ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ 

ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ 

ନବରଙ୍ଗପୁର:(୨୯|୬)( ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧିନ ମାନିଗାଁ ଗ୍ରାମ ପାଖ ଦୟାଗୁଡ଼ା ଗ୍ରାମ ପାଖ ରାସ୍ତା ରେ ଏକ ଅଜଣା ଗାଡ଼ି ଧକ୍କାରେ ମୋଟରସାଇକଲ ଚାଳକ ମୃତ୍ୟୁ ବରଣ କରିଥିବା ସୋମବାର ରାତ୍ରି ସମୟରେ ଦେଖାଯାଇଛି । ସୂଚନଯୋଗ୍ୟ ଡାବୁଗାଁ ଥାନା ଅଧିନ ମାନିଗାଁ ଗ୍ରାମର ହରି ମାଝୀ (୨୩) ଏକ ମୋଟସାଇକଲ ନଂ ସିଜି ୧୭ କେଇ ୯୧୬୨ ଯୋଗେ ସନ୍ଧ୍ୟା ପ୍ରାୟ ୮ ଘ ସମୟରେ ନିଜ ଶାଶୁଘର ଉମରାହାଣ୍ଡି ଗ୍ରାମକୁ ଯାଉଥିବା ସମୟରେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । କୌଣସି ସୂତ୍ରରୁ ଡାବୁଗାଁ ଅଗ୍ନିଶମବିଭାଗ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ହରିଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଡାବୁଗାଁ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗାଁ ଧରଣୀ ପୀଠରେ ପୋଢ ବଳି

masiha

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ଦ୍ଵାରା ପୋଲିଓ ସଚେତନତା କାର୍ଯ୍ୟକ୍ରମ 

masiha

ଗାନ୍ଧୀ ସ୍ମୃତି ଭବନରେ ସମ୍ମାନିତ ହେଲେ ଶିକ୍ଷକ ଭରତ ସାହୁ

masiha

Leave a Comment

error: Content is protected !!