ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ରାମଚନ୍ଦ୍ର ସ୍ୱାମୀ ସମିତି ତୈଳିକ ବଳଦିଆ ବୈଶ୍ୟ ସମାଜ ତରଫରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

ଶ୍ରୀ ଶ୍ରୀ ରାମଚନ୍ଦ୍ର ସ୍ୱାମୀ ସମିତି ତୈଳିକ ବଳଦିଆ ବୈଶ୍ୟ ସମାଜ ତରଫରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

କର୍ଲାମୁଣ୍ଡା,(ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ଶ୍ରୀ ଶ୍ରୀ ରାମଚନ୍ଦ୍ର ସ୍ୱାମୀ ସମିତି ତୈଳିକ ବଳଦିଆ ବୈଶ ସମାଜ ତରଫରୁ ବୋଇତ ବନ୍ଦାଣ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି I ପୂର୍ବେ ବ୍ୟବସାୟ ନିମନ୍ତେ ଦୀପପୁଞ୍ଜ କୁ ଜାହାଜରେ ଯାଇ ବ୍ୟବସାୟ କରି ଫେରୁ ଥିଲେ I ସେହି ପୂର୍ବ ପୁରୁଷଙ୍କୁ ମନେ ପକାଇ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥାନ୍ତି I ଗ୍ରାମ୍ୟ ସମିତି ସମ୍ପାଦକ ପଦ୍ମ କିଶୋର ସାହୁ, ଅନ୍ୟତମ ସମ୍ମାନିତ ଅତିଥି ଅନ୍ତର୍ଯ୍ୟାମୀ ସାହୁ, ପ୍ରମୋଦ କୁମାର ସାହୁ, ଲକ୍ଷ୍ମୀକାନ୍ତ ସାହୁ ବୋଇତ ବନ୍ଦାଣ ଉତ୍ସବରେ ପ୍ରଥମେ ବୋଇତ କୁ ପୂଜାର୍ଚ୍ଚନା କରିବା ଓ ନଗର ପରିକ୍ରମା କରିବା ପରେ ସମସ୍ତ ଅତିଥିଙ୍କୁ ପୁଷ୍ପମାଲ୍ୟ ସହ ଉପଢୌକନ ଦେଇ ସମ୍ମାନିତ କାର୍ଯ୍ୟକ୍ରମ ହୋଇଥିଲା I ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମହିଷାମର୍ଦ୍ଦିନୀ ନାଟକ ଅନୁଷ୍ଠିତ ହୋଇଥିବା ବେଳେ ବନ୍ଦିତା ରାଣୀ ସାହୁ, ସଞ୍ଜିତା ସାହୁ ଓ ଦିବ୍ୟଜ୍ୟୋତି ସାହୁଙ୍କୁ ମାନପତ୍ର ସହ ଟପି ପ୍ରଦାନ କରାଯାଇଥିଲା I ବନ୍ଦିସ୍ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମିତିର ସମସ୍ତ ସଭ୍ୟ ସହଯୋଗ କରିଥିଲ I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

MP Sri Bishi Raises Concern Over Limited Access to EMRS in Tribal Areas, Seeks Expansion at Block Level.

Sunil Chandra Nayak

ଶିଶୁ ଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ 

masiha

ଲାଞ୍ଜିଗଡ଼ ପଞ୍ଚାୟତ ସମିତିର ଦଶମ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!