ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଅଞ୍ଚଳାରେ ବାବା ଚାଉଁରିଆ କ୍ରିକେଟ ଟୁର୍ନାମେଣ୍ଟ ହେଲା ଉଦଘାଟନ 

ଅଞ୍ଚଳାରେ ବାବା ଚାଉଁରିଆ କ୍ରିକେଟ ଟୁର୍ନାମେଣ୍ଟ ହେଲା ଉଦଘାଟନ 

ଡାବୁଗାଁ, ୧୭/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଅଞ୍ଚଳା ଗ୍ରାମ ପଞ୍ଚାୟତ ସଦର ମହକୁମାରେ ପବିତ୍ର ଶ୍ରୀ ରାମ ନବମୀ ଅବସରରେ ଗ୍ରାମର ଯୁବ ଗୋଷ୍ଠୀ ମାନଙ୍କ ଆନୁକୁଲ୍ୟରେ ବାବା ଚାଉଁରିଆ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଉଦଘାଟନ ହୋଇଯାଇଛି l ଏହି ଅବସରରେ ଡାବୁଗାଁ କଂଗ୍ରେସ ବ୍ଳକ ସଭାପତି ଜି. ସାଇ ରାଜୁ ଙ୍କ ଦ୍ଵାରା ଫିତା କାଟି ଉଦଘାଟନ କରାଯାଇଥିବା ବେଳେ ଦଳର ଡାବୁଗାଁ ଜୋନ-୧ ସଭାପତି ପ୍ରକାଶ ପଣ୍ଡା, ଜୋନ -୨ ସଭାପତି ବଂଶୀଧର ମାଝୀ, ଧର୍ମାନନ୍ଦ ନାୟକ, ବାବି ଜେନା, ଆଶୁତୋଷ ଜେନା, ନରେନ୍ ତନ୍ତୀ ପ୍ରମୂଖ ସହଯୋଗ କରିଥିଲେ l ପ୍ରଥମ ଦିନ ଉଦଘାଟନୀ ମ୍ୟାଚଟି କୁସୁମବନ୍ଧ ଓ ବୋରୀପଦର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | କୁସୁମବନ୍ଧ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୮ ୱିକେଟ ହରାଇ ୫୫ ରନ ସଂଗ୍ରହ କରିଥିଲା | ବୋରିପଦର ଦଳ ୭ ଓଭରରେ ୭ ୱିକେଟ ହରାଇ ୫୬ ରନ କରି ବିଜୟୀ ହୋଇଥିଲା | ଉକ୍ତ ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଭାଗ ନେବେ | ୨୫ ତାରିଖରେ ଫାଇନାଲ ହେବ l ବାବା ଚାଉଁରିଆ କ୍ରିକେଟ ଟୁର୍ନାମେଣ୍ଟ କମିଟି ମାନଙ୍କ ମଧ୍ୟରେ ଦୁର୍ଜନ, କୁନୁ, ଗଣେଶ, ଶଙ୍କର, ପିଣ୍ଟୁ, ଲବ,ନରେଶ ଓ ପପୁ ପ୍ରମୂଖ ଅନ୍ୟମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ଟୁର୍ଣ୍ଣାମେଣ୍ଟ କୁ ଆଗେଇ ନେଉଛନ୍ତି l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଶ୍ଵରେକର୍ଡର ନିକଟବର୍ତ୍ତୀ ସୁମିତ ସିଂ, ରାଉରକେଲା ପାଇଁ ଗର୍ବ

ମହୁଲଡିହା ପଡ଼ିଆରେ ୫ ଦୀବହସୀୟ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରାଉରକେଲା ଚମ୍ପିୟାନ 

Sunil Chandra Nayak

ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସମ୍ପାଦିତ

masiha

Leave a Comment

error: Content is protected !!