ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲା ସ୍ତରୀୟ ଅକ୍ଷୟ ତୃତୀୟା ପାଳିତ 

ଜିଲା ସ୍ତରୀୟ ଅକ୍ଷୟ ତୃତୀୟା ପାଳିତ 

ଡାବୁଗାଁ, ୧୦/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ କୃଷି ଫାର୍ମ ଠାରେ ଜିଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ମୁଖ୍ୟ ଜିଲା କୃଷି ଅଧିକାରୀ ଜି. ଭେଙ୍କେଟ ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଖି ମୁଠି ଅନୁକୂଳ କରି ହଳ ଚଳାଇଥିଲେ | ଏଥିରେ ସମ୍ମାନୀତ ଅତିଥି ଭାବେ ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ଚକ୍ରଧର ମିଶ୍ର, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ରାଧେଶ୍ୟାମ ଲାଇକ, ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଡା. ଶଶାଙ୍କ ଲେଙ୍କା, ଆରଆରଟିଟିଏସ ବୈଜ୍ଞାନିକ ଡା. ବିମାନ ରଞ୍ଜନ ବେହେରା, ସହକାରୀ ଉଦ୍ୟାନ ନିର୍ଦ୍ଦେଶକଶୁଭେନ୍ଦୁ ବିଶ୍ଵାସ, ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସାଧିକାରୀ ଡା. ସୁନୀଲ କୁମାର ପ୍ରଧାନ, ଉମରକୋଟ କୃଷି ଜିଲା ଅଧିକାରୀ ଡା. ଅଜୟ କୁମାର କର, ପାପଡାହାଣ୍ଡି ଭାରପ୍ରାପ୍ତ କୃଷି ଜିଲା ଅଧିକାରୀ ଦୁର୍ଯ୍ୟଧନ ଜାନୀ, ଡାବୁଗାଁ ସହକାରୀ ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କୁମାର କାଣ୍ଡି, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ମୃତ୍ତିକା ସଂରକ୍ଷଣ ରେଞ୍ଜର ଗୌତ୍ତମ ସେଠୀ, ସହକାରୀ ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା, କୃଷି ଫାର୍ମ ଅଧିକାରୀ ଭୀମସେନ ନାୟକ ଏବଂ ଜିଲାର ବିଭିନ୍ନ ବ୍ଲକର କୃଷି, ମତ୍ସ୍ୟ, ପ୍ରାଣୀ, ଉଦ୍ୟାନ ଓ ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଉରକେଲା ସାହିତ୍ଯ ସଂସଦର ଶିଶୁ ମହୋତ୍ସବ 

Sunil Chandra Nayak

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ରୁପ୍ରା ପିଏଚସି ପରିଦର୍ଶନ 

Sunil Chandra Nayak

ଇମାନୁଏଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!