ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜାତୀୟ ମୁଏଥାଇ ପ୍ରତିଯୋଗିତା ୨୦୨୩ – ଓଡିଶା ରୁ ୧୫ ମୁଏଥାଇ ଖେଳାଳି ଓ ୦୫ ଅଫିସିଆଲ ଆଣିଲେ ୮ ପଦକ (୧ ସ୍ଵର୍ଣ, ୩ ରୌପ୍ୟ ଓ ୪ ବ୍ରୋଞ୍ଜ)

ଆନ୍ତର୍ଜାତିକ ଅଲମ୍ପିକ କମିଟି ଦ୍ୱାରା ସ୍ୱୀକୃତ “ଇଣ୍ଟରନାସନାଲ ଫେଡେରେସନ ଅଫ ମୁଏଥାଇ ଆସୋସିଏସନସ୍” ସହ ଅନୁବନ୍ଧିତ ଏକମାତ୍ର ଭାରତୀୟ ସଂସ୍ଥା “ୟୁନାଇଟେଡ଼ ମୁଏଥାଇ ଆସୋସିଏସନ- ଇଣ୍ଡିଆ” ପକ୍ଷରୁ ଚେନ୍ନାଇ ର ଇଭିପି ଫିଲ୍ମ ସିଟି ଠାରେ ୨୫ ରୁ ୩୦ ମଇ ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି ୟୁ.ଏମ.ଏ.ଆଇ ନ୍ୟାସନାଲ ମୁଏଥାଇ ପ୍ରତିଯୋଗିତା ୨୦୨୩ | 

ଏହି ପ୍ରତିଯୋଗିତାରେ ଓଡିଶା ଅଲମ୍ପିକ ସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସଂସ୍ଥା “ଓଡିଶା ମୁଏଥାଇ ୟୁନିଅନ” ପକ୍ଷରୁ ଏକ ୨୦ ଜଣିଆ ଦଳ (୧୫ ମୁଏଥାଇ ଖେଳାଳି ଓ ୦୫ ଅଫିସିଆଲ) ଓଡ଼ିଶା କୁ ପ୍ରତିନିଧିତ୍ଵ କରିଛନ୍ତି | ପ୍ରକାଶ ଥାଉକି ଗତ ୧୩ ଓ ୧୪ ମଇ ୨୦୨୩ ରେ ଆର୍ଟ୍ସ ଟେମ୍ପଲ ପକ୍ଷରୁ ରାୟଗଡ଼ ଜି.ସି.ଡ଼ି. ହାଇସ୍କୁଲ୍ ପଡିଆ ଠାରେ ଅନୁଷ୍ଠିତ ହୋଇଥିବା ୧୧ତମ ଓଡିଶା ରାଜ୍ୟ ମୁଏଥାଇ ପ୍ରତିଯୋଗିତା-୨୦୨୩ ମାଧ୍ୟମରେ ଚୟନ ହୋଇଥିବା ସମସ୍ତ ଇଛୁକ ମୁଏଥାଇ ଫାଇଟର ମାନଙ୍କୁ ଉକ୍ତ ଜାତୀୟ ପ୍ରତିଯୋଗିତାରେ ଓଡିଶା ରାଜ୍ୟ କୁ ପ୍ରତିନିଧିତ୍ବ କରିବାର ମଉକା ଦିଆଯାଇଥିବା ସ୍ଥଳେ, ସେଥିରୁ ୧୫ ଜଣ କ୍ରୀଡ଼ାବିତ ଓଡିଶା କୁ ପ୍ରତିନିଧିତ୍ବ କରିଥିଲେ |

