ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ 

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ 

 ତାଲୁକ ଆଇନ ସେବା ସମିତି ଧର୍ମଗଡ ଦ୍ୱାରା ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଶିଶୁ ଯୌନ ନିର୍ଯ୍ୟାତନା ସୁରକ୍ଷା ଆଇନ, କିଶୋର ନ୍ୟାୟ ଅଧିନିୟମ, ପୀଡିତା କ୍ଷତିପୂରଣ ଯୋଜନା ତଥା ମୌଳିକ କର୍ତ୍ତବ୍ୟ ସମ୍ବନ୍ଧୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମ ରେ ଅତିଥି ଭାବରେ ପ୍ରଥମ ଶ୍ରେଣୀ ବିଚାରାଧୀନ ବିଚାରପତି ଚନ୍ଦନ ସେଠୀ, ସରକାରୀ ଆଇନଜୀବୀ ଧୀରେନ୍ଦ୍ର ନାଥ ପାତ୍ର, ବରିଷ୍ଠ ଆଇନଜୀବୀ ଚିନ୍ତାମଣୀ ପାତ୍ର, ମିହିର ରଞ୍ଜନ ପଟ୍ଟଯୋଶୀ , ସଂଯୁକ୍ତା ପଣ୍ଡା ଓ ସ୍ଥାନୀୟ ଵିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଜୟ ପ୍ରକାଶ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଏହି ଅବସରରେ ତାଳୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ଉପରୋକ୍ତ ଅଧିନିୟମ ଉପରେ ସାମ୍ୟକ ଧାରଣା ଦେବା ସହ ସମସ୍ତଙ୍କୁ ବାଳ ଅପରାଧ କଣ, ଭାରତୀୟ ସମ୍ବିଧାନ ଅନୁଯାୟୀ ଯଦି ଶିଶୁ କିମ୍ବା କିଶୋର ମାନେ କୌଣସି ଅପରାଧ କରନ୍ତି ତା ପାଇଁ ଥିବା ଦଣ୍ଡବିଧାନ ଉପରେ ଅବଗତ କରାଇଥିଲେ । ଏହି ସଭାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀ ସେଠି ମୌଳିକ କର୍ତ୍ତବ୍ୟ ବିଷୟ ରେ କହିଥିଲେ ଓ ଛାତ୍ରଛାତ୍ରୀ ଙ୍କୁ କହିଥିଲେ ଯେ ଆଜିର ଶିଶୁ କାଲିର ଭବିଷ୍ୟତ ଏଣୁ ଦେଶ ପ୍ରତି ଥିବା କର୍ତ୍ତବ୍ୟ କୁ ନିଷ୍ଠା ର ସହ କରି ନିଜକୁ ସୁନାଗରିକ ଭାବରେ ଗଢିତୋଳିବା ପାଇଁ ଆହ୍ୱାନ ଦେଇଥିଲେ। ସଭା କୁ ଶ୍ରୀମତୀ ସଂଯୁକ୍ତା ପଣ୍ଡା ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

Indian Individual Excellence Award 2024 conferred on Satish Kumar Dash.

masiha

ଧର୍ମଗଡ କୁ ରେଳ ଲାଇନ ସମ୍ପ୍ରସାରଣ ଆଶା ଉଜ୍ଜୀବିତ ହେଲା , ଧର୍ମଗଡ ସହର ଠାରୁ ୭କିମି ମଧ୍ୟ ରେ ହେବ ରେଳ ଷ୍ଟେସନ, କଥା ଦେଲେ ନବରଙ୍ଗପୁର ସାଂସଦ 

masiha

ମା ବୁଢ଼ୀ ଠାକୁରାଣୀଙ୍କୁ ସୁନା କାନଫୁଲ ପ୍ରଦାନ

Leave a Comment

error: Content is protected !!