ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡଖାଇ ସାହିତ୍ୟ ସଂସଦ, ରାଇରଙ୍ଗପୁର ଆନୁକୁଲ୍ୟରେ ମାଟିର ମହାକଵି ସଚ୍ଚି ରାଉତରାୟଙ୍କ ପୂଣ୍ଯତିଥି ପାଳିତ

ମୟୂରଭଞ୍ଜ- ୨୧/୮ ( ମସିହା )ଓଡ଼ିଆ ସାହିତ୍ୟରେ ଅତ୍ୟାଧୁନିକାତର ପ୍ରବର୍ତ୍ତକ ମାଟିର ମହାକବି ସଚ୍ଚି ରାଉତରାୟଙ୍କର ଆଜି ପୂଣ୍ଯତିଥି । ସେହି ମହାତ୍ମାଙ୍କ ପୂଣ୍ଯତିଥି ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ପ୍ରାଥମିକ ଶିକ୍ଷକ ଭବନ ପରିସରରେ ସୋମବାର ଦିନ ଅପରାହ୍ନ ୫ ଘଟିକାରେ ଖଡଖାଇ ସାହିତ୍ୟ ସଂସଦ ତରଫରୁ ଏକ ସ୍ମୃତି ଚାରଣ, ପୂଜ୍ୟପୂଜା ଓ କବିତା ପାଠ ଉତ୍ସବ ଅନୁଷ୍ଠାନର ଆବାହକ ସାମ୍ବାଦିକ ଅକ୍ଷୟ କୁମାର ବିଶ୍ଵାଳଙ୍କ ଆଵାହକରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତିତ୍ବ ସ୍ତମ୍ଭକାର ଲଳିତ ମହାନ୍ତଙ୍କ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଇଂରାଜୀ ସାହିତିକ ଶ୍ରୀ ପାର୍ଥ ସାରଥି କବି, ମୁଖ୍ୟବକ୍ତା ଭାବେ ରାଇରଙ୍ଗପୁର ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଡଃ ମିଲନ ମହାନ୍ତ, ସମ୍ମାନିତ ଅତିଥି କବି ପରେଶ ରାୟମହାପାତ୍ର,ଅନ୍ୟତମ ଅତିଥି ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପକ ବିଜୟ ରାମ ପ୍ରମୁଖ ଯୋଗ ଦେଇଥିଲେ । ପରେ ଉପସ୍ଥିତ ସାହିତ୍ୟ ଅନୁରାଗୀମାନେ ମହାନ ସାରସ୍ଵତ ସାଧକସଚ୍ଚି ରାଉତରାୟଙ୍କୁ ପୁଷ୍ପାର୍ଘ୍ଯ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଓଡ଼ିଶା ସଂଗୀତ ନାଟକ ଶିକ୍ଷା କେନ୍ଦ୍ର ମେଘନାଦ ହେମ୍ବ୍ରମ ଖଡଖାଇ ସାହିତ୍ୟ ସଂସଦର ର ଉଦେଶ୍ୟ ଉପରେ ଅନୁଷ୍ଠାନର ଆଲୋକପାତ କରିଥିଲେ ।ମୁଖ୍ୟ ଅତିଥି ପାର୍ଥ ସାରଥି କବି କାଳଜୟୀ କବି ସଚ୍ଚି ରାଉତରାୟଙ୍କ ଆଧୁନିକ କବିତା ଉପରେ ବକ୍ତବ୍ୟ ରଖିଥିଲେ ‌।ଡଃ ମିଲନ ସଚ୍ଚି ରାଉତରାୟଙ୍କ ବାମପନ୍ଥୀ ଚିନ୍ତାଧାରା ଓ ମେହେନତି ମଣିଷର ଦୃଷ୍ଟିକୋଣ ଉପରେ ଥିବା ଲେଖା ଉପରେ ଆଲୋକପାତ କରିଥିଲେ ।କବି ପରେଶ ରାୟମହାପାତ୍ର କବିଙ୍କର ଗ୍ରାମୀଣ ଚିତ୍ର ଓ ଲେଖାର ପ୍ରତିଫଳନ ଉପରେ ଆଲୋକପାତ କରିଥିଲେ ।ଅତିଥି ଗଣ କହିଥିଲେ ସଚ୍ଚି ରାଉତରାୟ ଜଣେ ମହାନ ସାରସ୍ଵତ ସାଧକ ।ଇଂରାଜୀ ଓ ଓଡ଼ିଆରେ ସେ ୪୦ ରୁ ଉର୍ଦ୍ଧ୍ବ ପୁସ୍ତକ ରଚନା କରିଥିଲେ । ଦୀର୍ଘ ୭୦ ବର୍ଷ ଧରି ସେ ସାହିତ୍ୟ ସାଧନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି । ଛାତ୍ର ଜୀବନରୁ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ।