ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡଃ ମୋହନ ରାଓ ଭଗବତଙ୍କ ରାଉରକେଲା ଗସ୍ତ ନେଇ ସାମ୍ବାଦିକ ସମ୍ମିଳନୀ

ରାଉରକେଲା,: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ରାଉରକେଲା ବିଭାଗ ପକ୍ଷରୁ ସେକ୍ଟର-୩ ବିଏମ୍ଏସ୍ କାର୍ଯ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରାନ୍ତ ସମ୍ପର୍କ ପ୍ରମୁଖ ଡ. ସନାତନ ପ୍ରଧାନ ସୂଚନା ଦେଇ କହିଲେ, ଆସନ୍ତା ୨୦୨୫ରେ ସଂଘ ସ୍ଥାପନାର ୧୦୦ ବର୍ଷ ପୂରଣ ହେବ। ଏହି ଅବସରରେ ରାଉରକେଲା ବିଭାଗର ସମସ୍ତ ମଣ୍ଡଳ ଓ ବସ୍ତି ପର୍ଯ୍ୟନ୍ତ ସଂଘ କାର୍ଯ୍ୟକୁ ପହଞ୍ଚେଇବା ପାଇଁ ଲକ୍ଷ୍ୟ ରହିଛି। ରାଉରକେଲା ବିଭାଗର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ ଦେବା ପାଇଁ ତିନ ଦିନିଆ ଗସ୍ତରେ ଆସୁଛନ୍ତି ସର ସଂଘ ଚାଳକ ଡ. ମୋହନ ରାଓ ଭାଗବତ। ଜାନୁଆରି ୧୪ ତାରିଖ ସନ୍ଧ୍ୟାରେ ରାଉରକେଲାରେ ପହଞ୍ଚିବେ ଡ. ମୋହନ ରାଓ ଭାଗବତ। ସେକ୍ଟର-୬ ସରସ୍ବତୀ ଶିଶୁ ମନ୍ଦିରରେ କର୍ମକର୍ତ୍ତାଙ୍କ ସହ ବୈଠକ କାର୍ଯ୍ୟକ୍ରମରେ ଯୋଗଦେବେ। ସଂଘ କାର୍ଯ୍ୟକୁ ବ୍ୟାପକ କରିବା ସହ ସମାଜର ପରିବର୍ତ୍ତନ ପାଇଁ ୫ଟି ବିଷୟରେ ଆଲୋଚନା କରାଯିବ। ଯଥା, ସମରସତା, ପର୍ଯ୍ୟାବରଣ ସଂରକ୍ଷଣ, କୁଟୁମ୍ବ ପ୍ରବୋଧନ, ସମାଜରେ ସ୍ବଦେଶୀ ଭାବନା, ଯୁବସମାଜକୁ ଆତ୍ମନିର୍ଭର କରିବା ଆଦି ବିସ୍ତୃତ ଆଲୋଚନା କରିବେ। ଏହି ଅବସରରେ ରାଉରକେଲା ବିଭାଗର ସମସ୍ତ ମଣ୍ଡଳ ଓ ବସ୍ତି ପର୍ଯ୍ୟନ୍ତ ସଂଘ କାର୍ଯ୍ୟକୁ ପହଞ୍ଚେଇବା ଲକ୍ଷ ରଖାଯାଇଛି। ରାଉରକେଲା ବିଭାଗରେ ମୋଟ ୧୩୦ ମଣ୍ଡଳ ଓ ୧୧୫ ବସ୍ତିର ଯୋଜନା କରାଯାଇଛି। ଏହା ସହ ବିଭାଗର ସମସ୍ତ ପ୍ରବାସୀ କାର୍ଯ୍ୟକର୍ତ୍ତା ଏହି ବୈଠକରେ କରାଯିବ। ଏହି ଅବସରରେ ଜଗଦୀଶ ଖାଡ଼େଙ୍ଗା, ପ୍ରାନ୍ତ ପ୍ରଚାରକ ବିଷ୍ଣୁ ପାତ୍ର, ସହପ୍ରାନ୍ତ ପ୍ରଚାରକ ଶଙ୍କର ପଣ୍ଡା ଓ ମହାନଗର ପ୍ରଚାର ପ୍ରମୁଖ ରାଜକୁମାର ନାଥ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସ୍ତରୀୟ ସୁରଭି ଅନୁଷ୍ଠିତ 

Sunil Chandra Nayak

ଦୁର୍ନୀତି ର ଏନ୍ତୁଡିଶାଳ ଜୟପାଟଣା ପଞ୍ଚାୟତ ସମିତି, ବିନା ସୂଚନା ଫଳକରେ ଚାଲିଛି ନିର୍ମାଣ କାର୍ଯ୍ୟ

ଢେ଼ଙ୍କାନାଳ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୪୯ ତମ କ୍ରୀଡାଉତ୍ସବ ପାଳିତ

masiha

Leave a Comment

error: Content is protected !!