ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଶନ ବାତ୍ସଲ୍ୟ ଯୋଜନା ଅଧୀନରେ ଅନାଥ ପିଲା ଏଵଂ ଏକକ ଅଭିଭାବକ ପିଲାଙ୍କ ସ୍ୱତନ୍ତ୍ର ଶିବିର ଆୟୋଜନ

ମିଶନ ବାତ୍ସଲ୍ୟ ଯୋଜନା ଅଧୀନରେ ଅନାଥ ପିଲା ଏଵଂ ଏକକ ଅଭିଭାବକ ପିଲାଙ୍କ ସ୍ୱତନ୍ତ୍ର ଶିବିର ଆୟୋଜନ 

ବନ୍ଧୁଗାଁ ତା ୩୦/୬/୨୬ ଆଜି ବନ୍ଧୁଗାଁ ବ୍ଲକର ମିଶନ ଶକ୍ତି ଗୃହ ଠାରେ ବ୍ଲକର ୧୩ ପଞ୍ଚାୟତ ର ଗାଁ ଗହଳିରେ ରହିଥିବା ଅନାଥ ପିଲାଏ ଓ ଏକକ ଅବିଭାବକ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଶିବିର ର ଆୟୋଜନ ହୋଇଥିଲା I ଏହି ସ୍ୱତନ୍ତ୍ର ଶିବିର କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, କୋରାପୁଟ ଶିଶୁ କଲ୍ୟାଣ କମିଟି ଏଵଂ ଶିଶୁ ହେଲ୍ପଲାଇନ କୋରାପୁଟ ସହିତ ସମ୍ବନୟ ରଖି ବନ୍ଧୁଗାଁ ବ୍ଲକ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅନାଥ ପିଲା ଓ ଏକକ ଅଭିଭାବକ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଶିବିର ଆୟୋଜିତ ହୋଇଯାଇଛି। ଆଜି ବ୍ଲକର ୧୩ ପଞ୍ଚାୟତ ରୁ ଅଙ୍ଗନୱାଡ଼ି କର୍ମୀ ଓ ଅବିଭାବକ ମାନେ ନିଜ ନିଜ ଗ୍ରାମରୁ ପିଲାଙ୍କୁ ନେଇ ଆସିଥିଲେ। ଅଧିକାଂଶ ଅନାଥ ପିଲା ଓ ଏକକ ଅଭିଭାବକ ପିଲାଙ୍କ ଆଧାର କାର୍ଡ କିମ୍ୱ ପିତାମାତାଙ୍କ ମୃତ୍ୟୁ ପ୍ରମାଣ ପତ୍ର ନ ଥିଲା। ଅବିଭାବକ ମାନେ ନିଜ ନିଜ ଆଧାର କାର୍ଡ ଦେଇ ପଞ୍ଜୀକୃତ କରି ଥିଲେ। ଆଜି ଶତାଧିକ ଅନାଥ ପିଲା ଓ ଏକକ ଅଭିଭାବକ ପିଲା ମାନେ ଆସିଥିବା ବେଳେ ମାତ୍ର ୧୦୯ ଜଣ ପିଲାଙ୍କୁ ପଞ୍ଜୀକୃତ କରି ଥିଲେ। କୋରାପୁଟ ଶିଶୁ କଲ୍ୟାଣ କମିଟି ରୁ କର୍ମଚାରୀ ଆସି ଥିଲେ ଓ ଆଜି ଅଧିକାଂଶ ଗ୍ରାମରେ ରହିଥିବା ଅନାଥ ପିଲାଏଁ ରହି ଥାଇ ପାରୋନ୍ତି ବଲି ଆନୁମାନିକ ଭାବରେ ପୁନର୍ବାର ଗୁରୁବାର ଦିନ ବଳକା ରହିଥିବା ପିଲାଙ୍କ ପାଇଁ ସ୍ୱତନ୍ତ୍ର ଶିବିର ଆୟୋଜନ କରିବା ପାଇଁ ଜଣା ଯାଇଛି ।

ସଞ୍ଜିବ କୁମାର ବାଙ୍ଗାରୀ ରିପର୍ଟର I

Related posts

ତିରିଂ ବ୍ଳକ ବିଜେପି ତରଫରୁ ସନ୍ଥ ଶିରୋମଣି ରବିଦାସଙ୍କ ଜୟନ୍ତୀ ଓ ସମରସିତା ସଙ୍କଳ୍ପ ଅଭିଯାନ

Sunil Chandra Nayak

କାମାକ୍ଷାନଗରର ହାତୀଖେଦ 

ରାଇରଙ୍ଗପୁର ବ୍ଳକ ପରିସରରେ କୃଷି ସମ୍ବାଦ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!