ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ, ୨୦୨ ଜଣ ନିର୍ମାଣ ଶ୍ରମିକଙ୍କୁ ୧୩ କୋଟି ୯୩ ଲକ୍ଷ ୫ ହଜାର ସହାୟତା ପ୍ରଦାନ

ନୂଆପଡା, // ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ କଲ୍ୟାଣ ମଣ୍ଡପ -୨ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର ରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଯୋଗ ଦେଇ ସରକାରଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ୧ ଲକ୍ଷ ୩୨ ହଜାର ୭୪୯ ଶ୍ରମିକଙ୍କୁ ୬୫ କୋଟି ୨୫ ଲକ୍ଷ ୭୦ ହଜାର ୩୭୮ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ବୁଧୁବାର ଖଡିଆଳ ବ୍ଲକ ରେ ୨୦୨ ଜଣ ନିର୍ମାଣ ଶ୍ରମିକଙ୍କୁ ୧୩ କୋଟି ୯୩ ଲକ୍ଷ ୫ ହଜାର ସହାୟତା ପ୍ରଦାନ କରିଛନ୍ତି ବୋଲି କହିଥିଲେ। ସଭାରେ ଖଡିଆଳ ବିଧାୟକ ଅଧିରାଜା ମୋହନ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ପଶ୍ଚିମ ଓଡ଼ିଶା ବିକାଶ ପାଣ୍ଠି ସଦସ୍ୟା ମନ୍ଦାକିନୀ ବାଘେଲ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଂଜନ ବେହେରା, ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର କୁମାର ବାର୍ଲା ମଞ୍ଚଷିନ ହୋଇଥିଲେ। ଶ୍ରମିକ ନେତା ପ୍ରଦୀପ ଦଣ୍ଡସେନା ସହ ଶତାଧିକ ହିତାଧିକାରୀ ଯୋଗ ଦେଇଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଵିଜାତଳା ବ୍ଲକର ନୂଆଗାଁ ଉପ୍ରା ସ୍କୁଲର ସ୍ନାତକ ଶିକ୍ଷକ ଭାରତେନ୍ଦୁ ମହାନ୍ତ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

Sunil Chandra Nayak

ଔପନ୍ୟାସିକ ଭାଗୀରଥି ଦାସ ଆମ ସାହିତ୍ୟ ଜଗତର ଗର୍ଵ ଗୌରଵ : ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ଡ.କଲ୍ଲିମୁଲ୍ଲା

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକ୍‌ଡ୍ରିଲ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!