା ସହ ନିଜର କୃତିତ୍ଵର ପ୍ରାରଦର୍ଶିତା ପାଇଁ ସୁଯୋଗ ସୃଷ୍ଠି କରିପାରିଛି । ବିଶ୍ଵବିଦ୍ୟାଳୟ ଓ ଏହାର ଏନ ଏସ ଏସ ବ୍ୟୁରୋ ପ୍ରତିଷ୍ଠା ହେବା ପୂର୍ବରୁ ଏହି ଅଞ୍ଚଳ ବିଶେଷକରି ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ମାନେ ନିଜ ପ୍ରତିଭା ପ୍ରଦର୍ଶନ କରିବାରୁ ବଞ୍ଚିତ ହେଉଥିଲେ । ଏହି ପରିପେକ୍ଷୀରେ ନିକଟ ଅତୀତ ଭୁବନେଶ୍ଵର ସ୍ଥିତ ସୋଆ ବିଶ୍ଵବିଦ୍ୟାଳୟରେ ଓଡିଶା ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏନ ଏସ ଏସ ପକ୍ଷରୁ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ସାଂସ୍କୃତିକ ଉତ୍ସବ – ୨୦୨୩ ରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଏନ ଏସ ଏସ ବ୍ୟୁରୋ ର ପ୍ରତିଯୋଗୀ ମାନେ ସର୍ବମୋଟ ଚାରୋଟି କ୍ଷେତ୍ର ଯଥା – ସ୍ଲୋଗାନ ପ୍ରତିଯୋଗୀତା (ଦ୍ଵିତୀୟ ସ୍ଥାନ), ପ୍ରାରମ୍ପରିକ ବେଶ ପ୍ରତିଯୋଗୀତା (ଦ୍ଵିତୀୟ ସ୍ଥାନ), ନାଟକ ପ୍ରତିଯୋଗୀତା (ତୃତୀୟ ସ୍ଥାନ) ଓ ସମୂହ ନୃତ୍ୟ ପ୍ରତିଯୋଗୀତାରେ (ତୃତୀୟ ସ୍ଥାନ) କୃତିତ୍ଵ ଅର୍ଜନ କରି ବିଶ୍ଵବିଦ୍ୟାଳୟକୁ ଗୌରବ ଆଣିବା ସହ ଏହି ଅଞ୍ଚଳ ର ଅନ୍ୟାନ୍ୟ ମହାବିଦ୍ୟାଳୟ ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେରଣା ଓ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଦଳକୁ ପ୍ରତିନିଧିତ୍ଵ କରୁଥିଲେ କ୍ଷମା ମେହେର ଡିଗ୍ରୀ ମହାବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ଦୁଧେଶ୍ଵର ସାହୁ ଏବଂ ସ୍ଵେଚ୍ଛାସେବୀ ମାନେ ହେଲେ ନିତିନ ନାଗ, ଘନଶ୍ୟାମ ନାଏକ, ଅଙ୍କିତା ଦଣ୍ଡସେନା, ଆନନ୍ଦିନୀ ବାଗ, ଜାଗୃତୀ ସେନାପତି, ଚୁଡାମଣି ମାଝୀ ଏହି ସାଂସ୍କୃତିକ ଉତ୍ସବ ଟି ଓଡିଶା ସରକାର ଏନ ଏସ ଏସ ସେଲ ତରଫରୁ ପ୍ରଥମ କରି ରାଜ୍ୟ ର ୨୫ ଗୋଟି ରାଜ୍ୟ ଏବଂ ଜାତୀୟ ସ୍ତରର ବିଶ୍ଵବିଦ୍ୟାଳୟ, ଆଇ ଆଇ ଟି, ଏନ ଆଇ ଟି, ଏମ୍ସ ଏବଂ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟକୁ ନେଇକରି ଆୟୋଜିତ ହୋଇଥିଲା । ଏହି ସଫଳତା ପାଇଁ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ବିଶ୍ଵବିଦ୍ୟାଳୟକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏକ ପ୍ରମୁଖ ବିଶ୍ଵବିଦ୍ୟାଳୟ କରାଯିବାରେ ପ୍ରଚେଷ୍ଟାରତ ବୋଲି ମତ ବ୍ୟକ୍ତ କରିଥିଲେ । ବିଶ୍ଵବିଦ୍ୟାଳୟର କୁଳସଚିବ ଶ୍ରୀ ପୀତାମ୍ବର ଭୋଇ, ଏନ ଏସ ଏସ ବ୍ୟୁରୋ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ, ସିପିଜିସି ମେଜର ଜୟଦେବ ସାହୁ, ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ପ୍ରତାପ ଚନ୍ଦ୍ର ଦାଶ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।କଳାହାଣ୍ଡି ଏନ ଏସ ଏସ ବ୍ୟୁରୋ ଅତି କମ ସମୟ ମଧ୍ୟରେ ମଧ୍ୟ ଚାରୋଟି ଜାତୀୟ ସ୍ତରୀୟ ଜାତୀୟ ସଂହତି ଶିବିର, ପୂର୍ବାଞ୍ଚଳ ରାଜ୍ୟ ପେରେଡ ମନୋନୀତ କ୍ୟାମ୍ପ, ଅନ୍ତର୍ଜାତିକ କନଭେନସନ – ଜି ୨୦ କୁ ବିଶ୍ଵବିଦ୍ୟାଳୟର ପ୍ରତିନିଧିତ୍ଵ ଏହାର ସଫଳତା କୁ ପ୍ରମାଣିତ କରେ । ଭୁବନେଶ୍ବର ସ୍ଥିତ ସୋଆ ବିଶ୍ଵବିଦ୍ୟାଳୟକୁ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ, ମେଦିନାପୁର-ପଶ୍ଚିମ ବଙ୍ଗ କୁ ପ୍ରତାପ ଚନ୍ଦ୍ର ଦାଶ (ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ, ଭବାନୀପାଟଣା, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଜାତୀୟ ସଂହତି ଶିବିରକୁ କୋକସରା ଡିଗ୍ରୀ ମହାବିଦ୍ୟାଳୟର ଐରୀ ନାଶନ ଚିନ୍ଦା, ଆନ୍ଦ୍ରପ୍ରଦେଶ ଶିବିରକୁ ବିଶ୍ଵବିଦ୍ୟାଳୟର ପ୍ରୋଗ୍ରାମ ଅଧିକାରୀ ରୋଜମେରୀ, ପୁରୀ ଶିବିରକୁ ନଲିନୀକାନ୍ତ ସା ଓ ପ୍ରତାପ ଚନ୍ଦ୍ର ଦାଶ, ରାଜ୍ୟ ସ୍ତରୀୟ ସାଂସ୍କୃତିକ ଉତ୍ସବକୁ ଦୁଧେଶ୍ଵର ସାହୁ ପ୍ରତିନିଧିତ୍ଵ କରିଥିବା ବେଳେ ବିଶ୍ଵବିଦ୍ୟାଳୟ ପାଇଁ ଅନେକ ସଫଳତା ଆଣିଛନ୍ତି । ଏହି ସଫଳତା ପାଇଁ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ଡ. ସଞ୍ଜୟ କୁମାର ଶତପଥୀ ସମସ୍ତଙ୍କ ଉଦ୍ୟମ ଓ ସହଯୋଗୀତା କୁ ଶ୍ରେୟ ଦେଇଛନ୍ତି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଉରକେଲା ରିଜର୍ଭ ପୋଲିସ୍ ପଡିଆରେ ଉଦ୍ଘାଟିତ ହେଲା ଦ୍ବିତୀୟ ବାର୍ଷିକ ପୋଲିସ୍ କ୍ରୀଡା ମହୋତ୍ସବ-୨୦୨୫

Sunil Chandra Nayak

ଯୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ ଉଦଘାଟନ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ସର୍ବ ଭାରତୀୟ ଏକଲ ଶିକ୍ଷ୍ୟା ଅଭିଯାନ

Sunil Chandra Nayak

Leave a Comment

error: Content is protected !!