ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜିଲ୍ଲା ସ୍ଥରୀୟ ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା ଉଦଯାପିତ

ନବରଙ୍ଗପୁର, 28.08-(ମସିହା)ନବରଙ୍ଗପୁର ଇଣ୍ଡୋର ଷ୍ଟାଡିଅମ ଠାରେ ଦ୍ଵିତୀୟ ଜିଲ୍ଲା ସ୍ତରୀୟ ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି lଓଡିଶା ବ୍ୟାଡ଼ମୀଣ୍ଟନ ସଂଘ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ନବରଙ୍ଗପୁର ଜିଲ୍ଲା ବ୍ୟାଡ଼ମୀଣ୍ଟନ ସଂଘ ଦ୍ୱାରା ଆୟୋଜିତ କରା ଯାଇଥିଲା l ଉଦଯାପନୀ ଉତ୍ସବରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ପାଳ ନବୀନ ନାୟକ, ଉପ ଜିଲ୍ଲା ପାଳ ପ୍ରକାଶ ମିଶ୍ର, ନନ୍ଦାହାଣ୍ଡି ଗୋଷ୍ଟି ଉନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ବିଦୁ ଭୂଷଣ ମହାକୂଳ , ଯୁବ ନେତା ଗୌରୀ ଶଙ୍କର ମାଝୀ, ଟୱେର କ୍ଲବ ସଭାପତି. କେ. ଜଗନ୍ନାଥ ରାଓ ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ମାନ ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ l ବ୍ୟାଡ଼ମୀଣ୍ଟନ ସଂଘ ସଭାପତି ରାକେଶ ଗୁପ୍ତା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ପ୍ରତିଯୋଗିତା ରେ ସିନିୟର ଵର୍ଗ, ୩୫ ବର୍ଷଵର୍ଗ,୪୦ ବର୍ଷ ଵର୍ଗ,୪୫ ବର୍ଷ ଵର୍ଗ ରୁ ଉର୍ଦ୍ଧ ମଧ୍ୟରେ ପ୍ରତିଯୋଗିତା ଆୟୋଜିତ ହୋଇ ଥିବା ସଂଘର ସମ୍ପାଦକ ଲିଙ୍ଗ ରାଜ ମହାନ୍ତି ସୂଚନା ଦେଇ ଥିଲେ ।ଏହି ପ୍ରତିଯୋଗିତା ର କୃତି ପ୍ରତି ଯୋଗୀ ମାନେ ରାଜ୍ୟ ସ୍ଥରୀୟ ପ୍ରତିଯୋଗିତା ଅଂଶ ଗ୍ରହଣ କରିବେ । ଜିଲ୍ଲା ପ୍ରଶାସନ ଓ ମିଲେଟ ମିଶନ ର ସହଯୋଗିତା ରେ ଆୟୋଜିତ ଏହି ପ୍ରତିଯୋଗିତା ରେ ସିନିୟର ଏକକ ଵର୍ଗ ରେ ପି. ଚକ୍ରଧର, ସିନିୟର ଡବଲସ ଵର୍ଗ ରେ ପି. ଚକ୍ର ଧର ଓ ସନ୍ତୋଷ କୁମାର ତ୍ରିପାଠୀ, ୩୫ବର୍ଷ ଏକକ ଵର୍ଗ ରେ I ତେଜେଶ୍ୱର ରାଓ, ୪୦ ବର୍ଷ ଏକକ ଵର୍ଗ ରେ ପ୍ରଭାତ କୁମାର ମହାରଣା, ୪୫ ବର୍ଷ ଵର୍ଗ ରେ ସତ୍ୟ ଦଣ୍ଡ ସେନା ଚାମ୍ପିୟନ ହୋଇଥିଲେ lସେହି ପରି ଅନ୍ୟ ଵର୍ଗ ର କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରା ଯାଇଥିଲା l ଖେଳ ର ପ୍ରଥମ ଦିନରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଓ ଜିଲ୍ଲା କୃଷି ଅଧିକାରୀ ଜୀ. ଭେଙ୍କଟ ରେଡ୍ଡୀ ଏହି ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ l ପ୍ରତିଯୋଗିତାର ଉଦୀୟମାନ ଖେଳାଳି ଭାବେ ଶିବଂଶ ହୋତା ଓ ସର୍ବଶ୍ରେଷ୍ଠ ଖେଳାଳି ଭାବେ କପିଳ ଅଗ୍ରୱାଲ କୁ ପୁରସ୍କାର ଦେଇ ସମ୍ମାନୀତ କରାଯାଇଥିଲା lସମସ୍ତ ଖେଳ କୁ ସରୋଜ କୁମାର ମହାରଣା, କପିଳ ଅଗ୍ରୱାଲ ପରିଚାଳନା କରିଥିଲା ବେଳେ ସଂଘ ର ସହ ସମ୍ପାଦକ ଚନ୍ଦନ ମହାରଣା,ଅତୁଳ ଅଗ୍ରୱାଲ, କିସାନ ଦଳେଇ,ଅଶୋକ କୁମାର ସାହୁ,ଜଗଦୀଶ କୁମାର, ରମାକାନ୍ତ ରାଉଳ,ସନ୍ତୋଷ କୁମାର ଦାସ, ସରୋଜ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଳିଙ୍ଗ ଷ୍ଟାଡିୟମ୍‌ରେ ରାଜ୍ୟସ୍ତରୀୟ ସମ୍ମିଳିତ ସ୍ପିଡ୍ ସ୍କେଟିଂ ଚାମ୍ପିଅନ୍‌ଶିପ୍‌ ୨୦୨୬ ରେ ଜଳେଶ୍ଵର କ୍ରୀଡ଼ାବିତଙ୍କ କାମାଲ

Sunil Chandra Nayak

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଉଦ୍ଘାଟିତ ହେଲା ୭୫ ରାଜ୍ୟ ପୋଲିସ୍ ହକି ଚମ୍ପିଆନସିପ୍ ୨୦୨୫-୨୬

Sunil Chandra Nayak

Rourkela School Chess Championship 2025 held 

Sunil Chandra Nayak

Leave a Comment

error: Content is protected !!