ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଲିତ

ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଲିତ

ତେନ୍ତୁଳି ଖୁଣ୍ଟି ୨୧/୦୧/୨୫ //  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବିଜ୍ର।ଗୁଡ଼ା ସ୍ଥିତ ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କରୁଣାକର ନାୟକଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପାଲକା ରବୀନ୍ଦ୍ର ଯୋଗଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ସମ୍ପ୍ରସାରଣ ଅଧିକାରୀ ଭରତ ସାହୁ ଯୋଗ ଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ନିବେଦିତା ବିଶ୍ଵାଳ, ବିଦ୍ୟାଳୟ ପରିଚାଳନ ସଭାପତି ହେମନ୍ତ ଭତରା ମଞ୍ଚାସିନ ଥିଲେ। ବିଦ୍ୟାଳୟ ର ସମସ୍ତ ଛାତ୍ରୀ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନିବେଦିତ ସିଂ ମଂଚ ପରିଚାଳନା କରିଥିଲେ। ଶିକ୍ଷକ ମନୋଜ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟ କ୍ରମ ଶେଷରେ ଶିକ୍ଷକ କାହ୍ନୁ ଚରଣ ପଟ୍ଟନାୟକ ଧନ୍ୟବାଦ୍ ସହ ଶେଷ ହୋଇଥିଲା। ବିଦ୍ୟାଳୟ ର ସମସ୍ତ କର୍ମଚାରୀ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତ ଅଭିଭାବକ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ରାଇରଙ୍ଗପୁର ରେ ରଥଯାତ୍ରା ପ୍ରସ୍ତୁତି ବୈଠକ. ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ସମ୍ପାଦନ ପାଇଁ ଉପଜିଲ୍ଲlପାଳ ଙ୍କ ଗୁରୁତ୍ୱlରୋପ. 

masiha

୭୭ତମ ବନ ମହୋତ୍ସବରେ ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀଙ୍କ ବୃକ୍ଷ ରୋପଣ

ସ୍ବାମୀ ଙ୍କ ଅପେକ୍ଷା ରେ ଦୀର୍ଘ 35ବର୍ଷ ଧରି ଅପେକ୍ଷାରତ ବୃଦ୍ଧା ସବିତା ଙ୍କୁ ସହାୟତା ର ହାତ ବଢାଇଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ!

masiha

Leave a Comment

error: Content is protected !!