ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନରେଗାରେ ମହାଘୋଟଲା

ମନରେଗାରେ ମହାଘୋଟଲା

ଲାଞ୍ଜିଗଡ଼ -କମର୍ଦ୍ଧା ପଞ୍ଚାୟତ ::ଗ୍ରାମାଞ୍ଚଳରେ ଲୋକମାନଙ୍କ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଗାଇଦେବା ଲକ୍ଷ୍ୟରେ ସରକାର ଆରମ୍ଭ କରିଥିବା ମହତ୍ତ୍ଵ କାଂକ୍ଷୀ ଯୋଜନା ମନରେଗା ଧୀରେ ଧୀରେ ଦୁର୍ନୀତି ଓ ଲୁଟ୍ ପାଟ୍ ତଥା ଘୋଟାଳା ମାଧ୍ୟରେ ଘାଣ୍ଟି ହୋଇ ପଡ଼ିବା ସହ ସରକାରୀ ବାବୁ ମାନଙ୍କୁ ବେଶ୍ ଲାଭ ଦେଉଥିବା ବେଳେ ଯାହାଙ୍କ ପାଇଁ ଯୋଜନା ସେମାନଙ୍କ ଠାରୁ ଦୂରେଇ ଯାଉଛି । ଆଦିବାସୀ ବହୁଳ ତଥା ଅନଗ୍ରସର କଳାହାଣ୍ଡି ଜିଲ୍ଲା ପାଇଁ ଯୋଜନା ବେଶ୍ ଉପଯୋଗୀ ହେବ ବୋଲି ଆଶା କରାଯାଉଥିବା ବେଳେ,ଜିଲ୍ଲା ରେ କିନ୍ତୁ ଏହା ଲୁଟ୍ ତରାଜ୍ ର ଏକ ମାଧ୍ୟମ ପାଲଟିଛି ।ଭୟଙ୍କର ଲୁଟ୍ ପାଟ୍ ରେ କଳାହାଣ୍ଡି ଜିଲ୍ଲା ରେ ମନରେଗା ସମ୍ପୂର୍ଣ୍ଣ ବାଟବଣା ହେବାକୁ ବସିଥିବା ବେଳେ,ଅଫିସର ବାବୁ ମାନଙ୍କ ପୂଷମାସ ହୋଇଛି ।କଳାହାଣ୍ଡି ଜିଲ୍ଲାର ଦାଦନ ପ୍ରବଣ ବ୍ଳକ୍ ତଥା ଆଦିବାସୀ ଅଧ୍ୟୁଷିତ ବ୍ଲକ୍ ଭାବରେ ଲାଞ୍ଜିଗଡ ବ୍ଲକରେ ମନରେଗା ପାଇଁ ୧୦୦ ଦିନ ପରିବର୍ତ୍ତେ ୨୦୦ ଦିନର କାମର ବ୍ୟବସ୍ଥା ରହିଛି ଆଉ ଲୁଟ୍ ପାଟ୍ ମଧ୍ୟ ସେହି ଅନୁସାରେ ଚାଳିଛି ।ଲାଞ୍ଜିଗଡ ବ୍ଲକର କମର୍ଦ୍ଧା ପଞ୍ଚାୟତ କୁ ଉଦାହରଣ ଭାବେ ନିଆଗଲେ ମନରେଗା ର ମହାଘୋଟାଲା ଜଳ ଜଳ ହୋଇ ଦିଶୁଛି । ପଞ୍ଚାୟତ ,ବନବିଭାଗ , ମୃତ୍ତିକା ସଂରକ୍ଷଣ ବିଭାଗ ,ଉଦ୍ୟାନ ବିଭାଗ, ଜଳଛାୟା ମିଶନ ,ସ୍ୱଚ୍ଛ ଭାରତ ମିଶନ ଜରୀଆରେ ମନରେଗା ଅଧୀନରେ ବିଭିନ୍ନ ପ୍ରକଳ୍ପରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ ଚାଳିଥିବା ପ୍ରଚାର ହେଉଥିବା ବେଳେ ପ୍ରକୁତରେ କିନ୍ତୁ କାମ କମ୍ ଲୁଟ ବେଶୀ ହେଉଛି । ସାମଗ୍ରୀ ନାମରେ ଲକ୍ଷ ଲକ୍ଷ ଟଙ୍କା ବିଭିନ୍ନ ଭେଣ୍ଡର୍ ମାନଙ୍କ ଆକାଉଣ୍ଟ ରେ ଜମା ହୋଇଥିବା ବେଳେ ଜବ୍ କାର୍ଡ ଧାରୀ ମାନଙ୍କୁ ନାମକୁ ମାତ୍ର ୫୦୦/୭୦୦ ଟଙ୍କା