ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସ ଓ ଜି ଯବାନ ଜଣେ ବୃଦ୍ଧା ରୋଗୀ ଙ୍କୁ ୩ କିଲୋମିଟର ବୋହି ଆଣି ମାହାନତା ଦେଖାଇ ପ୍ରଶଂସା ପାଇଲେ

ଯବାନ ଏତାଦୃଶ କାର୍ଯ   ପାଇଁ ପ୍ରଶଂସାର ସୁଅ ଛୁଟିଛି।କନ୍ଧମାଳ ଜିଲ୍ଲା ର ଦୁର୍ଗମ ଅଞ୍ଚଳ ରେ ମାଓବାଦୀ ଚଳ ପ୍ରଚଳ କରୁଥିବା ହେତୁ ମାଓ ପ୍ରତିହତ କରିବା ପାଇଁ ଏସ ଓ ଜି ଯବାନ ସୁରକ୍ଷା ବାହିନୀ କୂମ୍ବିଂ ଅପରେସନ ଜାରି ରଖିଥିବା ବେଳେ ଅଞ୍ଚଳ ବାସୀ ଙ୍କର ଜନ କଲ୍ୟାଣ କାର୍ଯ୍ୟ କରି ପ୍ରସଂସା ଭାଜନ ହୋଇଛନ୍ତି। ସୂଚନାଯୋଗ୍ୟ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କୁଏରୁମାଣ୍ଡୁ ଗ୍ରାମପଞ୍ଚାୟତ ର ବାରାହାଲା ଗ୍ରାମରେ ଏସ ଓ ଜି ସୁରକ୍ଷା ବାହିନୀ ଯବାନ ମାନେ କୂମ୍ବିଂ ଅପରେସନ କରୁଥିବା ବେଳେ ସେହି ଗ୍ରାମ ନିକଟସ୍ଥ ଲାବେରିକେତା ସାହି ର ଜଣେ ବୃଦ୍ଧା ରୋଗାକ୍ରାନ୍ତ ହୋଇ ପଡ଼ିଥିବା ଦେଖି ସହାର୍ଯ୍ୟ କରିବା ନିମନ୍ତେ ଏସ ପି ଙ୍କର ନିର୍ଦେଶ ନେଇଥିଲେ। କନ୍ଧମାଳ ଏସ ପି ଶୁଭେନ୍ଦୁ ପାତ୍ର ଙ୍କର ନିର୍ଦେଶରେ ସେହି ଜାଗାକୁ ଆମ୍ବୁଲାନ୍ସ ଯାଇ ପାରିନଥିବାରୁ ସୁରକ୍ଷା ବାହିନୀ ଯବାନ ମାନେ ସେହି ରୋଗୀଣା ବୃଦ୍ଧା ଙ୍କୁ ୩ କିଲୋମିଟର ଖଟିଆ ବୋହି ତିନିଟି ବଡ ବଡ ପାହାଡ ଘାଟି ରାସ୍ତା ଅତିକ୍ରମ କରି ବାରାହାଲା କୁ ଆଣିଥିଲେ। ସେଠାରୁ ଫୁଲବାଣୀ ବଡ଼ ମେଡ଼ିକାଲ କୁ ଚିକିତ୍ସା ନିମନ୍ତେ ଆଣି ଭର୍ତ୍ତି କରିଥିଲେ। ଅସହାୟ ବୃଦ୍ଧା ପରିବାର ଆର୍ଥିକ ଦୁର୍ବଳ ହୋଇଥିବା ରୁ ଏସ ପି ଶ୍ରୀ ପାତ୍ର ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ପୂର୍ବରୁ ସେହି ବୃଦ୍ଧା ଜଣକ ଫୁଲବାଣୀ ବଡ ମେଡ଼ିକାଲ ରେ ଚିକିତ୍ସିତ ହେଉଥିଲେ। ଡାକ୍ତର ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତରିତ କରିଥିବା ରୁ ଅର୍ଥ ଅଭାବରୁ ବ୍ରହ୍ମପୁର ନ ଯାଇ ଘରକୁ ପଳାଇଥିଲେ। ସୁରକ୍ଷା ବାହିନୀ ଙ୍କର ମହାନତା ମାନବିକତା ଏବଂ ଏସ ପି ଙ୍କର ସୁହୃଦୟତା ସହାନୁଭୂତି ପାଇଁ ବିଭିନ୍ନ ମହଲରୁ ପ୍ରସଂସା କରାଯାଇଛି।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ପାନପୋଷରୁ ଆରଜିଏଚକୁ ସ୍ଥାନାନ୍ତରିତ ହେବ ଶବ ବ୍ୟବଚ୍ଛେଦ ଗୃହ: ଆରଏମସି କମିଶନର

masiha

ମାନ୍ୟବର ଅଦାଲତ ନିର୍ଦ୍ଧେଶରେ ମର୍ଯ୍ୟାଦାହାନୀ ‘ନା’ ଷଡଯନ୍ତ୍ର?କେଉଁ ଆଇନରେ ଷ୍ଟାଫ ଦରମା ଦେବେ ଶ୍ରମିକଙ୍କୁ-ଏଡିଜି?

masiha

ବିଦ୍ୟୁତ୍ ତାରରେ ଅକସ୍ମାତ ନିଆ ଲାଗି ବଡ ଧରଣ ଦୁର୍ଘଟଣା ରୁ ରକ୍ଷା ପାଇଲେ ଜନସାଧାରଣ

Sunil Chandra Nayak

Leave a Comment

error: Content is protected !!