ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ହକି ପୁରୁଷ ବିଶ୍ବକପ୍ ଅବସରରେ ତୁଲାପଡା ଠାରେ ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ 

ରୁପ୍ରା, ୭/୧ (ମନିସ ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ତୁଲାପଡା ସ୍ଥିତ ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମା’ ପାଝରାଣୀ ପୀଠରେ ପୂଜାର୍ଚ୍ଚନା କରି ଛାତ୍ରଛାତ୍ରୀ ମାନଙ୍କ ବିରାଟ୍ ଶୋଭାଯାତ୍ରାରେ ମଶାଲ୍ ଆସି ହାଇସ୍କୁଲ ଖେଳ ପଡିଆ ଠାରେ ସ୍ଥାପନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ରୀଡ଼ା ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦାନ କରି କ୍ରୀଡା ପତାକା ଉତ୍ତୋଳନ କରି ଖେଳକୁଦ ପ୍ରତିଯୋଗିତା ଉଦଘାଟନ କରିଥିଲେ। ପରେ ଖେଳକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ଶପଥ ପାଠ କରିଥିଲେ। ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଯାନୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଉଥିବା ଏହି ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ଅନ୍ୟାନ୍ୟ ଅତିଥି ମାନେ ହେଲେ ନର୍ଲା ଏବିଇଓ ଗୋବର୍ଦ୍ଧନ ମାଝୀ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର ପଣ୍ଡା, ତୁଲାପଡା ସରପଞ୍ଚ ମଲ୍ଲିହାର ପଧାନ, ଖେଳ ପଡିଆ ଜମିଦାତା ମନମୋହନ ନାୟକ, ତୁଲାପଡା ହାଇସ୍କୁଲ ପ୍ରଧାନଶିକ୍ଷକ ନେପାଳ ଭୋଇ, ଜିଲ୍ଲା ଟେବୁଲ୍ ଅଫିସିଆଲ୍ ଅଶ୍ୱିନୀ ପଧାନ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଞ୍ଜଳି ପଧାନ ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ଥିଲେ।

ଏହି ଖେଳକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଜିଲ୍ଲା ଅଧିନ ନର୍ଲା ବ୍ଲକ୍ ସମେତ ଭବାନୀପାଟଣା, ଧର୍ମଗଡ଼, ଜୁନାଗଡ଼, ଗୋଲାମୁଣ୍ଡା, ଜୟପାଟଣା, କର୍ଲାମୁଣ୍ଡା, କଲମପୁର, କୋକସରା, କେସିଙ୍ଗା, ଲାଞ୍ଜିଗଡ଼, ମ. ରାମପୁର ଓ ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୩୩୩ ଜଣ ଛାତ୍ରଛାତ୍ରୀ, ୫୦ ଜଣ ଅଫିସିଆଲ୍ ଓ ୩୨ ଜଣ ମେନେଜର୍ ଓ କୋଚର୍ ମୋଟ୍ ୪୧୫ ଜଣ ଆସିଛନ୍ତି। ପ୍ରଥମ ଦିନ ଭଲିବଲ୍, ଖୋ ଖୋ ଓ କବାଡି ଉଭୟ ଜୁନିୟର ଓ ସିନିୟର ବିଭାଗ ପାଇଁ ଅନୁଷିତ ହୋଇଛି।

ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ନର୍ଲା ବିଧାୟକ ଭୂପିନ୍ଦର ସିଂହ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ପଞ୍ଜିକରଣ ଖେଳ ଶିକ୍ଷକ ଜୟକୃଷ୍ଣ ନାଏକ, ସମୀର ରଞ୍ଜନ ନାଏକ, ଉଦ୍ଧବ ପ୍ରଧାନୀ ଓ ମିଲନ କୁମାର କରିଥିଲେ। ରୁପ୍ରା ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରାଙ୍କ ସମେତ ଅନ୍ୟାନ୍ୟ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତ ଖେଳ ପିଇଟି ସନ୍ତୋସାନନ୍ଦ ନାଏକ, ନବୀନ ନାଏକ, ନାରାୟଣ ନାଏକ ଓ ରୁପସିଙ୍ଗ ରାଉତ ପ୍ରମୁଖ ପରିଚାଳନା କରିଥିଲେ। ଏହି ଖେଳକୁଦ ୧୦ ତାରିଖ ମଙ୍ଗଳବାର ଦିନ ଉଦଯାପିତ ହେବ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଉଦଯାପିତ 

masiha

ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ 

masiha

୨୦ ତମ ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣଆମେଣ୍ଟ

Sunil Chandra Nayak

Leave a Comment

error: Content is protected !!