ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ଧାନ କାରବାରରେ ଜଡିତ ଥିବାରୁ ବେହେରା ରାଇସମିଲ କୁ ସିଲ କଲେ ତହସିଲଦାର

ବେଆଇନ ଧାନ କାରବାରରେ ଜଡିତ ଥିବାରୁ ବେହେରା ରାଇସମିଲ କୁ ସିଲ କଲେ ତହସିଲଦାର

କେସିଙ୍ଗା : କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକସ୍ଥିତ ବେହେରା ରାଇସ ମିଲ ଏବଂ ଗୋଟିଏ ଗୋଦାମକୁ ମଙ୍ଗଳବାର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏସିଏସଓ ଏବଂ କେସିଙ୍ଗା ତହସିଲଦାରଙ୍କ ଉପସ୍ଥିତରେ ସିଲ କରାଯାଇଛି। ରବି ଋତୁରେ ଚାଷୀଙ୍କ ବିଭିନ୍ନ ଧାନ ମଣ୍ଡିରୁ ନ ଉଠାଇବା, ଜିଲ୍ଲାପାଳଙ୍କ ମିଟିଙ୍ଗକୁ ବେଖାତିର କରିବା, ଚାଷୀଙ୍କ ଧାନ ନ କିଣି ଦଲାଲମାନଙ୍କଠାରୁ ଧାନ କିଣିବା ବେନିୟମ ଭାବେ ଧାନ କରିବା ଅଭିଯୋଗ ମଙ୍ଗଳବାର ସିଲ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରି ପେଡି ପ୍ରକ୍ୟୁରମେଣ୍ଟ ପ୍ରକ୍ରିୟାରେ ଅଂଶଗ୍ରହଣ ନ କରି ମନମାନୀ କରି ପ୍ରକୃତ ଚାଷୀଙ୍କ ଧାନ ନ କିଣି ନିଜ ଲାଭ ପାଇଁ ବେଆଇନ ଭାବେ ଅନେକ ଧାନ ଗଚ୍ଛିତ ରଖିଥିବା ଅଭିଯୋଗ କରି ସିଲ କରିଛି ପ୍ରଶାସନ। ସିଲ କରିବା ସମୟରେ ଭବାନୀପାଟଣାର ଏସିଏସଓ ସୋନାଲି ଖରା, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ବ୍ଲକ ଯୋଗାଣ ଅଧିକାରୀ ସୁଶାନ୍ତ କୁମାର ସ୍ବାଇଁ ,ପୋଲିସ ଉପସ୍ଥିତ ଥିଲେ ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

କଳାହାଣ୍ଡି:ପୋଲିସ-ମାଓବାଦୀ ମୁହାଁମୁହିଁ, ଗୁଳି ବାଜି ପୋଲିସ ଡିଏସ୍‌ପି ଗୁରୁତର ସୂଚନା

ଦୁଇଟି ମଟର ସାଇକେଲ ସହ ଗଞ୍ଜେଇ ଚାଲାଣ ବେଳେ ଜବତ: ଘଟଣା ସ୍ଥଳରୁ ୧୦ ଚାଲାଣ କାରୀ ଚମ୍ପଟ 

Sunil Chandra Nayak

କଲମପୁର ଠିପି ଖୋଲା ବିଦେଶୀ ମଦ ଦୋକାନରେ ଗୋଷ୍ଠୀ ବିବାଦ

masiha

Leave a Comment

error: Content is protected !!