ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ତେରେସିଂହା କପ୍ ଫୁଟବଲ୍: ଫାଇନାଲରେ ମହିପୁର 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ହାଇସ୍କୁଲ ଖେଳ ପଡ଼ିଆରେ ହେଉଥିବା ଦୈତାରୀ ମେମୋରିଆଲ୍ ଗେମ୍ସ ଏଣ୍ଡ୍ ସ୍ପୋର୍ଟସ୍ ଏସୋସିଏସନ୍ ର ୨୨ତମ ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଅଛି l ଟୁର୍ଣ୍ଣାମେଣ୍ଟ ର ପ୍ରଥମ ସେମିଫାଇନାଲ ମ୍ୟାଚ ଡଙ୍ଗାପଟା (ବଲାଙ୍ଗୀର) ଓ ମହିପୁର (ବଲାଙ୍ଗୀର) ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା l ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ ରେ ମହିପୁର ଦଳ ୧-୦ ଗୋଲ ରେ ଡଙ୍ଗାପଟା ଦଳକୁ ପରାସ୍ତ କରି ଫାଇନାଲ କୁ ପ୍ରବେଶ କରିଛି l ଏଥିରେ ମୁଖ୍ୟ ଅତିଥି ଭାବରେ କର୍ଲାମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ସମ୍ମାନିତ ଅତିଥି ଭାବରେ ତେରେସିଂହା ଯୁକ୍ତ ଦୁଇ ମହାବିଦ୍ୟାଳୟର ଗ୍ରନ୍ଥାଗାର କ୍ଷେତ୍ରମଣି ରଣା, ସାମ୍ବାଦିକ ସତ୍ୟନାରାୟଣ କୁମାର ଯୋଗ ଦେଇଥିଲେ l ମ୍ୟାଚଟିକୁ ଚଞ୍ଚଳ ମାଝୀ ପରିଚାଳନା କରିଥିବା ବେଳେ ନରେଶ ମାଝୀ, ବୁଲୁ ମାଝୀ ସହଯୋଗ କରିଥିଲେ l ଦେବେନ୍ଦ୍ର ରଣା ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ l ଆୟୋଜକ କମିଟି ସଭାପତି କିଶୋର ଚନ୍ଦ୍ର ନାଏକ, ସମ୍ପାଦକ ରଶ୍ମି ରଞ୍ଜନ ରଣା, ଗଜାନନ ଗହୀର, ବସନ୍ତ ସାହୁ, ତପନ ମାଝୀ, ସୁରେଶ ଭୋଇ, ମନୋଜ ରଣା, ନିଳାଞ୍ଚଳ ଗହୀର, ନୃପରାଜ ରଣା, ବୈଦ୍ୟରାଜ ରଣା, ମହେଶ୍ୱର ଗହୀର, ନିର୍ମଳ ରଣା, ଚିରଞ୍ଜିବୀ ନାଗ ପ୍ରମୁଖ ସହଯୋଗ କରିଥିଲେ l ଶୁକ୍ରବାର ଖୋଲାନ୍ (ସିଆଲଝୁଡୁଙ୍ଗୀ) ଓ ବଡ଼ମାଳ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟିର ସଭାପତି କିଶୋର ଚନ୍ଦ୍ର ନାଏକ ସୂଚନା ଦେଇଛନ୍ତି l

(କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ଜଲଦା କାର୍ମେଲ ସ୍କୁଲରେ ଆଞ୍ଚଳିକ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ 

Sunil Chandra Nayak

ଜିଲ୍ଲା ସ୍ଥରୀୟ ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା ଉଦଯାପିତ

masiha

ଫୁଟବଲ ଟୁର୍ଣ୍ଣାମେଣ୍ଟ ହେଲା ଉଦଯାପିତ:କୋଟପାଡ ଦଳ ୱିନର ଓ କୁମୁଲିପୁଟ ଦଳ ରନର୍ 

masiha

Leave a Comment

error: Content is protected !!