୧୧ ଵର୍ଷ ବୟସରୁ କବିତା ଲେଖିବା ଆରମ୍ଭ କରିଥିଲେ ।ତାଙ୍କର କବିତା ଭୋକର ଭୂଗୋଳ,ଖଟିଖିଆ ମେହନତି ଲୋକଙ୍କ ,ସାମ୍ରାଜ୍ୟ ବାଦ,ଫାଶୀଵାଦ, ଓ ବିଶ୍ବଯୁଦ୍ଧ ବିରୋଧରେ ।ସେ ଜଣେ ପ୍ରଗତିଶୀଳ ବାମପନ୍ଥୀ ଓ କାଳଜୟୀ ଲେଖକ ଥିଲେ ।ତାଙ୍କର କାଳଜୟୀ ଲେଖା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ,ଜ୍ଞାନପୀଠ ଓ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି ।ତାଙ୍କର କାଳଜୟୀ କବିତା ଛୋଟ ମୋର ଗାଁ ଟି, ପଲ୍ଲୀଶ୍ରୀ,ବାଜି ରାଉତ, କୋଣାର୍କ,ମଶାଣିରେ ଫୁଲ,ମାଟିର ଡାକ,ଛାଇ ଭଳି ଅନେକ କବି ।ସେ ଏକାଧାରରେ ଗାଳ୍ପିକ,କବି, ଔପନ୍ୟାସିକ ଓ ଦୁର୍ଦ୍ଧର୍ଷ ପ୍ରଗତିଶୀଳ ଅଵି ଥିଲେ ।ଜଣେ ମହାନ ଦେଶପ୍ରେମୀ ହିସାବରେ ଗଡ଼ଜାତ, ଛାତ୍ର,କୃଷକ ଆନ୍ଦୋଳନରେ ଯୋଗ ଦେଇ କାରାବରଣ କରିଛନ୍ତି । ତାଙ୍କର ବହୁ କଵିତା ବ୍ରିଟିଶ ସରକାର ନିଷିଦ୍ଧ କରିଥିଲେ ବୋଲି ଉପସ୍ଥିତ କବି,ଲେଖକ, ସାମ୍ବାଦିକ ମାନେ କହିଥିଲେ ।ଶେଷରେ ଉପସ୍ଥିତ ଲେଖକ ଓ କବିମାନେ ‌ସଚ୍ଚି ରାଉତରାୟଙ୍କ କବିତା ପାଠ ପଠନ କରିଥିଲେ ।ପ୍ରଥମ ଥର ପାଇଁ ଖଡଖାଇ ସାହିତ୍ୟ ସଂସଦ, ରାଇରଙ୍ଗପୁର ଆନୁକୁଲ୍ୟରେ ଏହି ସାରସ୍ବତ ଆୟୋଜନ କରାଯାଇତଥିବାରୁ ଉପସ୍ଥିତ କବି ଓ ଲେଖକମାନେ ଆୟୋଜକଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ସାମ୍ବାଦିକ ତୁଷାରକାନ୍ତ ମହାନ୍ତି,ମେଘନାଦ ହେମ୍ବ୍ରମ,ଶ୍ଯାମଳେନ୍ଦୁ ପରିଡ଼ା,ଈଶ୍ବର ବେହେରା,ବିଜୟ ମୁଖୀ, ଉପେନ୍ଦ୍ର ବେହେରା,ଜିତେନ୍ଦ୍ର ଅଗ୍ରୱାଲ,ନୀରଜ ସାହୁ,ପରେଶ୍ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ବହୁ ସାହିତ୍ୟ ଅନୁରାଗୀ ଉପସ୍ଥିତ ଥିଲେ । ଆଗକୁ ଅନୁଷ୍ଠାନ ପକ୍ଷରୁ ଵ୍ଯାପକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ସମସ୍ତ ସାହିତ୍ୟ ଅନୁରାଗୀଙ୍କୁ ଆବାହକ ଅକ୍ଷୟ ବିଶ୍ବାଳ କୃତଜ୍ଞତା ଜଣାଇଛନ୍ତି ।ଶେଷରେ ବିଜୟ ମୁଖୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମୟୁରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

 

Related posts

ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ: ନାବାଳକର ମଳ ଦ୍ବାରରେ ପଶିଗଲା ଶାବଳ 

Sunil Chandra Nayak

ଉଠୋ ଜାଗୋ ମହୋତ୍ସବ ଯୁବଯାତ୍ରା

Sunil Chandra Nayak

ବିଶ୍ୱକପ ହକିକୁ ଆମପାଣି ଠାରେ ସ୍ୱାଗତ କଲେ କଳାହାଣ୍ଡି ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!