ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଶୋଷଣ ବିରୁଦ୍ଧରେ କିଶାନ ମଜଦୂର ସଂଗ୍ରାମ ପରିଷଦ ର ରାଜ୍ୟପାଳଙ୍କୁ ୧୪ ଦଫା ଦାବି ପତ୍ର ପ୍ରଦାନ    

କିଷାନ ମଜଦୁର ସଂଗ୍ରାମ ପରିଷଦ, ନୂଆପଡ଼ା ଜିଲ୍ଲାର ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଶହ ଶହ,ଚାଷୀ,ଶ୍ରମିକ,ସାଧାରଣ ଉପଭୋକ୍ତା ଟାଟା କମ୍ପାନୀ (ଟି.ପି. ଡବ୍ଲ୍ୟୁ. ଓ. ଡି. ଏଲ.) ର ଶୋଷଣ ଓ ଜୁଲୁମ ବିରୁଦ୍ଧରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ ମାଧ୍ୟମରେ ରାଜ୍ୟ ସରକାର ଓ ଟାଟା କମ୍ପାନୀ ବିରୁଦ୍ଧରେ ମହାମହିମ ରାଜ୍ୟପାଳ ଙ୍କୁ ୧୪ ଦଫା ଦାବୀ ପତ୍ର ପ୍ରଦାନ କରିଛନ୍ତି।ଜାନୁଆରୀ ୨୦୨୧ ପର ଠାରୁ ଟାଟା କମ୍ପାନୀ ୱେସ୍କୋ କୁ ନେଲା ପରେ,ସରକାରୀ ନିୟନ୍ତ୍ରଣ ରୁ ମୁକ୍ତ ହେଲା ପରେ ବିଦ୍ୟୁତ ଉପଭୋକ୍ତା ଙ୍କ ଦୁଃଖ, ଦୁର୍ଦ୍ଦଶା, ହଇରାଣ ଓ ଶୋଷଣ ର ଅନ୍ତ ହୀନ କାହାଣୀ ଆରମ୍ଭ ହୋଇଛି ।ଟାଟା କମ୍ପାନୀ ର ଅତ୍ୟଧିକ ଲାଭଖୋର ମନୋବୃତ୍ତି ପାଇଁ ଉପଭୋକ୍ତା ନିର୍ଯ୍ୟାତିତ,ଅପମାନିତ,ଜବରଦସ୍ତି ଜୁଲୁମ, ଓ ଶୋଷଣ ର ଶିକାର ହେଉଛନ୍ତି।ବିନା ବିଦ୍ୟୁତ ସଂଯୋଗରେ ବିଲ ଆସିବା, ଆଜି ତାରିଖରେ ପିଛିଲା ତିନି ଚାରି ବର୍ଷ ର ପୁରୁଣା ବିଲ ପଠେଇ ଆଦାୟ କରିବା, ମିଟର ଓ କେବୁଲ ନାମରେ ନୂତନ ବିଦ୍ୟୁତ ସଂଯୋଗ ପାଇଁ ଗଭୀର ନଳକୂପ ଚାଷୀ ଙ୍କ ଠାରୁ ୧୭,୦୦୦ ଟଙ୍କା ଜବରଦସ୍ତି ଆଦାୟ କରିବା,ସାଧାରଣ ଉପଭୋକ୍ତା ଙ୍କୁ ଚଢା ବିଲ ପଠେଇ ଜବରଦସ୍ତି ବିଲ ଆଦାୟ,ବିଭାଗ ତରଫରୁ ବିଲ ଦିଆ ନଯାଇ ସ୍କୁୱାର୍ଡ ଦ୍ୱାରା ଚଢ଼ାଉ କରି ଅନଧିକୃତ ବିଦ୍ୟୁତ ସଂଯୋଗ କହି, ଜବରଦସ୍ତି ଜୋରିମାନା ଆଦାୟ କରିବା ଇତ୍ୟାଦି ଅନେକ ଅଭିଯୋଗ ଆସୁଛି।ଯେତେ ଦାବି କି ଆଲୋଚନା କଲେ ମଧ୍ୟ ସମସ୍ୟା ର ସମାଧାନ ତ ଦୂର କଥା କର୍ଣ୍ଣପାତ କରିବାକୁ କେହିନାହାନ୍ତି।ଟାଟା କମ୍ପାନୀକୁ ରାଜ୍ୟ ବିଜେଡି ସରକାର ଙ୍କ ଏ ଅହେତୁକ ଅନୁକମ୍ପା କାହିଁକି ?ବିଦ୍ୟୁତ ଉପଭୋକ୍ତା ଟାଟା କମ୍ପାନୀ ଦ୍ୱାରା ଏତେ ମାତ୍ର ରେ ଶୋଷଣ ଓ ଜୁଲୁମ ର ଶିକାର ହେଲେ ମଧ୍ୟ ରାଜ୍ୟ ବିଜେଡି ସରକାର ଚୁପ କାହିଁକି ? ହଜାର ହଜାର କୋଟି ଟଙ୍କାର ଭିତ୍ତିଭୂମି ଥାଇ ମାତ୍ର୧୫୦ କୋଟି ଟଙ୍କାରେ ଟାଟା କମ୍ପାନୀ କୁ ୱେସ୍କୋ କୁ ଟେକିଦେବା ପଛରେ ରହସ୍ୟ କଣ ଅଛି ?କାହା ସ୍ଵାର୍ଥ ରେ ଏମିତି ବିକ୍ରୀ କରାଗଲା ? ଏମିତି ନାନା ସମସ୍ୟା ଓ ପ୍ରଶ୍ନକୁ ନେଇ ଆନ୍ଦୋଳନକାରୀ ବିଦ୍ୟୁତ ଉପଭୋକ୍ତା ସରକାର ଓ ଟାଟା ପାୱାର କମ୍ପାନୀ କୁ ଘେରି ଥିଲେ। ପ୍ରଥମେ ଆନ୍ଦୋଳନକାରୀ ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କଲା ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ଶୋଭାଯାତ୍ରା ରେ ବାହାରି ଏକତା ଛକଦେଇ ଟାଟା ପାୱାର କମ୍ପାନୀ ଟି ପି ଡି ଓ ଡବ୍ଲୁ ଏଲ ଙ୍କ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ, ସେଠି ଅଧିକ୍ଷଣ ଯନ୍ତ୍ରୀ ନନ୍ଦ ବାବୁ ଙ୍କ ସହିତ ଗରମା ଗରମ ଆଲୋଚନା ହେଲା ପରେ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଗଲା।