ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ଅନାଥ ଝିଅ ଙ୍କୁ ଉଦ୍ଧାର କରି ଅନାଥ ଆଶ୍ରମ ରେ ଛାଡ଼ିଲା ବହୁଜନ ସଂଗ୍ରାମ ସମିତି

ଦୁଇ ଅନାଥ ଝିଅ ଙ୍କୁ ଉଦ୍ଧାର କରି ଅନାଥ ଆଶ୍ରମ ରେ ଛାଡ଼ିଲା ବହୁଜନ ସଂଗ୍ରାମ ସମିତି 

ଜୁନାଗଡ଼,୧୯/୯(ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ର ବହୁଜନ ସଂଗ୍ରାମ ସମିତି ର ସଭାପତି ରଞ୍ଜନ କୁମାର ଜାଲ ଦିନ କୁ ଦିନ ନିରିହ ଲୋକଙ୍କୁ ସାହାଯ୍ୟ କରି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଭାଜନ ହେବାରେ ଲାଗିଛନ୍ତି। ତାଙ୍କ ସହ ସମିତିର ସଦସ୍ୟ ମାନେ ଜୁନାଗଡ଼ ସହର ର ଦୁଇ ଅନାଥ ଛୁଆ ଘର ଘର ବୁଲି ପେଟ ପାଇଁ ଆକୁଲ ବିକଳ ହୋଇ ସାପ୍ତାହିକ ବଜାର ପରିସର ରେ ବୁଲୁଥିବା ଦେଖି ସେମାନଙ୍କୁ ଥଇଥାନ ଓ ଭବିଷ୍ୟତ ଚିନ୍ତା ପାଇଁ ଆଗଭର ହୋଇଥିଲେ। ଏହି କଅଁଳ ଅନାଥ ଶିଶୁଙ୍କୁ ଦେଖି ବହୁଜନ ସଭାପତିଙ୍କ ଛାତିରେ କୋହ ଭରି ଆସିଥିଲା।ସେମାନଙ୍କୁ କିପରି ସଠିକ ଭାବେ ଥାଇଥା କରାଯିବ ସେଥିପାଇଁ ଆଗଭର ହୋଇ ଉଠିଥିଲେ।ଆଉ ସାଙ୍ଗେ ସାଙ୍ଗେ ଦୁଇ ଛୁଆ କୁ ଧରି ପ୍ରଥମେ ଜୁନାଗଡ଼ ସହର ସ୍ଥିତ ଶ୍ରୀଶ୍ୟାମ କପଡା ଦୋକାନ କୁଯାଇ ସେଠାରୁ ପ୍ରଥମେ ପୋଷାକ ଦେଇଥିଲେ,ଶ୍ରୀଶ୍ୟାମ ଦୁକାନ ମାଲିକ ରାଜୁ ଅଗ୍ରୱାଲ ମଧ୍ଯ ଦୁଇ ଅନାଥ ଛୁଆ ଙ୍କୁ ଦେଖି ଟଙ୍କା ନେବି ନାହିଁ ବୋଲି ମନା କରି ଥିଲେ ଏବଂ ସେହି ଶିଶୁ ମାନଙ୍କୁ ସାହାଯ୍ୟ କରିବା ବୋଲି ଉତ୍ତର ରଖିଥିଲେ।ସେମାନଙ୍କୁ ଉଦ୍ଧାର କରି ଭଲ ପୋଷାକ ଓ ଖାଦ୍ୟ ଦେଇ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଜଣାଇ ଥିଲେ।ଖବର ପାଇ ମଙ୍ଗଳ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ହୋଇ ସେମାନଙ୍କୁ ସୁରକ୍ଷା ଓ ଥଇଥାନ ପାଇଁ ପ୍ରତିଶୃତି ଦେବା ପରେ ତାଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ସମୟରେ ବହୁଜନ ସଂଗ୍ରାମ ସମିତି ର ଅନେକ ସଦସ୍ୟ ସହ ସିମଞ୍ଚାଲ ନାୟକ,ନିଲୁ ଧଙ୍ଗଡାମାଝୀ ,ରତନ ଧ.ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସଂଗଠନର ଏହି ମହତ କାର୍ଯ୍ୟ ନେଇ ସାଧାରଣରେ ପ୍ରଶଂସାର ସୁଅ ଛୁଟିଛି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଡାବୁଗାଁ ପାରମ୍ପାରିକ ମାଘ ମଣ୍ଡେଇ ପାଳନ ନେଇ ପ୍ରସ୍ତୁତି ବୈଠକ 

masiha

ଖଡିଆଳ ର ଦୈନିକ ଓଡ଼ିଆ ଖବର କାଗଜ ଓଡିଶା ଭାସ୍କର ସାମ୍ବାଦିକ୍ ମନୁ ତାଣ୍ଡି ସ୍ୱର୍ଗବାସ

Sunil Chandra Nayak

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟରେ ବିଶ୍ୱ ନୃତତ୍ତ୍ବ ଦିବସ ପାଳିତ

masiha

Leave a Comment

error: Content is protected !!