ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ ଏସ ଏସ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦ୍ଘାଟିତ

ଉତ୍କେଳା // ଗତ ଗୁରୁବାର ତା ୦୫/୦୧/୨୦୨୩ ରିଖ ଗୁରୁଜୁଙ୍ଗ ଗ୍ରାମ ପଂଚାୟତର ବାଲିପଦର ଗ୍ରାମରେ ଚନ୍ଦ୍ରିକା ଜୈନ ଡ଼ିଗ୍ରୀ ମହାବିଦ୍ୟାଳୟ, ବୋର୍ଡIର ଏନ ଏସ ଏସ ପୁରୁଷ ଓ ମହିଳା ୟୁନିଟ ଦ୍ଵୟର ସମନ୍ଵୟରେ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦ୍ଘାଟିତ ହୋଇଯାଇଛି I ଏହି ଶିବିରର ଉଦ୍ଘାଟନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲେଶ୍ଵର ନିଆଲ ସଭାପତିତ୍ୱ କରିଥିଲେ ଓ ଏନ ଏସ ଏସ ର ପୁର୍ବତନ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଡ଼ ଜୟନ୍ତୀ ମହାନ୍ତି ଓ ଅଧ୍ୟାପକ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ ସ୍ଵେଛାସେବୀଙ୍କୁ ଏନ ଏସ ଏସ ର ଲକ୍ଷ୍ୟ ଏବଂ ଉଦେଶ୍ୟ ବିଷୟରେ କହିବା ସଂଗେ ସଂଗେ ତାଙ୍କ ଦIଇତ୍ୱ ବିଷୟରେ ମଧ୍ୟ ସଚେତନ କରାଇଥିଲେ I ଏହି ଶିବିରରେ ବିଭିର୍ଣ୍ଣ ସଚେତନତା କାର୍ଯ୍ୟକ୍ରମ କାରାଯିବା ନେଇ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ମାନସୀ ନାୟକ ଓ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ସାହୁ ସଭାରେ ବ୍ୟକ୍ତ କରିଥିଲେ I

ଉତ୍କେଳା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଜିଲ୍ଲାସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଆମ୍ବ ବନ୍ଧ ମରାମତି ନେଇ ଅଭିଯୋଗ କଲେ ସରପଞ୍ଚ

masiha

ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ପକ୍ଷରୁ କଟକ ସଦରରେ ବୋଇତ ବନ୍ଦାଣ ଉତ୍ସବ,ସମ୍ବର୍ଧନା ପର୍ବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!