ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁନିଗୁଡାରେ ଦିନିକିଆ ଗସ୍ତରେ   ସ୍କୁଲ ଓ ଗଣଶିକ୍ଷା ଆୟୋଗ- ସଚିବଙ୍କୁ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଦାବିପତ୍ର ପ୍ରଦାନ 

ମୁନିଗୁଡାରେ ଦିନିକିଆ ଗସ୍ତରେ  

ସ୍କୁଲ ଓ ଗଣଶିକ୍ଷା ଆୟୋଗ- ସଚିବଙ୍କୁ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଦାବିପତ୍ର ପ୍ରଦାନ 

ମୁନିଗୁଡା-25.9.024 ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକକୁ ଆଜି ଦିନିକିଆ ଗସ୍ତରେ ସ୍କୁଲ ଓ ଗଣଶିକ୍ଷା ଆୟୋଗ-ସଚିବ ସାଲିନି ପଣ୍ଡିତ ମହିଳାମଣ୍ଡଳ ଦ୍ବାରା ଛତୁଆ ପ୍ରସ୍ତୁତ କେନ୍ଦ୍ର ପରି ଦର୍ଶନ କରି ମାନ ତନଖିବା ସହ ବିଭିନ୍ନ ଵିଷୟରେ ପଚାରି ଵୁଝିଥିଲେ।ଏହି ଅବସରରେ ସଚିବ ଶ୍ରୀମତୀ ପଣ୍ଡିତ ମୁନିଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରୁଥିବା ସମୟରେ ମୁନିଗୁଡା ପ୍ରଗତି ମଞ୍ଚର ସଭାପତି ସିଏଚ.ଗଣେଶ୍ୱର ରାଓ ଓ ସମ୍ପାଦକ ସିମାଞ୍ଚଳ ପଣ୍ଡାଙ୍କ ମିଳିତ ନେତୃତ୍ୱରେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଅଭାବ ଥିବା ଡାକ୍ତର,ଵିଶେଷଜ୍ଞ ଡାକ୍ତର ସମେତ ଟେକନିସିଆନ ଏବଂ କର୍ମଚାରୀ ନିଯୁକ୍ତି ଦେବାକୁ ଦାବିପତ୍ର ପ୍ରଦାନ କରିଛନ୍ତି l ଉକ୍ତ ଦାବିପତ୍ରରେ ।

ମୁନିଗୁଡା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜିଲ୍ଲାର ବିଷମକଟକ, ମୁନିଗୁଡା ଓ ଚନ୍ଦ୍ରପୁର ତିନୋଟି ବ୍ଲକର ରେଫେରାଲ ମେଡିକାଲ ଭାବେ କାର୍ଯ୍ୟ କରୁଛି ଏଥିସହ ପଡୋଶୀ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଉପାନ୍ତ ଗ୍ରାମ ଗୁଡିକ ନିର୍ଭର କରିଥାନ୍ତି। ଜନମଙ୍ଗଳ ରାଷ୍ଟ୍ରରେ ସରକାରଙ୍କ ସ୍ୱାସ୍ଥ୍ୟ ସେବା ଯୋଗାଇବା ପ୍ରାଥମିକତା ରହିଥିବା ବେଳେ ସରକାରୀ ସ୍ତରରେ ଡାକ୍ତରଖାନାର ଇନ୍ଫାଷ୍ଟ୍ରକଚର ଉନ୍ନତି କରାଯାଇଛି ହେଲେ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ଦିଗରେ ଧ୍ୟାନ ଦିଆଯାଇ ନାହିଁ। ଫଳରେ ଗୁରୁତର ରୋଗୀଙ୍କୁ ରାୟଗଡା କିମ୍ବା ବ୍ରହ୍ମପୁର ପଠାଇ ଦିଆଯାଉଥିବା ଦେଖିବାକୁ ମିଳୁଛି। ସରକାରୀ ସ୍ତରରେ ମୁନିଗୁଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡ଼ିସିନ, ଶିଶୁ ରୋଗ, ସ୍ତ୍ରୀ ରୋଗ ଓ ସଲ୍ୟ ଚିକିତ୍ସା ବିଶେଷଜ୍ଞ ସମେତ ୨୧ଜଣ ଡାକ୍ତର ପଦବୀ ଅନୁମୋଦିତ ହୋଇଥିବା ବେଳେ ଜଣେ ହେଲେ ବିଶେଷଜ୍ଞ ଡାକ୍ତର ନଥିବା ସ୍ଥଳେ ମାତ୍ର ୭ଜଣ ଡାକ୍ତରଙ୍କୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲିଛି। ମୁନିଗୁଡାର ଜନସଂଖ୍ୟା, ଭୌଗଳିକ ସ୍ଥିତି ଓ ଲୋକଙ୍କ ନିର୍ଭରଶୀଳତାକୁ ଦେଖି ଆବଶ୍ୟକ ଡାକ୍ତରୀ ପଦଵୀ ପୂରଣ କରାଗଲେ ସମସ୍ତଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେଵା ଯୋଗାଇବା ସମ୍ଭବ ହୋଇପାରିବ।ଅପର ପକ୍ଷରେ ୭ମାସ ହେବ ମୁନିଗୁଡାରେ ଏମ୍ବିକେ,ବ୍ୟାଙ୍କ ମିତ୍ର,ସିଆରପି,ପ୍ରାଣୀ ମିତ୍ର,କୃଷକ ମିତ୍ରଳ ଆଦି ଦରମା ପାଇ ନଥିବାରୁ ବିଡିଓ ଶ୍ରୀ ପ୍ରିତମ କୁମାର ତନ୍ତୀଙ୍କ ଜରୀଆରେ ମୁଖ୍ୟମନ୍ତୀଙ୍କୁ ଦାଵୀ ପତ୍ର ପ୍ରଦାନ କରିଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

GUNUPUR BAR ASSOCIATION GETS NEW TEAM

masiha

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

masiha

ଆରମ୍ଭ ହେଲା ଖଡ଼ିଆଲ ମହୋତ୍ସବ ୨୦୨୩

Sunil Chandra Nayak

Leave a Comment

error: Content is protected !!