ଦିଆଯାଇ ହଜାର ହଜାର ଟଙ୍କା ଆତ୍ମସାତ କରାଯାଇଥିବାର ଅଭିଯୋଗ ହେଉଛି। କମର୍ଦ୍ଧା ପଂଚାୟତ ର କିଛି ଶ୍ରମିକ କ୍ୟାମେରା ସମ୍ମୁଖରେ ଦେଉଥିବା ବୟାନ ଅନୁଯାୟୀ ପଞ୍ଚାୟତ ର ସରପଞ୍ଚ , ପିଇଓ,ଜିଆର ଏସ୍ ମିଳିତ ଭାବରେ ମନରେଗା ଅର୍ଥ ହଡପ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ଅଧିକାଂଶ ଶ୍ରମିକର ଜବ କାର୍ଡ ଓ ପାସ୍ ବୁକ୍ ସେମାନଙ୍କ ପାଖରେ ରଖି ମନ ଇଚ୍ଛା ବିଭିନ୍ନ କାମ ବାବଦରେ ତାଙ୍କ ପୈଠ କରିବାପରେ ଉଠାଣ ବାବଦକୁ ଶ୍ରମିକ କୁ ୫୦୦/୭୦୦ ଦେଇ କାମ ସାରିଦେଉଛନ୍ତି ।କି କାମ ହେଲା କେତେ ପଇସା ପଡ଼ିଲା, ସେ କଥା ଶ୍ରମିକ ମାନେ ଜାଣିପାରୁ ନାହାନ୍ତି ।ବାର୍ଷିକ କୋଟିଏରୁ ଉର୍ଦ୍ଧ ଟଙ୍କା ର ମନରେଗା କାର୍ଯ୍ୟ ହେଉଥିବା ତଥ୍ୟ କହୁଥିବା ବେଳେ ପଞ୍ଚାୟତ ର ଅବସ୍ଥା ଦେଖିଲେ ଏହି ଅର୍ଥ କେଉଁଆଡେ ଯାଉଛି ସବୁ ଜଣାପଡ଼ି ଯାଉଛି । ପଞ୍ଚାୟତରେ ଏଭଳି ମହାଘୋଟାଳା ସମ୍ପର୍କରେ ଗ୍ରାମବାସୀ ଲାଞ୍ଜିଗଡ ବିଡିଓ ,କଳାହାଣ୍ଡି ଜିଲ୍ଲାପାଳ ତଥା ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ଲିଖିତ ଭାବେ ଅଭିଯୋଗ କରିବା ସହ ତୁରନ୍ତ ଦୁର୍ନୀତିରେ ଲିପ୍ତ ଅଧିକାରୀ ମାନଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ କରିବାକୁ ଦାବି କରିଛନ୍ତି ।ନଚେତ୍ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ କରିବାକୁ ଧମକ୍ ଦେଇଛନ୍ତି ।

ଦୀପକ୍ ଠାକୁର ଙ୍କ ରିପୋର୍ଟ୍ 

Related posts

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ 

masiha

ମା’ର କୀଚକେଶ୍ବରୀ କୋଚି ଶିକ୍ଷାନୁଷ୍ଠାନରେ ସ୍ଵାଧୀନତା ଦିବସ, ପ୍ରତିଭା ଅନ୍ଵେଷଣ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ବେହେରାପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ବଦଳି ଘଟଣାରେ ଛକାପଞ୍ଝା

Sunil Chandra Nayak

Leave a Comment

error: Content is protected !!