ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜୁଏଲ ଓରାମ ଓ ଦୁର୍ଗା ତନ୍ତୀଙ୍କ ମାରାଥନ୍ ପଦ ଯାତ୍ରା

ଜୁଏଲ ଓରାମ ଓ ଦୁର୍ଗା ତନ୍ତୀଙ୍କ ମାରାଥନ୍ ପଦ ଯାତ୍ରା

ରାଉରକେଲା : ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟିର ଦଳୀୟ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ଓ ରଘୁନାଥପାଲୀ ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି ଆଜି ସେକ୍ଟର -୧୬ ଜଗନ୍ନାଥ ପଲ୍ଲିରୁ ପଦଯାତ୍ରା ଆରମ୍ଭ କରି ପି ଏଚ କଲୋନୀ ପର୍ଯ୍ୟନ୍ତ ଘର ଘର ବୁଲି ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ । ଭୋଟରଙ୍କୁ ବିଜେପି ପୁସ କାର୍ଡ ଦେବା ସହିତ ସେମାନଙ୍କର ବହୁମୂଲ୍ୟ ମତଦାନ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଦେବାପାଇଁ ଅନୁରୋଧ କରିଥିଲେ । ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ବିକଶିତ ଭାରତ ଓ ଆତ୍ମ ନିର୍ଭରଶୀଳ ଭାରତ ଓ ବିବିଧ ଜନ ହିତକାରୀ ଯୋଜନା ଉପରେ ଜନତାଙ୍କୁ ବୁଝାଇଥିଲେ । ମୋଦୀ ଜୀ ଏକ ମାତ୍ର ରାଷ୍ଟ୍ରୀୟ ନେତା ଯିଏ ସର୍ବଦା ରାଷ୍ଟ୍ର ହିତ ଓ ବିଶ୍ୱ ଦରବାରରେ ଭାରତର ମାନ ବଡ଼ାଇ ବାକୁ ସର୍ବଦା ଚେଷ୍ଟିତ ବୋଲି ପ୍ରକାଶ କରି ଥିଲେ । କେନ୍ଦ୍ରରେ ଓ ରାଜ୍ୟରେ ବିଜେପି ସରକାର ଗଠନ କରି ରାଜ୍ୟର ସର୍ବାଙ୍ଗ ଉନ୍ନତି କରିବା ପାଇଁ ଜନତାଙ୍କୁ ପଦ୍ମଫୁଲ ଚିହ୍ନରେ ବଟନ୍ ଦବାଇ ବିଜୟୀ ବନାଇବା ପାଇଁ ଭୋଟ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଲୋକସଭା ମିଡିଆ ସଂଯୋଜକ ଗଙ୍ଗାଧର ଦାଶ, ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର ପ୍ରଭାରୀ ଶଶାଙ୍କ ଜେନା ଓ ସଂଯୋଜକ ଅଶୋକ ଲେଙ୍କା, ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ, ଜିଲ୍ଲା ଉପସଭାପତି ମଳୟ ମହାପାତ୍ର, ମନୋରଞ୍ଜନ ମୁନି,ଅଜୟ କଂସାରି, ସନ୍ତୋଷ ବିରାଟ, ସୁଦାମ ସାହୁ, ବ୍ୟାସଦେବ ନାଥ, ପ୍ରଭାକର ସାହୁ, ଶ୍ୟାମ ନାୟକ, ତିଳୋତ୍ତମା ପୁରଣ, ମନୋଜ ସ୍ୱାଇଁ, ରାଜେଶ ପ୍ରସାଦ,ଭଗବାନ ପାତ୍ର,ନମ୍ରତା ବାଗ, ଶ୍ରୀକାନ୍ତ ପାଢ଼ୀ, ଅମର ସାହୁ, ପ୍ରତିମା ରାଉତ୍, ଲୋକେଶ ରାଉତ୍, ସୁରେଶ ରଜାକ, ଗାଡୁ ବାଗ ଆଦି ନେତୃ ବୃନ୍ଦଙ୍କ ସହ ଶତାଧିକ କର୍ମୀ ସାମିଲ ହୋଇ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦିନକୁ ଦିନ ବଢୁଛି ନବରଙ୍ଗପୁର ବିଜେଡ଼ି ର ଶକ୍ତି 

masiha

ଭାରତୀୟ ଜନତା ପାର୍ଟି ତରଫ ରୁ ସେବା ପକ୍ଷ ପାଳନ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ବିଜୁ ଜନତା ଦଳ ଦଳ ଛାଡିଲେ କଲମପୁର ର ପୁର୍ବତନ ବ୍ଲକ ଅଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ

masiha

Leave a Comment

error: Content is protected !!