ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ କୋକସରା ବ୍ଲକ ଗସ୍ତ, ଉନ୍ନୟନ କାର୍ଯ୍ୟର ସମୀକ୍ଷା

କୋକସରା,୨୮/୦୮ //କଳାହାଣ୍ଡି ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ପାୱାର ସଚିନ ପ୍ରକାଶ ଶୁକ୍ରବାର କୋକସରା ବ୍ଲକ ଗସ୍ତରେ ଆସି କୋକସରା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କୋକସରା ବିଡ଼ିଓ ଉତ୍ତମ କୁମାର ବାଗ , ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନଙ୍କ ସହ ବ୍ଲକର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ପରେ କୋକସରା ବ୍ଲକରେ ଓଡିଶା ରାଜ୍ୟ ସରକାରଙ୍କ 5 ଟି ଯୋଜନାରେ ଅନ୍ତର୍ଭୁକ୍ତ ନିର୍ମାଣାଧୀନ ପ୍ରକଳ୍ପ ପରିଦର୍ଶନ କରିବା ସହ ସ୍ଥାନୀୟ ଅଧିକାରୀ, କାର୍ଯ୍ୟ ନିର୍ବାହ ସଂସ୍ଥା ସହିତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି କ୍ରମରେ କୋକସରା ଡିଗ୍ରୀ ମହାବିଦ୍ୟାଳୟ, ଲଡୁଗାଁ କଲେଜ, ଲଡୁଗାଁ ବାଉରୀ ମନ୍ଦିର, ଲଡୁଗାଁ ମାରବାଡ଼ି ଯୁବା ଭବନ, କୁମୁଡ଼ାମୁଣ୍ଡା ଧବଳେଶ୍ବର ମନ୍ଦିର, ଡୁଡୁକାଠେଙ୍ଗା ଓ ଡେଙ୍ଗାଗୁଡା ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟ, ପରିଦର୍ଶନ ଓ ତଦାରଖ କରି ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ବିଡ଼ିଓ, ବ୍ଲକ ଉପାଧ୍ୟକ୍ଷ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍

Related posts

ତାଳୁକ ଆଇନ ସେବା ସମିତି ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଜମ୍ବେଶ୍ଵର ଡିଗ୍ରୀ ମହାବିଦ୍ୟାଳୟରେ ଇନୋଭେସନ ଓ ଷ୍ଟାଟଅପ କାର୍ଯ୍ୟକ୍ରମ

Sunil Chandra Nayak

କଳାହାଣ୍ଡି ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ 

masiha

Leave a Comment

error: Content is protected !!