ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁରାଲ୍ ପାର୍କ ନିର୍ମିତ ହୋଇଛି କିନ୍ତୁ ଅବ୍ୟବହୃତ :ଅସାମାଜିକ ଙ୍କ ଆଡ୍ଡା ପାଲଟିଛି

ରୁରାଲ୍ ପାର୍କ ନିର୍ମିତ ହୋଇଛି କିନ୍ତୁ ଅବ୍ୟବହୃତ :ଅସାମାଜିକ ଙ୍କ ଆଡ୍ଡା ପାଲଟିଛି

ତେନ୍ତୁଳିଖୁଣ୍ଟି ୨୧/୦୧/୨୫ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀ ଗୁଡ଼ା ଗ୍ରାମ ପଞ୍ଚାୟତ କୁର୍ମାକୋଟ ଗ୍ରାମ ମେଘ ମାଳ ତୋଟା ଠାରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦଶ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ ରେ ନିର୍ମିତ ହୋଇଛି ରୁରାଲ ପାର୍କ। ତେନ୍ତୁଳିଖୁଣ୍ଟି ବ୍ଲକ ସଦର ଠାରୁ ଅଳ୍ପ ଦୂରତା ରେ ଅବସ୍ଥିତ ଏହି ରୁରାଲ ପାର୍କ । ବ୍ଲକ ରେ ଗୋଟିଏ ବି ରୁରାଲ ପାର୍କ ଆଜି ପର୍ଯ୍ୟନ୍ତ ଲୋକାର୍ପିତ ହୋଇ ପାରିନାହିଁ। ଏହି ରୁରାଲ ପାର୍କ ଓ ପୋଖରୀ ପାଇଁ ଗ୍ରାମ ର ମାନ୍ୟ ଗଣ୍ୟ ବ୍ୟକ୍ତିତ୍ଵ ଙ୍କ ଉପସ୍ଥିତି ରେ ଯେଉଁ ଦିନ ଶୁଭ ଦିଆଯାଇଥିଲା ସମସ୍ତେ ଆଶା କରିଥିଲେ ଏହା ବ୍ଲକ ର ଏକ ଆକର୍ଷଣ ର କେନ୍ଦ୍ର ପାଲଟିବ। କିନ୍ତୁ ନିର୍ମାଣ ହୋଇ ଦୀର୍ଘ ବର୍ଷ ବିତି ଯାଇଥିବା ସତ୍ତ୍ୱେ ଏହା ଜନ ସାଧାରଣ ଙ୍କ ବ୍ୟବହାର ରେ ଲାଗି ପାରୁନାହିଁ। ବ୍ୟବହାର ହେଉ ନଥିବାରୁ ଅସାମାଜିକ ଲୋକ ତଥା ମଦ୍ୟପ ଙ୍କ ଆଡ୍ଡା ପାଲଟି ଗଲାଣି। ପାର୍କ ଆଖ ପାଖ ରେ ଆବର୍ଜନା ପକାଇ ପରିବେଶ ନଷ୍ଟ ହେବାକୁ ଲାଗିଲାଣି। ଏହା ବ୍ୟବହାର ଉପଯୋଗୀ ନ ହେବାର ମୁଖ୍ୟ କାରଣ ହେଲା ଉକ୍ତ ସ୍ଥାନକୁ ଯିବାକୁ ରାସ୍ତା ନାହିଁ। ପାର୍କ ନିର୍ମାଣ ପାଇଁ ସାମଗ୍ରୀ ନେଇ ପାର୍କ ନିର୍ମାଣ ହୋଇ ପାରିଲା କିନ୍ତୁ ରାସ୍ତା ବାହାନା ରେ ପାର୍କ ବ୍ୟବହାର ହେଉନି। ନିକଟରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ତେନ୍ତୁଳିଖୁଣ୍ଟି ବ୍ଲକ ଗସ୍ତ ରେ ଆସିଥିବା ବେଳେ ପାର୍କ ପାଇଁ ରାସ୍ତା ସମସ୍ୟା ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେକି କୁର୍ମକୋଟ ପ୍ରାଥମିକ ବିଦ୍ୟାଳୟ ର ଅବ୍ୟବହୃତ ପୁରୁଣା କୋଠରୀ ଭାଙ୍ଗି ରାସ୍ତା କରାଯାଉ। ସେହି ପ୍ରସ୍ତାବ ଦେଇ ତିନି ମାସ ବିତଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ। ପର୍ଯ୍ୟଟନ ଋତୁ ରେ ଏହି ପାର୍କ ମଧ୍ୟ କିଛି ପର୍ଯ୍ୟଟକ ଙ୍କ ସମୟ ଅତିକ୍ରାନ୍ତ ତଥା ସେଲଫି ପାଇଁ ମାଧ୍ୟମ ପାଲଟି ପାରି ଥାଆନ୍ତା। ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ ପାଣିଗ୍ରାହୀ ଙ୍କୁ ପଚାରିବାରୁ କିଛି ଗୋଟେ ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି କହିଥିଲେ। 

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଜନ୍ ଶିକ୍ଷଣ ସଂସ୍ଥାନ କଳାହାଣ୍ଡି ପକ୍ଷରୁ ନାନ୍ଦୋଲ ଗ୍ରାମରେ ଜାତୀୟ ଏକତା ଦିବସ ପାଳନ

Sunil Chandra Nayak

ବାଲିଗୁଡା ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ

Sunil Chandra Nayak

ୱାଇ.ଏମ.ଏଫ.ଆଇ ଓ ୟୁନିଟେକ ପକ୍ଷରୁ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!