ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟରସାଇକେଲ ମୁହାଁମୁହିଁ ଧକ୍କା ୨ ମୃତ,୧ ଗୁରୁତ୍ତର 

ମୋଟରସାଇକେଲ ମୁହାଁମୁହିଁ ଧକ୍କା ୨ ମୃତ,୧ ଗୁରୁତ୍ତର 

ଡାବୁଗାଁ, ୧୩/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବୋରିପଦର ଗ୍ରାମ ର ଦେଶୀମଦ ଭାଟି ନିକଟରେ ସୋମବାର ରାତ୍ରି ରେ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବାରୁ ୨ ମୃତ ଓ ୧ ଗୁରୁତ୍ତର | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଡାବୁଗାଁ- ବୋରିଗାଁ ମୁଖ୍ୟ ରାସ୍ତାରେ ବୋରିପଦର ଗ୍ରାମ ର ଦେଶୀମଦ ଭାଟି ନିକଟରେ ଡାବୁଗାଁ – ନୂଆଗୁଡା ଗ୍ରାମର ନାଡୁ ଗୌଡ (୩୩) ଓ ତାଙ୍କର ଶିଶୁ ପୁତ୍ର ମଙ୍ଗଳଦାସ ଗୌଡ (୫) ଙ୍କ ସହ ନିଜ ମୋଟରସାଇକେଲ ନଂ ଓଡି ୨୪ ଡି ୦୨୭୦ ଯୋଗେ ରାତ୍ରି ପ୍ରାୟ ୭ ଘ. ସମୟରେ ଶଶୁର ଘରୁକୁ ଯାଉଥିବା ବେଳେ ବିପରୀତ ଦିଗରୁ ମାନିଗାଁ ଗ୍ରାମର ପୁରନ ଜାନୀ (୩୦) ମୋଟରସାଇକେଲ ନଂ ଓଡି ୨୪ ଏ ୬୯୭୨ ଯୋଗେ ଡାବୁଗାଁ ଅଭିମୁଖେ ଫେରୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା | ଖବରପାଇ ଡାବୁଗାଁ ଅଗ୍ନିସମ କେନ୍ଦ୍ର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ୩ ଜଣ ଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ନାଡୁ ଗୌଡ ଓ ପୁରନ ଜାନୀ ଙ୍କୁ ମୃତ ଘୋଷଣା କରିଥିଲେ | ନାଡୁ ଗୌଡ ଙ୍କ ଶିଶୁ ପୁତ୍ର ମଙ୍ଗଳଦାସ ଗୌଡଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ଘଟଣାସ୍ଥଳରେ ଥାନା ପ୍ରୋବେଶରର ସବଇନିସ୍ପେକ୍ଟର ଦଣ୍ଡ ଚରଣ ସେଠୀ ଓ ଏଏସଆଇ ଚନ୍ଦ୍ରଶେଖର ହଜାରି ଓ ପୋଲିସ କର୍ମଚାରୀ ମାନେ ପହଞ୍ଚି ତଦନ୍ତ କରୁଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭୂମିକମ୍ପର ଝଟକାରେ ଥରିଲା କଳାହାଣ୍ଡି  ରିକ୍ଟର ସ୍କେଲରେ ତୀବ୍ରତା ୪.୧

Sunil Chandra Nayak

ନୂତନ ବର୍ଷ ରେ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ମଦୁଆ ଙ୍କୁ ସାବଧାନ

Sunil Chandra Nayak

ହୋ ସମାଜ ସମନ୍ବୟ ସମିତି ତରଫରୁ ବିଭିନ୍ନ ଦାବି ନେଇ ତିରିଂ ବ୍ଳକ ସମ୍ମୁଖରେ ପ୍ରତିବାଦ ସଭା

Sunil Chandra Nayak

Leave a Comment

error: Content is protected !!