ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜ ସଂସ୍କାର ସମିତି ବଡ଼ପଡା ର ବାର୍ଷିକ ବନ୍ଧୁ ମିଳନ ରେ ସାମ୍ବାଦିକଙ୍କ ପିତା ଙ୍କ ସ୍ମୃତି ରେ ଉପଢୌକନ ପ୍ରଦାନ

ଭବାନୀପାଟଣା,15/01(ହୀ.ପ୍ର): ଭବାନୀପାଟଣା ସହରର ବଡ଼ପଡା ସମାଜ ସଂସ୍କାର ସମିତି ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେତ ଡେମ (ଢୁସ ଗୁଡା)ଠାରେ ଆୟୋଜନ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ସଭାପତି ଶ୍ରୀ ଦୈତାରୀ ନାଏକ ସଭାପତିତ୍ୱ କରିଥିବା ବେଳେ ଶ୍ରୀ ହୃଷିକେଶ ନାଏକ (ଗୋଷ୍ଟି ଶିକ୍ଷା ଅଧିକାରୀ, ଭବାନୀପାଟଣା) ମଞ୍ଚ ପରିଚାଳନା କରିଥିଲେ l ପ୍ରଥମେ ବିଗତ ଦିନରେ ସମାଜର ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କ ଅମର ଆତ୍ମା ର ସତଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା    l ଏହା ପରେ ସମସ୍ତଙ୍କୁ ନୂତନ ବର୍ଷ ର ଅଭିନନ୍ଦନ ସହିତ ଆଗାମୀ ଦିନରେ ସମାଜ ର ନୂତନ ପିଢ଼ି କୁ ଶିକ୍ଷା କ୍ରୀଡା କଳା କ୍ଷେତ୍ରରେ କେମିତି ଆଗକୁ ନେବେ ସେ ସମ୍ପର୍କ ରେ ଗୁରୁତ୍ୱ ଦେବା ପାଇଁ ସଭାପତି ଗୁରୁତ୍ୱ ଦେଇଥିଲେ l ନିଜ ସମାଜ ର ଉନ୍ନତି ସହିତ ପଡା ରେ କେମିତି ଉନ୍ନତି ହେବ ସେ ଦିଗରେ ମଧ୍ୟ ସମସ୍ତଙ୍କୁ ବୁଝାଇଥିଲେ l

ଏହି ଅବସରରେ ସାମ୍ବାଦିକ ମନୋଜ କୁମାର ନାଏକ ଙ୍କ ପିତୃ ବିୟୋଗ ସ୍ମୃତି ରେ ସମିତିର ସମସ୍ତଙ୍କୁ ଉପଢୌକନ ଦେଇ ସମ୍ମାନିତ କରି ଥିଲେ lଏହି ବନ୍ଧୁ ମିଳନ ରେ ଅନୁଷ୍ଠାନ ର ଅଶୋକ ନାଏକ,ରଞ୍ଜନ ନାଏକ, ଜୟକୃଷ୍ଣ ନାଏକ,ବୃନ୍ଦା ଦୀପ,ଜୟଦେବ ନାଏକ,କୀର୍ତି ନାଏକ, ଚକ୍ର ନାଏକ, ଲବ ନାଏକ, ମଧୁ ନାଏକ,ଗୌର ନାଏକ,ବ୍ୟାସ ଦୀପ, ରମେଶ ନାଏକ,ଦେବାର ଦୀପ, ମାରୁତି ନାଏକ ଦିନ ନାଏକ,ବାସୁ କୁମାର,କୃଷ୍ଣ ନାଏକ,ସୁବାଷ ସଗଡ଼ିଆ ପ୍ରମୁଖ ଉପସ୍ଥିତ ରହିଥିଲେ l ଶେଷରେ ବହୁତ ସୁନ୍ଦର ଆୟୋଜନ କରିଥିବାରୁ ଆୟୋଜକ ତିଲକ ନାଏକ, ଲଷ୍ମୀକାନ୍ତ ନାଏକ, ହେମନ୍ତ ନାଏକ (ଛୋଟେ) ଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଥିଲେ।

କିଶନ ଶର୍ମା , ଭବାନୀ ପାଟଣା 

Related posts

ଅବ୍ୟବସ୍ଥା ଘେରରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

କ୍ଲିନ୍ ଆଣ୍ଡ ଗ୍ରୀନ୍ ର କୁମାର ଉତ୍ସବ ବନ୍ଧୁ ମିଳନ କାର୍ଯ୍ୟକ୍ରମ

masiha

କଳାହାଣ୍ଡି ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!