ଅଧିକ୍ଷଣ ଯନ୍ତ୍ରୀ ନନ୍ଦ ବାବୁ ପ୍ରତିଶୃତି ଦେଲେ କି ମୋ ଦ୍ୱାରା ଯାହା ସମାଧାନ ହେବ କରିବି,ବାକି ଦାବି ପାଇଁ ଉଚ୍ଚ ସ୍ତରରେ ଉପସ୍ଥାପନ କରିବି,ଆଗାମୀ ଏକ ସପ୍ତାହ ଭିତରେ ଏସ ଇ , ଜିଲ୍ଲାପାଳ ଓ ଉଚ୍ଚ ସ୍ତରୀୟ ଅଧିକାରୀ ଙ୍କୁ ନେଇ ନୂଆପଡା ରେ ଏକ ଉଚ୍ଚ ସ୍ତରୀୟ ଆଲୋଚନା ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଉପସ୍ଥିତ ଆନ୍ଦୋଳନକାରୀ ଙ୍କୁ ଜବାବ ଦେଇଛନ୍ତି।ସରକାର ଟାଟା କମ୍ପାନୀ ଉପରେ ଲଗାମ ଲଗାନ୍ତୁ,କିମ୍ବା ଟାଟା କମ୍ପାନୀ ଶୋଷଣ ଜୁଳୁମ ବନ୍ଦ କରୁ କିମ୍ବା ଟାଟା କମ୍ପାନୀ ନୂଆପଡା ଛାଡୁ ବୋଲି ଶ୍ରୀ ପଣିଗ୍ରାହୀ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ନଚେତ ଆମେ ଜିଲ୍ଲାର ଲକ୍ଷାଧିକ ବିଦ୍ୟୁତ ଉପଭୋକ୍ତା ଟାଟା କମ୍ପାନୀ କୁ ବହିଷ୍କାର କରିବୁ,କମ୍ପାନୀ ଲୋକଙ୍କୁ ଗାଁ ଗାଁ ରେ ପୁରେଇ ଦେବୁ ନାହିଁ,ଦରକାର ପଡ଼ିଲେ ବିଦ୍ୟୁତ ବିଭାଗର ସମସ୍ତ କାର୍ଯ୍ୟାଳୟ ରେ ତାଲା ମାରି ଅଚଳ କରାଯିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି ।ଆନ୍ଦୋଳନରେ ଲେଖରାମ ଚନ୍ଦ୍ରକାର,ରମାକାନ୍ତ ଚନ୍ଦ୍ରକାର,ଭୁବନ ଚନ୍ଦ୍ରକାର ,ବିଜୟ ସାହୁ,ଉମେଶ ଚକ୍ରଧରୀ, ନେମିଚନ୍ଦ ଚନ୍ଦ୍ରକାର,ରତନଲାଲ ଚନ୍ଦ୍ରକାର, ଚନ୍ଦ୍ରଶେଖର ଚନ୍ଦ୍ରକାର,ସନ୍ତୋଷ ଚନ୍ଦ୍ରକାର,ତୋଷ ଚନ୍ଦ୍ରକାର,ନନ୍ଦୁ ଚନ୍ଦ୍ରକାର, ଗିରିସ ଚନ୍ଦ୍ରକାର, ସୁରେଶ ଅହୀର, ନାରଦ ପାଣ୍ଡେ,ହୀରାଲଲ ପାଣ୍ଡେ,ମୋହନ ଶବର,ସୁଖରାମ ପାଣ୍ଡେ,ବିଶ୍ୱମ୍ଭର ମାଝୀ, ହୋମସିଂ ସତନାମୀ,ପୁରଣ ମାଝୀ,ଇତବାରୁ ପାଣ୍ଡେ ,ଲଛମନ ପାଣ୍ଡେ,ପରମାନନ୍ଦ ପାଣ୍ଡେ,ଭକ୍ତବନ୍ଧୁ ଧରୁଆ ପ୍ରମୁଖ ଙ୍କ ସହିତ ହଜାରେ ରୁ ଉର୍ଦ୍ଧ୍ବ ବିଦ୍ୟୁତ ଉପଭୋକ୍ତା ସାମିଲ ହୋଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଚାଷ ଜମିର ବୋରୱେଲ ବିଜୁଳି ଡିପି ନଷ୍ଟ ହେବା ପରେ, ଚାଷୀ ସରକାରୀ କର୍ମଚାରୀଙ୍କୁ ଗୁହାରି କଲେ ମଧ୍ୟ ୫ ମାସ ହେଉଛି ସରକାରୀ ବାବୁଙ୍କ ଦେଖା ନାହିଁ

Sunil Chandra Nayak

ବିଜମରା ସରକାରି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ

Sunil Chandra Nayak

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଷ୍ଟାଣ୍ଡିଂ କମିଟି ର ଡାବୁଗାଁ ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ 

masiha

Leave a Comment

error: Content is protected !!