ଓଡିଶା ଟିମ ଟେକ୍ନିକାଲ ଅଫିସିଆଲ ଚନ୍ଦ୍ର ଶେଖର ବାହୁକ, ଟିମକୋଚ ଲକ୍ଷ୍ମଣ ନାୟକ, ଟିମ ମ୍ୟାନେଜର ସମିର ଷଡ଼ଙ୍ଗୀ ଓ ଉମେଶ ନାୟକ ଙ୍କ ନେତୃତ୍ୱରେ ଏହି ଓଡିଶା ଦଳ ରେ ରାୟଗଡ ଜିଲ୍ଲା ର ସୁନିଲ ଦିଶାରି, ପରମେଶ୍ବର ମାଝୀ, ସୁଶିଲ କୁମାର ମାଝୀ, ଦୟାନିଧି ନାୟକ, ଶ୍ୟାମ କୁମାର୍ ନାୟକ, କାର୍ତ୍ତିକ ଝୋଡ଼ିଆ; ଖୋର୍ଦ୍ଧା ଜିଲ୍ଲା ରୁ: ଗାରିମା ପ୍ରତ୍ୟୁଷ ବଳ; କନ୍ଧମାଳ ଜିଲ୍ଲା ରୁ: ସାଳିନି ସିଙ୍ଗ, ରୂପାଲି ନାୟକ; ବରଗଡ଼ ଜିଲ୍ଲା ରୁ: ଶ୍ରୀୟଂଶ ପଣ୍ଡା, ଶାଶ୍ଵତ ଡ଼ାଙ୍ଗ, ସୁମିତ୍ ମହାନନ୍ଦ, ପ୍ରକୃତି ରଂଜନ ସିଂହ ଲୋହାର, ଯୋଗାନନ୍ଦ ଷଡ଼ଙ୍ଗୀ; ସୋନପୁର ଜିଲ୍ଲା: ନୀଳାଦ୍ରି ଚନ୍ଦ୍ର ପାତ୍ର ଅଂଶଗ୍ରହଣ କରି ନିଜ ନିଜ ବୟସ ଓ ଓଜନ ବର୍ଗରେ ମୁଏଥାଇ କଳାନୈପୁଣ୍ୟତା ପ୍ରଦଶନ କରିଥିଲେ | 

ଏହି ଜାତୀୟ ପ୍ରତିଯୋଗିତାରେ ଓଡିଶା କୁ ମିଳିଛି ୧ ସ୍ଵର୍ଣ, ୩ ରୌପ୍ୟ ଓ ୪ ବ୍ରୋଞ୍ଜ ସମେତ ୮ ଟି ପଦକ | ପଦକ ବିଜେତା ଗୁଡି଼କ ହେଲେ –

୧) ସୁଶୀଲ କୁମାର ମାଝି ୧୦ ରୁ ୧୧ ବର୍ଷ ବୟସ ପୁରୁଷ -୩୦ କେଜି ଓଜନ ବର୍ଗରେ ସ୍ଵର୍ଣ; 

ରୌପ୍ୟ ପଦକ: 

