ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଅଞ୍ଚଳାରେ ବାବା ଚାଉଁରିଆ କ୍ରିକେଟ ଟୁର୍ନାମେଣ୍ଟ ହେଲା ଉଦଘାଟନ 

ଅଞ୍ଚଳାରେ ବାବା ଚାଉଁରିଆ କ୍ରିକେଟ ଟୁର୍ନାମେଣ୍ଟ ହେଲା ଉଦଘାଟନ 

ଡାବୁଗାଁ, ୧୭/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଅଞ୍ଚଳା ଗ୍ରାମ ପଞ୍ଚାୟତ ସଦର ମହକୁମାରେ ପବିତ୍ର ଶ୍ରୀ ରାମ ନବମୀ ଅବସରରେ ଗ୍ରାମର ଯୁବ ଗୋଷ୍ଠୀ ମାନଙ୍କ ଆନୁକୁଲ୍ୟରେ ବାବା ଚାଉଁରିଆ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଉଦଘାଟନ ହୋଇଯାଇଛି l ଏହି ଅବସରରେ ଡାବୁଗାଁ କଂଗ୍ରେସ ବ୍ଳକ ସଭାପତି ଜି. ସାଇ ରାଜୁ ଙ୍କ ଦ୍ଵାରା ଫିତା କାଟି ଉଦଘାଟନ କରାଯାଇଥିବା ବେଳେ ଦଳର ଡାବୁଗାଁ ଜୋନ-୧ ସଭାପତି ପ୍ରକାଶ ପଣ୍ଡା, ଜୋନ -୨ ସଭାପତି ବଂଶୀଧର ମାଝୀ, ଧର୍ମାନନ୍ଦ ନାୟକ, ବାବି ଜେନା, ଆଶୁତୋଷ ଜେନା, ନରେନ୍ ତନ୍ତୀ ପ୍ରମୂଖ ସହଯୋଗ କରିଥିଲେ l ପ୍ରଥମ ଦିନ ଉଦଘାଟନୀ ମ୍ୟାଚଟି କୁସୁମବନ୍ଧ ଓ ବୋରୀପଦର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | କୁସୁମବନ୍ଧ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୮ ୱିକେଟ ହରାଇ ୫୫ ରନ ସଂଗ୍ରହ କରିଥିଲା | ବୋରିପଦର ଦଳ ୭ ଓଭରରେ ୭ ୱିକେଟ ହରାଇ ୫୬ ରନ କରି ବିଜୟୀ ହୋଇଥିଲା | ଉକ୍ତ ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଭାଗ ନେବେ | ୨୫ ତାରିଖରେ ଫାଇନାଲ ହେବ l ବାବା ଚାଉଁରିଆ କ୍ରିକେଟ ଟୁର୍ନାମେଣ୍ଟ କମିଟି ମାନଙ୍କ ମଧ୍ୟରେ ଦୁର୍ଜନ, କୁନୁ, ଗଣେଶ, ଶଙ୍କର, ପିଣ୍ଟୁ, ଲବ,ନରେଶ ଓ ପପୁ ପ୍ରମୂଖ ଅନ୍ୟମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ଟୁର୍ଣ୍ଣାମେଣ୍ଟ କୁ ଆଗେଇ ନେଉଛନ୍ତି l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜୟ ଜଗନ୍ନାଥ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା , ବ୍ରାହ୍ମଣୀକୁ ହରାଇ ସେମିଫାଇନାଲରେ କେନ୍ଦୁଗୁଡ଼ା

Sunil Chandra Nayak

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଭୁବନ ହାଇସ୍କୁଲ ଖେଳପଡିଆ ରେ ଅନୁଷ୍ଠିତ ହୋଇଯାଇଛି

masiha

କରଚଳା ଉଚ୍ଚ ମାଧ୍ୟମିକ ବିଦ୍ୟଳୟରେ ଆତ୍ମାସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!