ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ମିଲେଟ ଖାଦ୍ୟ ମେଳା

ନୂଆପଡା, // ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ଶାଖା ନେହେରୁ ୟୁବା କେନ୍ଦ୍ର, ନୂଆପଡ଼ା ତରଫରୁ ଗୁରୁବାର ନୂଆପଡ଼ା ଜିଲ୍ଲା ସଦଭାବନା ସଭାଗୃହ ଠାରେ ଜିଲ୍ଲା ଯୁବ ଅଧିକାରୀ, ନେହେରୁ ୟୁବା କେନ୍ଦ୍ର, ନୂଆପଡ଼ା ଶ୍ରୀଯୁକ୍ତ ପ୍ରସନ୍ନ ମେହେର ଅଧ୍ୟକ୍ଷତାରେ ଜିଲ୍ଲା ସ୍ଥରୀୟ ଦେଶୀୟ ସ୍ୱଦେଶୀ ମିଲେଟ୍ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନୂଆପଡା ଶ୍ରୀଯୁକ୍ତ ଅଗସ୍ତି ପ୍ରଧାନ, ମୁଖ୍ୟବକ୍ତା ଭାବରେ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନୂଆପଡ଼ା ଶ୍ରୀମତୀ ମଧୁଛନ୍ଦା ସାହୁ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ନୂଆପଡ଼ା ଶ୍ରୀଯୁକ୍ତ ଅଜୟ କୁମାର ପଟ୍ଟନାୟକ, ମିଶନଶକ୍ତି ଜିଲ୍ଲା ସଂଯୋଜକ ନୂଆପଡ଼ା ଶ୍ରୀଯୁକ୍ତ ରାମ ତାଣ୍ଡି ଓ ଓଡ଼ିଶା ମିଲେଟ ମିଶନ ଜିଲ୍ଲା ସଂଯୋଜକ ନୂଆପଡ଼ା ଶ୍ରୀଯୁକ୍ତ ଗୁପ୍ତ ଖିଲ ଯୋଗଦେଇ ଲୁପ୍ତପ୍ରାୟ ମିଲେଟ ର ବ୍ୟବହାର ଉପରେ ଉପସ୍ଥିତ ଯୁବକ, ଯୁବତୀ, ସ୍ବେଚ୍ଛାସେବୀ, ସ୍ଵଂୟ ସହାୟକ ଗୋଷ୍ଠୀ ର ସଦସ୍ୟ ସଦସ୍ୟା ମାନଙ୍କୁ ସଚେତନ କରାଇଥିଲେ।ଏହି ଅବସରେ ମିଲେଟର ଉତ୍ପାଦନ, ସୁସ୍ଥ ଶରୀର ପାଇଁ ମେଲେଟର ବହୁଳ ବ୍ୟବହାର ଓ ପରିବେଶ ସନ୍ତୁଳନ ରକ୍ଷାର ଗୁରୁତ୍ଵ ଉପରେ ଆଲୋଚନା କରାଯାଇ ଥିଲା। ଏହି କାର୍ଯକ୍ରମଟିକୁ ଜିଲ୍ଲା ପ୍ରଶାସନ ନୂଆପଡା ମିଶନ ଶକ୍ତି ନୂଆପଡା ଓ ଓଡ଼ିଶା ମିଲେଟ ମିଶନ ନୂଆପଡ଼ା ସହଯୋଗ କରିଥିଲେ। ଶେଷରେ ମିଶନ ଲାଇଫ ଉପରେ ଶପଥ ପାଠ , ପୋଷ୍ଟର ଉନ୍ମୋଚନ ଓ ଅତିଥି ମାନଙ୍କଦ୍ଵାରା ମିଲେଟ ଖାଦ୍ୟ ମେଳା ଉଦଘାଟନ କରାଯାଇ ଥିଲା । ନେହେରୁ ୟୁବା କେନ୍ଦ୍ର ନୂଆପଡ଼ାର ପୂର୍ବତନ ସ୍ବେଚ୍ଛାସେବୀ ତଥା ଶିକ୍ଷକ କିଶୋର କୁମାର ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ କେ.ଜି.ଏନ.ଟି ର କର୍ମକର୍ତ୍ତା ,ଛାତ୍ର, ଛାତ୍ରୀ, ୟୁଥ କ୍ଳବ୍ , ସ୍ଵଂୟ ସହାୟକ ଗୋଷ୍ଠୀ ର ସଦସ୍ୟ, ସଦସ୍ୟା , ଷ୍ଟୁଡେଣ୍ଟ୍ ରକ୍ତ ଦାତା ମହାସଂଘ ର ସଦସ୍ୟ,ସଦସ୍ୟା, ନେହେରୁ ୟୁବା କେନ୍ଦ୍ର ର ସ୍ଵେଚ୍ଛାସବୀ ପ୍ରାୟ ତିନି ଶହ ରୁ ଅଧିକ ଯୁବକ, ଯୁବତୀ, ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମଟିର ସଫଳ ଆୟାଜନରେ ନେହେରୁ ଯୁବା କେନ୍ଦ୍ର ନୂଆପଡ଼ାର ଏମ. ଟି. ଏସ. ମୁକେଶ ପାଣ୍ଡେ, ସ୍ବେଚ୍ଛାସେବୀ ଭଞ୍ଜ କିଶୋର ନାଏକ, ପୁସ୍ତମ ଶବର, ଅଞ୍ଜଳି ଶବର, ଜନକ ରାମ ପାଣ୍ଡେ, ସଂଗ୍ରାମ କେଶରୀ ସିଂ, କବିତା ଶବର, ଭାରତୀ ଭୋଇ କାର୍ଯ୍ୟକ୍ରମର ସଫଳ ଆୟୋଜନ ରେ ସହଯୋଗ କରିଥିଲେ। ପରିଶେଷରେ ନେହେରୁ ୟୁବା କେନ୍ଦ୍ର ର ୟୁବା ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜର୍ମାନୀରେ ଆରମ୍ଭ ହେଇଥିବା ଆର୍ନ୍ତଜାତୀୟ ଧାତବ ବାଣିଜ୍ୟ ମେଳା ରେ କଳାହାଣ୍ଡି ର ଯୁବଦ୍ୟୋଗୀ ବିଭୁ ପ୍ରସାଦ

Sunil Chandra Nayak

ପରଲୋକଗତ ହେଲେ ରାଜଗାଙ୍ଗପୁର କଂଗ୍ରେସର ବରିଷ୍ଠ ନେତା

Sunil Chandra Nayak

ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!