ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରକ୍ତ ରକ୍ତକୁ ବାନ୍ଧିଛି ସମ୍ପର୍କର ଡୋରୀରେ ,କଳାହାଣ୍ଡି,ନୂଆପଡା ,ବଲାଙ୍ଗିରର ଠାକୁର ବର୍ଗର କୌଶିଳ ପରିବାର ଏକତ୍ରିତ 

ରକ୍ତ ରକ୍ତକୁ ବାନ୍ଧିଛି ସମ୍ପର୍କର ଡୋରୀରେ ,କଳାହାଣ୍ଡି,ନୂଆପଡା ,ବଲାଙ୍ଗିରର ଠାକୁର ବର୍ଗର କୌଶିଳ ପରିବାର ଏକତ୍ରିତ 

କଳାହାଣ୍ଡି ୦୧/୧୨/୨୪ (ମସିହା) ଆଜି ରକ୍ତ ରକ୍ତକୁ ବାନ୍ଧିଛି ସମ୍ପର୍କର ଡୋରୀରେ ।ବ୍ରାହ୍ମଣ ପରିବାର କୌଶିକ ଗୋତ୍ର ଠାକୁର ବର୍ଗର ସୀମିତ ବ୍ୟକ୍ତିଙ୍କ ସହ ସମ୍ପର୍କ ଓ ସୁଖ ଦୁଃଖର ସାଥି ହୋଇଆସୁଥିବା ବେଳେ କୌଶିଳ ପରିବାରର ଶ୍ରୀ ପ୍ରମୋଦ ଠାକୁର ,ରଜନୀ କାନ୍ତ ଠାକୁର ସହ କିଛି ନେତୃତ୍ୱ ବ୍ୟକ୍ତିତ୍ୱର ଉଦ୍ୟମ ଓ ପ୍ରୟାସ ଫଳରେ କଳାହାଣ୍ଡି,ନୂଆପଡା ,ବଲାଙ୍ଗିରର କୌଶିକ (ଠାକୁରବର୍ଗ) ଙ୍କ ପ୍ରୟାସ କ୍ରମେ କୋଣ ଅନୁକୋଣରୁ ଗୋଟିଏ ପରିବାର ଗୋଟିଏ ରକ୍ତ ଗୋଟିଏ ଗୋତ୍ରର ବହୁ ବ୍ୟକ୍ତି ଲୋକେଶ୍ୱର ମହାଦେବ ମନ୍ଦିର, ଦେଉଣ୍ଡି (ଜୁନାଗଡ଼ ବ୍ଲକ) ଠାରେ ସଭାପତି ଭାବେ ଶ୍ରୀ ତ୍ରିନାଥ ଠାକୁର ଲଡୁଗାଁଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମଞ୍ଚପରିଚାଳନା ରଜନୀକାନ୍ତ ଠାକୁର କରିଥିବାବେଳେ ଶ୍ରୀ ପ୍ରମୋଦ କୁମାର ଠାକୁର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଶ୍ରୀ ସୁଶାନ୍ତ କୁମାର ଠାକୁର, ଦେଉଣ୍ଡି ସ୍ବାଗତ ତଥା ଧନ୍ୟବାଦ ଦେଇଥିଲେ ।ସମସ୍ତ ଗୁରୁଜନ ପ୍ରଭୁ ଲୋକେଶ୍ୱର ଓ ହନୁମାନ ଜୀ ଙ୍କ ପୂଜାର୍ଚ୍ଚନା କଲା ପରେ ନିଜ ନିଜ ସମ୍ପର୍କର ପରିଚୟ ଆଦାନ ପ୍ରଦାନ ଆରମ୍ଭ କରାଯାଇଥିଲା ସତରେ ମନେ ହେଉଥିଲା ରକ୍ତ ସମ୍ପର୍କ ଦୀର୍ଘଦିନୁ ଭୁଲି ଯାଇ ଆଜି ସମ୍ପର୍କରେ କିଏ କଣ ହେବେ ଆଉ କିଏ କାହା ସହିତ ସମ୍ପର୍କରେ କଣ ହେବେ ତାହା ଆଲୋଚନା ପରେ ଯାହାଙ୍କୁ ଆଜ୍ଞା କହୁଥିବା ବ୍ୟକ୍ତି ପୁତୁରା ତ କିଏ ସାନ ଭାଇ ଏକ ନିଆରା ମିଳନ ମନେ ହେଉଥିଲା ଜଣେ ପକ୍ଷୀ ନିଜ କୁଡ଼ିଆରୁ ବହୁତ ଦୂର ରାଇଜକୁ ଉଡି ଚାଲି ଯାଇଛି ଓ ପୁଣି ମିଳନ ପରେ ଗୋଟିଏ କୁଡ଼ିଆର ସଦସ୍ୟ ବୋଲି ପ୍ରମାଣିତ ହୋଇଛି ଏଥିରେ କୌଶିକ ପରିବାରର ଏକ କମିଟି ଗଠନ ହୋଇଥିଲା ଏଥିରେ କଳାହାଣ୍ଡି ,ନୂଆପଡା ,ବଲାଙ୍ଗିର ଜିଲ୍ଲା କୌଶିକ (ଠାକୁର ବର୍ଗ) ର କମିଟି ଗଠନ କରାଯାଇଥିଲା। ସ୍ଥାୟୀ କମିଟି ସଭାପତି ଭାବେ ଶ୍ରୀ ତ୍ରିନାଥ ଠାକୁର ଲଡୁଗାଁ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀସଭାପତି ଶ୍ରୀ ରଜନୀକାନ୍ତ ଠାକୁର (ବ୍ରାହ୍ମଣ କେନ୍ଧୁଗୁଡା) ସାଧାରଣ ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ଠାକୁର, ଭବାନୀପାଟଣା,ସଂଗଠନ ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ଠାକୁର ପରୁଆଗୁଡା, ସହ ସଂଗଠନ ସମ୍ପାଦକ ଦିଲ୍ଲୀପ କୁମାର ଠାକୁର (ଭବାନୀପାଟଣା )  ଯୁଗ୍ମ ସମ୍ପାଦିକା ପ୍ରତିଭା ଠାକୁର (ଭବାନୀପାଟଣା) ଯୁଗ୍ମ ସମ୍ପାଦକ ସୁଜିତ କୁମାର ଠାକୁର (ପିପଲଗୁଡା) ଯୁଗ୍ମ ସମ୍ପାଦକ ସୁବ୍ରତ ଠାକୁର ନୂଆପଡା ଜିଲ୍ଲା,କୋଷାଧ୍ୟକ୍ଷ ଭବାନୀଶଙ୍କର ଠାକୁର (କାଉଡୋଳା) ଉପସଭାପତି ଭାବେ ପ୍ରମୋଦ ଠାକୁର ନୂଆପଡା ଜିଲ୍ଲା, ସାରଙ୍ଗଧର ଠାକୁର ଭବାନୀପାଟଣା ,ଡମ୍ବରୁଧର ଠାକୁର ଧର୍ମଗଡ଼ ,ଜିଲ୍ଲାସଦସ୍ୟ ତଥା ବ୍ଲକ ସମ୍ପାଦକ ଭାବେ ପରମାନନ୍ଦ ଠାକୁର କଲମପୁର ,ଭାରତ ଠାକୁର କୋକସରା ,ବଦ୍ରୀ ନାରାୟଣ ଠାକୁର ଜୟପାଟଣା, ସ୍ନିଗ୍ଧା ରାଣୀ ଠାକୁର ଭବାନୀପାଟଣା ,ସୁର୍ଯ୍ୟନାରାୟଣ ଠାକୁର ଜୁନାଗଡ଼, ସନତ ଠାକୁର ଧର୍ମଗଡ଼ ଦାୟିତ୍ୱ ବଣ୍ଟନ କରାଯିବା ସହ ଆଗାମୀ ଦିନରେ ଗାଁ ରୁ ସହର କୌଶିକ ପରିବାର ସମ୍ପର୍କ ସ୍ଥାପନ ଜାହିର ରହିବା ସହ ନିଜ ପେଟ ପାଇଁ କିଏ କେଉଁଠି ରହିଥବା ବ୍ୟକ୍ତିତ୍ୱଙ୍କୁ ସମ୍ପର୍କ ଡୋରିରେ ବାନ୍ଧି ରଖି ଏକ ସମ୍ପର୍କକୁ ଚିର ନିବିଡ କରିବାକୁ ସଂକଳ୍ପ ଓ ଉଦ୍ୟମର ପ୍ରୟାସ କରାଯାଇ ସବା ଶେଷରେ ସଭାପତି ସଭାସାଙ୍ଗ କରିଥିଲେ ।

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ ମସିହା

Related posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

Sunil Chandra Nayak

ଇଦ ଉଲ ଫିଦର ର ବନ୍ଧୁମିଳନରେ ପ୍ରେମ, ଶ୍ରଦ୍ଧା ଓ ଭାଇଚାରା

Sunil Chandra Nayak

ସୁନ୍ଦରଗଡ଼ ଠାରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

masiha

Leave a Comment

error: Content is protected !!