ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲା କଂଗ୍ରେସ ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ବିକ୍ଷୋଭ ସମାବେଶ 

ଜନ ବିରୋଧୀ ନରେନ୍ଦ୍ର ମୋଦି ସରକାର ଙ୍କ କବଳରୁ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ସମ୍ବିଧାନର ସୁରକ୍ଷା ଦେଶ ବଞ୍ଚାଅ ଦାବୀରେ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ଏବଂ ବିକ୍ଷୋଭ ସମାବେଶ ଗତକାଲି କନ୍ଧମାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କନ୍ଧମାଳ ଜିଲ୍ଲା ର ପ୍ରତ୍ୟେକ ବ୍ଲକରୁ ଶତାଧିକ କଂଗ୍ରେସ କର୍ମୀ ଧାରଣା ରେ ବସି କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ଯୋଗୁଁ ସମ୍ବିଧାନ ବିପଦ ସୃଷ୍ଟି କରୁଛି ଗଣତାନ୍ତ୍ରିକ ପଦ୍ଧତିରେ ବିଭିନ୍ନ ସମସ୍ୟା ଦେଖା ଦେଉଛି ବୋଲି କଂଗ୍ରେସ ନେତା ଏବଂ କର୍ମୀ ଅଭିଯୋଗ କରିଛନ୍ତି। ଲୋକତନ୍ତ୍ର କୁ ବଞ୍ଚାଇ ରଖିବାକୁ ହେଲେ ଶେଷ ପର୍ଯ୍ୟନ୍ତ ଲଢ଼ିବାକୁ ହେବ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଲୋକସଭା ସାଂସଦ ନକୁଳ ନାୟକ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା,ପୂର୍ବତନ ଜି ଉଦୟଗିରି ବିଧାୟିକା ଅଜୟନ୍ତି ପ୍ରଧାନ,ରାଜୀବଗାନ୍ଧୀ ଫାଉଣ୍ଡେସନ ରାଜ୍ୟ ସଭାପତି ବିସ୍ମୟ ମହାପାତ୍ର, ରାଜ୍ୟ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଘନକୁମାର ଶବର,ନୃସିଂହ ଚରଣ ଶତପଥି,ମହିଳା ସଭାପତି ରୁଦା ମଲ୍ଲିକ,ଫୁଲବାଣୀ ନଗର ସଭାପତି ଶିଵ ଶଙ୍କର ବେହେରା,ଯୁବ କଂଗ୍ରେସ ସଭାପତି ବସନ୍ତ ପାଢ଼ୀ,ଛାତ୍ର କଂଗ୍ରେସ ସଭାପତି ଅନୁପମ କଁହର,ବିଜୟ ମହାନ୍ତି, ହେମନ୍ତ କର,ସଂସାର ଭୋଇ,ପିତାମ୍ବର ସାହୁ,ପ୍ରତାପ ପ୍ରଧାନ,ସନ୍ତୋଷ ପଟ୍ଟନାୟକ, ଯିରୀମୟ ସୁନାମାଝୀ, କୋଟଗଡ ଚେୟାର ମ୍ୟାନ ପିଙ୍କି କଁହର, ସମିତି ସଭ୍ୟ କୃଷ୍ଣପ୍ରିୟା,ପ୍ରମୁଖ କର୍ମୀ ଉପସ୍ଥିତ ରହି ଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

I

Related posts

ଟାଟା ପାୱାର ର ଗ୍ରାହକ ଶୋଷଣ ନିତୀ ବିରୁଦ୍ଧରେ ଓ ସମସ୍ତ ପରିବାର କୁ ୨ଶହ ୟୁନିଟ୍ ବିଜୁଳି ଦେୟ ମୁକ୍ତ କରିବା ଦାବିରେ ସି ପି ଆଇ ଏମ୍ ର ବିକ୍ଷୋଭ, ନିର୍ବାହୀ ଯନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ

Sunil Chandra Nayak

ବଡଓଲମାରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ 

masiha

ବାରଙ୍ଗ ଥାନାରେ ନିରୀହ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା ଅପାରଗ ପୋଲିସର ବିନା ତଦନ୍ତରେ କାର୍ଯ୍ୟାନୁଷ୍ଠାନ ଯୋଗୁ ଥାନାକୁ ଯିବାକୁ ଡରିଲେଣି ଲୋକେ: ବିଜେଡି

Leave a Comment

error: Content is protected !!