ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆଖାଇ ପାଳନ 

ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆଖାଇ ପାଳନ 

 ଡାବୁଗାଁ, ୨୦/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳରେ ବୁଧବାର ନୂଆଖାଇ ପର୍ବ ପାଳିତ ହୋଇଯାଇଛି | ଏଥିରେ ବିଦ୍ୟାଳୟର ଛାତ୍ରୀ ମାନେ ବିଭିନ୍ନ ପ୍ରକାର ପିଠାପଣା ତିଆରି କରିଥିଲେ | ସନ୍ଧ୍ୟାରେ ଛାତ୍ରୀ ମାନେ ନାଚଗୀତ କରି ଆନନ୍ଦ ମନରେ ନୂଆଖାଇ ପାଳନ କରିଥିଲେ | ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ କର୍ମଚାରୀ ମାନେ ସାମିଲ ହୋଇ ପର୍ବ ପାଳନ କରିଥିଲେ | ପ୍ରଧାନ ଶିକ୍ଷୟତ୍ରୀ ଆରତୀ ବିଶୋୟୀ ନୂଆଖାଇ ପର୍ବ ପାଳନ ପାଇଁ ସମସ୍ତ ପ୍ରକାର ସାମଗ୍ରୀ ଯୋଗାଇବା ସହ ଛାତ୍ରୀମାନଙ୍କ ପାଇଁ ସମସ୍ତ ଆୟୋଜନ କରିଥିଲେ | ବିଦ୍ୟାଳୟର କୌଣସି ଛାତ୍ରୀ ନୂଆଖାଇ ପର୍ବରେ ନିଜ ଘର କୁ ଯାଇନାହାଁନ୍ତି | ସମସ୍ତ ଛାତ୍ରୀ ମାନେ ବିଦ୍ୟାଳୟରେ ରହି ମିଳିମିଶି ନୂଆଖାଇ ପର୍ବ ହର୍ଷଉଲ୍ଲାସ ସହ ପାଳନ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବଲାଙ୍ଗୀର ଠାରେ ଅନୁଷ୍ଠିତ ପ୍ରତିଭା ସମ୍ମାନରେ ସମ୍ମାନିତ ହେଲେ ସୁଶାନ୍ତ 

Sunil Chandra Nayak

ଏନ ସି ସି ଦିବସ ପାଳନ 

masiha

ଆଦିବାସୀ କଲ୍ୟାଣ ପରିଷଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!