ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ଗଣଶିକ୍ଷା ମନ୍ତ୍ରୀଙ୍କୁ ୬ଦଫା ଦାବିପତ୍ର ପ୍ରଦାନ

ମାନ୍ୟବର ଗଣଶିକ୍ଷା ମନ୍ତ୍ରୀଙ୍କୁ ୬ଦଫା ଦାବିପତ୍ର ପ୍ରଦାନ 

ନବରଙ୍ଗପୁର:(ତା୨୩|୬)-ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ଫାଇବ ଟି ବିଦ୍ୟାଳୟ ରେ କାର୍ଯ୍ୟରତ ରାତ୍ର ଜଗୁଆଳି ଓ ଝାଡୁଦାର ମାନେ ଏକତ୍ରିତ ହୋଇ ଆଜି ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦଗଣ୍ଡଙ୍କ ବାସ ଭବନରେ ପହଂଚି ତାଙ୍କୁ ଏକ ଛଅଦଫା ବିଶିଷ୍ଟ ଦାବୀପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି |ଓଡିଶା ସରକାରଙ୍କ ପଞ୍ଚସଖା ଶିକ୍ଷା ଅଭିଯାନ ତରଫରୁ ପ୍ରତି ଫାଇବ ଟି ବିଦ୍ୟାଳୟ ମାନଙ୍କରେ ରାତ୍ର ଜଗୁଆଳି ଓ ଝାଡୁଦାର ମାନଙ୍କୁ ନିୟୋଜିତ କରା଼ଯାଇଥିଲା |ରାତ୍ର ଜଗୁଆଳି ଓ ଝାଡୁଦାର ମାନେ ନିଜ ନିଜ କାର୍ଯ୍ୟ ସୁଚାରୁରୂପେ ତୁଲେଇ ବିଦ୍ୟାଳୟ ପରିସରକୁ ସଫା ସୁତରା଼ ରଖିବା ସହିତ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ଫୁଲ ବଗିଚା, ଗଛଲତା ଓ ଘାସ ଗାଲିଚା ର ଠିକ ଯତ୍ନ ନେଉଛନ୍ତି ଓ ବିଦ୍ୟାଳୟ ଗୁଡିକୁ ଆକର୍ଷଣୀୟ କରିବାରେ ସେମାନଙ୍କ ମୁଖ୍ୟ ଭୂମିକା ରହିଛି |ତାଛଡା ବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟ ଗୁଡିକରେ ମଧ୍ୟ ସହଯୋଗ କରି ଆସୁଛନ୍ତି|ଏତେ ସବୁ କାର୍ଯ୍ୟ କରୁଥିବା ସତ୍ତ୍ଵେ ସେମାନେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି |ସେ ସମସ୍ୟା ଗୁଡିକର ସମାଧାନ ପାଇଁ ଆଜି ଝରିଗାଁ, ଉମରକୋଟ ଓ ରାଇଘର ବ୍ଲକର ୩୦ ରୁ ଉର୍ଦ୍ଧ୍ୱ ରାତ୍ରି ଜଗୁଆଳି ଓ ଝାଡୁଦାର ଗଣଶିକ୍ଷା ମନ୍ତ୍ରୀଙ୍କ ଉମରକୋଟ ସ୍ଥିତ ବାସଭବନରେ ପହଂଚି ଏକ ଛଅଦଫା ବିଶିଷ୍ଟ ଦାବୀପତ୍ର ପ୍ରଦାନ କରିଛନ୍ତି |ଯେଉଁଥିରେ ନିୟମିତ ଦରମା ପ୍ରଦାନ କରିବା,ଦରମା ନିଜସ୍ୱ ପାସବହିକୁ ପଠେଇବା,ଜୀବନ ବୀମା ପ୍ରଦାନ କରିବା, ପାରିଶ୍ରମିକ ରାଶି ଦୁଇଗୁଣା କରିବା,ସ୍ଥାୟୀ ଚାକିରୀର ମାନ୍ୟତା ଦେବା ଓ ବକେୟା ରାଶି ପ୍ରଦାନ କରିବା ଆଦି ଉଲ୍ଲେଖ ରହିଛି |ଏହି ଦାବୀପତ୍ର ପ୍ରଦାନ ସମୟରେ ହେମନ୍ତ ପୂଜାରୀ, ଅରୁଣ ମାଝୀ, ଭୁବନ ସାନ୍ତା,ଦୁର୍ଯ୍ୟୋଧନ ଗୌଡ଼, ଭରତ ଗଣ୍ଡ, ବଳରାମ ପୂଜାରୀଙ୍କ ସମେତ ତିରିଶ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଉପସ୍ଥିତ ରହିଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାମନଘାଟୀ ସାଂସ୍କୃତିକ ପରିଷଦର  ବାର୍ଷିକ ଉତ୍ସବ ଓ ବିଶ୍ଵ ପଖାଳ ଦିବସ ନେଇ ପ୍ରସ୍ତୁତି ବୈଠକ 

masiha

ବେନଗାଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦବଙ୍ଗଗିରି, ବାକି ଥିବା ଭତ୍ତା ଟଙ୍କା କହିଲେ ବୃଦ୍ଧା ଙ୍କୁ ଦେଖାଉଛନ୍ତି ନାଲି ଆଖି

Sunil Chandra Nayak

ରାଇରଙ୍ଗପୁରରେ ଆୟୂଷ୍ମାନ ଭାରତ- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଵୟୋ ବନ୍ଦନା ଯୋଜନା ଶୁଭାରମ୍ଭ 

masiha

Leave a Comment

error: Content is protected !!