ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୬୦ତମ ବାର୍ଷିକ ଗୁରୁ ଭକ୍ତ ସମ୍ମିଳନୀ ଉଦଯାପିତ

୬୦ତମ ବାର୍ଷିକ ଗୁରୁ ଭକ୍ତ ସମ୍ମିଳନୀ ଉଦଯାପିତ

ନୟାହାଟ ୨୧/୪ ପ୍ରେମାଚାର୍ଯ୍ୟ ବାବା ମଧୁସୁଦନ ଙ୍କ ଦ୍ଵାରା ପ୍ରତିଷ୍ଠିତ ସର୍ଵ ଧର୍ମ ସମ୍ମନୀୟ ପୀଠ ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର ପରିସରରେ ୩ଦିନ ବ୍ୟାପୀ ଚାଲୁ ରହିଥିବା ୬୦ତମ ରାଜ୍ୟ ସ୍ତରୀୟ ଗୁରୁ ଭକ୍ତ ସମ୍ମିଳନୀ ଆଜି ଆଶ୍ରମ ର ମୁଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ପୌରହିତ ରେ ଉଦଯାପିତ ହୋଇଯାଇଛି। ପ୍ରଥମ ଦିନ ହଜାର ହଜାର ଭକ୍ତ ମାନଙ୍କ ଗହଣରେ ଗୁରୁଦେବ ଙ୍କ ଶ୍ରୀବିଗ୍ରହ ଓ ପାଦୁକା ଘୋଷ ଯାତ୍ରା ବିବିଧ ଉଲ୍ଲାସ ରେ କରଯାଇଥିଲା। ଦ୍ୱିତୀୟ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ସାଧୁସନ୍ଥ ଙ୍କ ସମାବେଶ ରେ ପ୍ରେମାଚାର୍ଯ୍ୟ ଙ୍କ ବିଭିନ୍ନ ଲୀଳା ଅନୁଭୁତି ସମ୍ପର୍କରେ ଆଲୋଚନା ହୋଇଯାଇଛି । ଉଦଯାପିତ ଅବସରରେ ଗୁରୁକୃଷ୍ଣ ଭାଇ, କୃଷ୍ଣ ଭାଇ, ଶ୍ରୀମାନ ଗୁରୁକୃଷ୍ଣ ସ୍ୱାଇଁ, ଅମ୍ବିକା ସ୍ୱାଇଁ, ପ୍ରମୁଖ ଗୁରୁଦେବ ଙ୍କ ଭଜନ ଗାନ କରିଥିଲେ। ପରେ ପରେ ସମସ୍ତ ଭକ୍ତ ମାନଙ୍କ ମଧ୍ୟରେ ସମ୍ମିଳନୀ ର ସମୀକ୍ଷା ବୈଠକ ପରେ,ସନ୍ଧ୍ୟାଧିବେଶନ ରେ ସେବିକା ସବିତା ଦାସ ଗୁରୁଦେବ ଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରିଥିଲେ। ଅନୁ ମା, ବାସନ୍ତୀ ମା, ଶାନ୍ତି ମା, ଶୁକ ମା, ସବିତା ମା, ଚୁମିକି ମା ପ୍ରଭୁତି ବନ୍ଦାପନା କରିଥିଲେ। ସୁଶ୍ରୀ ଶକୁନ୍ତଳା ଦାଶ ଙ୍କ ସଭାପତିତ୍ବ ରେ ମାଆ ମାନଙ୍କ ଦ୍ଵାରା ପୁଜା ଅର୍ଚ୍ଚନା ଓ ଭାବ ବିନିମୟ , ଗୁରୁ ଦର୍ଶନ ଉପରେ ବିନି ମା, ଝରଣା ମା ଙ୍କ ସମେତ ବହୁ ମାଆ ମାନେ ଭାଗ ନେଇଥିଲେ। ଡ଼ାକ୍ତର ରତ୍ନାକର ମହାନ୍ତି ଗୁରୁ ତତ୍ତ୍ୱ ବିଷୟରେ ବ୍ୟାଖ୍ୟା କରିଥିଲେ। ଉକ୍ତ କାର୍ଯ୍ୟ କ୍ରମ କୁ ସର୍ଵ ଶ୍ରୀ ନୀଳମଣି ସାହୁ, ସୁରେନ୍ଦ୍ର ପାତ୍ର, ରମେଶ ବିଟି, କୃଷ୍ଣ ଚନ୍ଦ୍ର ଓଝା, ଗୁରୁ ଦତ୍ତ ମହାପାତ୍ର, ଶ୍ରୀ ଚରଣ ସ୍ୱାଇଁ, ଲିଙ୍ଗରାଜ ଦଳେଇ, ରମୟ ରାଉତ, ଶଶୀ କାନ୍ତ ଖୁଣ୍ଟିଆ, ଜ୍ଞାନ ରଂଜନ ପ୍ରମୁଖ ପରିଚାଳନା କରିଥିଲେ।ଏହି ଆଧ୍ୟାତ୍ତିମିକ କାର୍ଯ୍ୟ କ୍ରମ ରେ ସମସ୍ତଙ୍କ ସହଯୋଗ , ଶୃଙ୍ଖଳା ସହିତ ପରିଚାଳନା ଓ ପ୍ରଚାର ପ୍ରସାର ହୋଇ ଥିବାରୁ ଆଶ୍ରମ ତରଫରୁ ସେବକ ପ୍ରୀତି ରଞ୍ଜନ ଦାସ ସମସ୍ତ ଙ୍କୁ ସାଧୁ ବାଦ ଜଣାଇଛନ୍ତି।

Related posts

ଆସିକା ଏନ ଏ ସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

masiha

ପରଲୋକରେ ବିଶିଷ୍ଟ ଶିକ୍ଷାବିତ୍ /ଧର୍ମପରାୟଣ ବ୍ୟକ୍ତି ତଥା ଆଳତୁମା ଗ୍ରାମସଭାର ଉପଦେଷ୍ଟା ମଦନମୋହନ ମହାନ୍ତି

Sunil Chandra Nayak

ଉତ୍କଳ ଗୋପାଳ ଗଉଡ ସମାଜ ଜିଲ୍ଲା ମହିଳା ସଂଗଠନର ବୈଠକ , ଗଉଡ ସମାଜର ମହିଳାଙ୍କ ବିକାଶ ଚାହୁଁ : ଜିଲ୍ଲା ସଭାନେତ୍ରୀ

Sunil Chandra Nayak

Leave a Comment

error: Content is protected !!