୧) ପରମେଶ୍ୱର ମଝି ୧୬ ରୁ ୧୭ ବର୍ଷ ବୟସ ପୁରୁଷ -୫୭ କେଜି ଓଜନ ବର୍ଗ 

୨) ନୀଳାଦ୍ରି ଚନ୍ଦ୍ର ପତ୍ର, ସିନିୟର ପୁରୁଷ -୮୧ କେଜି ଓଜନ ବର୍ଗ

୩) ଶ୍ରୀୟାନ୍ସ ପଣ୍ଡା, ୧୬ ରୁ ୧୭ ବର୍ଷ ବୟସ ପୁରୁଷ -୯୧ କେଜି ଓଜନ ବର୍ଗ

ବ୍ରୋଞ୍ଜ ପଦକ

୧) ସୁମିତ କୁମାର ମହାନନ୍ଦ, ୧୪ ରୁ ୧୫ ବର୍ଷ ବୟସ ପୁରୁଷ -୪୮ କେଜି ଓଜନ ବର୍ଗ 

୨) ସୁନୀଲ ଦିଶାରୀ, ୧୪-୧୫ ବର୍ଷ ବୟସ ପୁରୁଷ -୫୨ କେଜି ଓଜନ ବର୍ଗ

୩) ଗାରିମା ପ୍ରତ୍ୟୁଷ ବଳ, ସିନିୟର ବୟସ ପୁରୁଷ -୮୬ କେଜି ଓଜନ ବର୍ଗ

୪) ଶାଶ୍ୱତ ଡାଙ୍ଗ, ୧୬-୧୭ ବର୍ଷ ବୟସ ପୁରୁଷ -୫୨ କେଜି ଓଜନ ବର୍ଗ 

ଓଡିଶା ପାଇଁ ସଫଳତା ନେଇ ଆସିଥିବା ଉକ୍ତ ଦଳ କୁ ଆଜି ଫେରିବା ସମୟରେ ରାୟଗଡ ରେଳୱାଇ ଷ୍ଟେସନ ରେ ଆର୍ଟ୍ସ ଟେମ୍ପଲ ପକ୍ଷରୁ କରାଯାଇଥିଲା ଏକ ସ୍ୱାଗତ ଅଭିନନ୍ଦନ କାର୍ଯ୍ୟକ୍ରମ | ଏହି ସମୟରେ ରାୟଗଡ ର ବରିଷ୍ଠ ଡାକ୍ତର ବି.ଏଲ.ଏନ. ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଡାକ୍ତର ଭି.ଏଲ.ଏନ. ରାଜୁ, ଡାକ୍ତର ମମତା ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଳିନୁର, ରାଜ୍ୟ ସାଧାରଣ ସମ୍ପାଦକ ଡ. ଜ୍ଞାନ ରଞ୍ଜନ ମହାନ୍ତି, ଜ୍ୟୋତି ପ୍ରକାଶ ସୋରେନ, ଶ୍ୟମନଦ ମହାରଣା, ସତୀଶ କୁମାର ଲାଡି, ପ୍ରମିଳା କୁମାରୀ ମହାପାତ୍ର, ଅଶୋକ କୁମାର ଦାଶ, ଜଗତ କୁମାର ଶତପଥୀ, ଇତିଶ୍ରୀ ମିଶ୍ର, ବିମଲ କୁମାର ପରିଡା ପ୍ରମୁଖ ଉପସ୍ଥିତ ରହି ଫୁଲମାଳ ଓ ଟ୍ରଫି ଦେଇ କରିଥିଲେ ସ୍ୱାଗତ ଅଭିନନ୍ଦନ | ପରେପରେ ମୁଖ୍ୟ ଅତିଥି ଡାକ୍ତର ବି.ଏଲ.ଏନ. ପୃଷ୍ଟି ଙ୍କୁ ଆର୍ଟ୍ସ ଟେମ୍ପଲ ପକ୍ଷରୁ ଟ୍ରଫି ଦ୍ୱାରା ସମ୍ମାନିତ କରାଯାଇଥିଲା |

ଓଡିଶା ଦଳ କୁ ମିଳିଥିବା ବଡ଼ଧରଣ ର ସଫଳତା ନେଇ ୟୁନିୟନ ରାଜ୍ୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ରବି ନାରାୟଣ ପଣ୍ଡା, ରାଜ୍ୟ ଯୁଗ୍ମ ସମ୍ପାଦକ ଡା. ଶୁଭ୍ରାଂଶୁ ଶେଖର ମହାପାତ୍ର, ଆୟୋଜକ କମିଟି ସମ୍ପାଦକ ଜେ ରଜେଶ୍ଵର ରାଓ ପଟ୍ଟନାୟକ, ଉପ ସଭପତି ରାଜେନ୍ଦ୍ର ପ୍ରସାଦ ଭୋଇ, ହିମାଂଶୁ ଭୁଷଣ ଦାସ, ଟେକ୍ନିକାଲ ସେକ୍ରେଟାରି ସଞ୍ଜୟ କୁମାର କିସାନ, , ଟେକ୍ନିକାଲ ନିର୍ଦେଶକ ଗୌରବ ସାଓ, ଟେକ୍ନିକାଲ କମିଟି ମେମ୍ବର ସୁରଜ ପୁଜାହାରୀ, ସରୋଜ ନାୟକ, ସୁଧୀର ବାରିକ, ରୁପେଶ ଅଧିକାରୀ, ଦେବାଶିଷ ପ୍ରଧାନ, ଦିବ୍ୟ ରଞ୍ଜନ ବାରାଡ, ଶରତ କୁମାର ଦଳାଇ, ରଞ୍ଜିତ ପାଣି, ସଚିନ ମହନ୍ତ, ଏମ.ଡି. ନୁରୁଦ୍ଦିଁ, ସରୋଜ ପଟ୍ଟନାୟକ, ଚିତ୍ତ ସାହୁ, ଅନିଲ ବାଲା ଙ୍କ ସମେତ ବିଭିନ୍ନ ମହଲରୁ ସମସ୍ତ ମୁଏଥାଇ ପ୍ରତିଯୋଗୀ ଓ ବିଜେତା ଙ୍କୁ ଉତ୍ସ।ହିତ କରାଯାଇଛି |

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମହିଳା କବାଡି ପ୍ରତିଯୋଗିତାରୁ ଆରମ୍ଭ ହେଲା ଚଇତି କ୍ରୀଡା ମହୋତ୍ସବ

Sunil Chandra Nayak

ବହଳଦା ଏକଲବ୍ୟ ଵିଦ୍ଯାଳୟରେରେ ରାଜ୍ୟ ସ୍ତରୀୟ ୪ର୍ଥ ଦୌଡକୁଦ ପ୍ରତିଯୋଗିତା

masiha

ଓଡିଶା ଷ୍ଟେଟ ବ୍ଯାଡମିନ୍ଟନ ମାଷ୍ଟର୍ ରାଙ୍କିଙ୍ଗ ଟୁର୍ନାମେଣ୍ଟ ଜୁନାଗଡର ସମୀର ସାହୁ ଚାମ୍ପିଅନ୍

masiha

Leave a Comment

error: Content is protected !!