ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସୋଳ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପନୀ ସମାରୋହ

ରାସୋଳ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପନୀ ସମାରୋହ

ଢେ଼ଙ୍କାନାଳ ଜିଲ୍ଲାର ରାସୋଳ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଆତ୍ମରକ୍ଷା ତାଲିମ ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଶିବିରରେ ୧୨୮ ଜଣ ଛାତ୍ରୀ ଅଶଂଗ୍ରହଣ କରିଥିଲେ । ଉଦ୍‌ଯାପିତ ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଦିପାଞ୍ଜଳୀ ପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳର ଆବଶ୍ୟକ‌ତା ଉପରେ ଆଲୋକପାତ କରିଥିଲେ । କ୍ରିଡା ଅଧ୍ୟାପିକା ଶ୍ରୀମତୀ ମଳୟ ମଞ୍ଜରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିର ପରିଚାଳିତ ହୋଇ ଥିବା ବେଳେ ପ୍ରଶିକ୍ଷିକା ରୂପେ ଶୁଭଶ୍ରୀ ସାହୁ ଓ ମଧୁସ୍ମିତା ଜେନା ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ଉପରେ ତାଲିମ ଦେଇଥିଲେ । ଏଥିରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହିତ ରିଆକ୍ଟ ପୁସ୍ତକ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ଉଦ୍‌ଯାପନୀ ଶିବିରରେ ଅର୍ଥନିତୀ ଅଧ୍ୟାପିକା ଶ୍ରୀମତୀ ପୁଷ୍ପାଙ୍ଗିନୀ ତାରେଣିଆ ଆତ୍ମରକ୍ଷାର ଗୁରୁତ୍ବ ବର୍ଣନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ସଡ଼କ ଦୁର୍ଘଟଣାରେ ଅଵସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଙ୍କ ମୃତ୍ୟୁ

Sunil Chandra Nayak

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

୧୨ ତମ ଜିଲ୍ଲା ବିଦ୍ୟାଳୟ ସମୂହ ଖୋ ଖୋ ଓ କବାଡି ପ୍ରତିଯୋଗିତା -୨୦୨୫-୨୬ 

Sunil Chandra Nayak

Leave a Comment

error: Content is protected !!