ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୀଳମାଧଵ ସରକାରୀ ଉଚ୍ଚ ବିଦ୍ୟାଳୟରେ ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଚିଲିଗୁଡା ( ମ ନି ସ)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ନୀଳମାଧଵ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୩୩ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷ ହେଲା କରୋନା କଟ କଣା ଯୋଗୁ ବିଦ୍ୟଳୟ ସ୍ତରୀୟ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଏବଂ ବାର୍ଷିକ ଉତ୍ସବ ଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଯାହା ଫଳରେ ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ସେହି ଦିନ ଠାରୁ ସ୍କୁଲ ଗୁଡିକରେ ବାର୍ଷିକ ଉତ୍ସବ ଠପ ରହିଥିଲା । ହେଲେ  ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଆଜି ଚିଲିଗୁଡା ନୀଳମାଧଵ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ବିଦ୍ୟଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବିଦ୍ୟଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଏହି ବାର୍ଷିକ ଉତ୍ସବ ସମାରୋହରେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବାର୍ଷିକ ଉତ୍ସବ ପାଳନ ର ମହତ୍ଵ ଏବଂ ଉଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ ଏବଂ ବିଦ୍ୟଳୟର ଶିକ୍ଷକ ,ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ ।ଏଥିରେ ଜୁନାଗଡ଼ ବି ଇ ଓ ଷଷ୍ଠୀ ପ୍ରସାଦ ଝାଙ୍କର ସଭାପତିତ୍ୱ କରିଥିବା ବେଳେ କୋକସର। ବି ଇ ଓ ତଥା ଜୁନାଗଡ଼ ସରକାରୀ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ ମୁଖ୍ୟ ବକ୍ତା ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ସମ୍ମାନିତ   ଅତିଥି ଭାବରେ ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର ,ଉପ।ଧକ୍ଷ ପ୍ରମୋଦ କୁମାର ବେହେରା ,ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ ,ଜିଲ୍ଲା ପରିଷଦ ସଭ୍ୟ। ସଂଗୀତା ଖର୍ସେଲ ,ଶିକ୍ଷାବିତ ସୁଧାଂଶୁ ଶେଖର ନେଗି ,ସୁଧାଂଶୁ ଶେଖର ମହା ବିଦ୍ୟଳୟର ଅଧକ୍ଷ ମାନସ ରଞ୍ଜନ ପଣ୍ଡା ,ଶିକ୍ଷାବିତ ଶଶୀ ସେନ ଯୋଶୀ ଏବଂ ବ୍ରଜମୋହନ ପାତ୍ର ପ୍ରମୁଖ ଉପସ୍ଥିତ ରହି ବାର୍ଷିକ ଉତ୍ସବ ପାଳନ ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି ଉତ୍ସବ ପାଳନ ଅବସରରେ ବିଦ୍ୟଳୟର ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତ କାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।ଏଥିରେ ବିଦ୍ୟଳୟର ଦୁଇ ଜଣ ଅବସର ଶିକ୍ଷକ ବ୍ରଜମୋହନ ପାତ୍ର ଏବଂ ନରେନ୍ଦ୍ର ନେଗି ଙ୍କୁ ଉପଢୋକନ ଓ ମାନ ପତ୍ର ଦେଇ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟ।ଳୟର ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ପାଣିଗ୍ରାହୀ ବିଦ୍ୟଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସହକାରୀ ଶିକ୍ଷକ ଅକ୍ଷୟ କୁମାର ସତନାମୀ ମଞ୍ଚ ପରିଚାଳନା କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଏଥିରେ ବରିଷ୍ଠ ଶିକ୍ଷକ ଅମୂଲ୍ୟ କୁମାର ମେହେର ,ନିରାକାର ଦାସ ,ସୁମିତ। ରାୟ ଗୁରୁ ,ପ୍ରତିମା ଛତ୍ରିଆ ପ୍ରମୁଖ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଶିକ୍ଷକ ବିବେକାନନ୍ଦ ସୁନାନୀ ,ସରସ ଚନ୍ଦ୍ର ନ।ଏକ ଏବଂ ଦିଲୀପ କୁମାର ନେଗି ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ସ୍କୁଲ ଶିକ୍ଷା କମିଟିର ସଦସ୍ୟ ,ଅଭିଭାବକ ଏବଂ ଅଞ୍ଚଳର ଵିଭିନ୍ନ ବିଦ୍ୟଳୟର ଶିକ୍ଷକ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ସହକାରୀ ଶିକ୍ଷକ ନିରାକାର ଦାସ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

କରନବୀର ସିଂ ଙ୍କ ସାଇକେଲରେ ବିଶ୍ବ ଭ୍ରମଣ

Sunil Chandra Nayak

କାଳବୈଶାଖୀ ରେ ବ୍ଲକ ପରିସରରେ ଭାଙ୍ଗିଥିବା ତିନୋଟି ଗଛକୁ ସଫା କଲା ଦମକଳ ବାହିନୀ

masiha

ଦୈନିକ ଅପରାହ୍ନ ର ବାର୍ଷିକୋତ୍ସବ ୨୦୨୫ ରାଜ୍ୟସ୍ତରୀୟ ସାରସ୍ଵତ ମହୋତ୍ସବ ଓ କବିତା କୁମ୍ଭପର୍ବ, ପୁସ୍ତକ ଉନ୍ମୋଚନ ଓ ସୃଜନଶ୍ରୀ ସମ୍ମାନ ପ୍ରଦାନ ଉତ୍ସବ  କୁଞ୍ଜବିହାରୀ ରାଉତ ଙ୍କୁ ସୃଜନଶ୍ରୀ ସମ୍ମାନ …..

masiha

Leave a Comment

error: Content is protected !!