ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା କାଲିକେଶ୍ୱରୀ କ୍ରିକେଟ ଫାଇନାଲ,ବଡ଼ ପୁଝାରିଗୁଡା ଦଳ ଚାମ୍ପିୟାନ

କୋକସରା,୩/୪ – କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଖେଳ ପଡ଼ିଆରେ ମା କାଲିକେଶ୍ୱରୀ କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ କ୍ରିକେଟ ଫାଇନାଲ ଖେଳ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ମୁଖ୍ୟ ବକ୍ତା ଭାବେ ରାଜେନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବେ ଜୟଲାଲ ନାଏକ, କାଲିକେଶ୍ୱରୀ କ୍ରିକେଟ ଆସୋସିଏସନର ସଭାପତି କାର୍ତ୍ତିକ ନାଏକ, ସମ୍ପାଦକ କିରଣ ନାଏକ ଉପସ୍ଥିତ ରହି ଫାଇନାଲ ଖେଳର ଉଭୟ ଦଳ ବଡ଼ ପୁଝାରି ଗୁଡା ଓ କର୍ଲାଗୁଡା ଟିମର ଖେଳାଳୀଙ୍କ ସହ ପରିଚୟ ପର୍ଵରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଫାଇନାଲ ଖେଳରେ କର୍ଲାଗୁଡା ଦଳ ୧୨ ଓଭରରେ ସମସ୍ତ ଖେଳାଳୀ ଆଉଟ ହୋଇ ମାତ୍ର ୯୦ ରନ କରିଥିବା ବେଳେ ଜବାବରେ ବଡ଼ ପୁଝାରି ଗୁଡା ଦଳ ୨ ଖେଳାଳୀ ହରାଇ ରନ ସଂଗ୍ରହ କରି ମ୍ୟାଚ ଚାମ୍ପିୟାନ ହୋଇଥିଲେ। ଫାଇନାଲ ଖେଳକୁ ଅମ୍ପିଆର ଭାବେ ମଧୁସୂଦନ ବେଶ୍ରା ଓ ସନ୍ତୋଷ ସତନାମୀ ପରିଚାଳନା କରିଥିଲେ। ଉଭୟ ବିଜେତା ଓ ଉପ ବିଜେତା ଦଳକୁ ଉପସ୍ଥିତ ଅତିଥିମାନେ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ ବିପିନ ଧ. ମାଝୀ ଓ ପ୍ଲେୟର ଅଫ ଦି ମ୍ୟାଚ ତ୍ରିଭୁବନ ପଟେଲଙ୍କୁ ଦିଆଯାଇଛି। ମା କାଲିକେଶ୍ୱରୀ କ୍ରିକେଟ ଆସୋସିଏସନର ଟୁକୁ ନାଏକ, ପିଣ୍ଟୁ ନାଏକ, ଦୟା ସାଗର ନାଏକ, ରମେଶ ନାଏକ, ସତ୍ୟ ପ୍ରକାଶ ନାଏକ, ଘାସିରାମ ନାଏକ, ବ୍ରଜ ମୋହନ ନାଏକ ପ୍ରମୁଖ ସଦସ୍ୟ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଘାଟିତ

Sunil Chandra Nayak

ବାଦାମପାହାଡ ଯୁବକ ସଂଘ ତରଫରୁ ୫୨ତମ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ  ସୁପର ଓଭର ରେ ମେଚ ଜିତି ଫାଇନାଲ କୁ ଗଲା କେସିଙ୍ଗା , ଦର୍ଶକ ପାଇଲେ ୨୧୦୦ ଟଙ୍କା

masiha

Leave a Comment

error: Content is protected !!