ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲା କଂଗ୍ରେସ ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ବିକ୍ଷୋଭ ସମାବେଶ 

ଜନ ବିରୋଧୀ ନରେନ୍ଦ୍ର ମୋଦି ସରକାର ଙ୍କ କବଳରୁ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ସମ୍ବିଧାନର ସୁରକ୍ଷା ଦେଶ ବଞ୍ଚାଅ ଦାବୀରେ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ଏବଂ ବିକ୍ଷୋଭ ସମାବେଶ ଗତକାଲି କନ୍ଧମାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କନ୍ଧମାଳ ଜିଲ୍ଲା ର ପ୍ରତ୍ୟେକ ବ୍ଲକରୁ ଶତାଧିକ କଂଗ୍ରେସ କର୍ମୀ ଧାରଣା ରେ ବସି କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ଯୋଗୁଁ ସମ୍ବିଧାନ ବିପଦ ସୃଷ୍ଟି କରୁଛି ଗଣତାନ୍ତ୍ରିକ ପଦ୍ଧତିରେ ବିଭିନ୍ନ ସମସ୍ୟା ଦେଖା ଦେଉଛି ବୋଲି କଂଗ୍ରେସ ନେତା ଏବଂ କର୍ମୀ ଅଭିଯୋଗ କରିଛନ୍ତି। ଲୋକତନ୍ତ୍ର କୁ ବଞ୍ଚାଇ ରଖିବାକୁ ହେଲେ ଶେଷ ପର୍ଯ୍ୟନ୍ତ ଲଢ଼ିବାକୁ ହେବ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଲୋକସଭା ସାଂସଦ ନକୁଳ ନାୟକ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା,ପୂର୍ବତନ ଜି ଉଦୟଗିରି ବିଧାୟିକା ଅଜୟନ୍ତି ପ୍ରଧାନ,ରାଜୀବଗାନ୍ଧୀ ଫାଉଣ୍ଡେସନ ରାଜ୍ୟ ସଭାପତି ବିସ୍ମୟ ମହାପାତ୍ର, ରାଜ୍ୟ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଘନକୁମାର ଶବର,ନୃସିଂହ ଚରଣ ଶତପଥି,ମହିଳା ସଭାପତି ରୁଦା ମଲ୍ଲିକ,ଫୁଲବାଣୀ ନଗର ସଭାପତି ଶିଵ ଶଙ୍କର ବେହେରା,ଯୁବ କଂଗ୍ରେସ ସଭାପତି ବସନ୍ତ ପାଢ଼ୀ,ଛାତ୍ର କଂଗ୍ରେସ ସଭାପତି ଅନୁପମ କଁହର,ବିଜୟ ମହାନ୍ତି, ହେମନ୍ତ କର,ସଂସାର ଭୋଇ,ପିତାମ୍ବର ସାହୁ,ପ୍ରତାପ ପ୍ରଧାନ,ସନ୍ତୋଷ ପଟ୍ଟନାୟକ, ଯିରୀମୟ ସୁନାମାଝୀ, କୋଟଗଡ ଚେୟାର ମ୍ୟାନ ପିଙ୍କି କଁହର, ସମିତି ସଭ୍ୟ କୃଷ୍ଣପ୍ରିୟା,ପ୍ରମୁଖ କର୍ମୀ ଉପସ୍ଥିତ ରହି ଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

I

Related posts

ନୂଆପଡା ଉପନିର୍ବାଚନ ପ୍ରଚାରରେ ଯାଜପୁରର ଯୁବନେତା ସଂଗ୍ରାମ ପାତ୍ର !ସାଂସଦଙ୍କ ସହ ଘରେଘରେ ଭୋଟ ସଂଗ୍ରହ ଅଭିଯାନରେ ସାମିଲ 

Sunil Chandra Nayak

ମାତୃଦିବସରୁ ମହିଳାଙ୍କ ଅଧିକାର ପାଇଁ ବିଜୁ ମହିଳା ଜନତା ଦଳର ରଣହୁଙ୍କାର ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ବିଜେପି ସରକାର ବିଫଳ

କର୍ଣ୍ଣାଟକ ନିର୍ବାଚନ – ଗୁପ୍ତ ଭାବେ ଗଛରେ ରଖା ଯାଇଥିବା ଏକ କୋଟି ଟଙ୍କା ଆଇ ଟି ବିଭାଗ ଦ୍ଵାରା ଜବତ

Sunil Chandra Nayak

Leave a Comment

error: Content is protected !!